ଶ୍ରୀନଗର,୨୫/୭ : ଯୁବପୀଢ଼ିଙ୍କ ପାଇଁ ସବୁ ବେଳେ ନିଆରା ଆଦର୍ଶ ସୃଷ୍ଟି କରୁଥିବା ଏମଏସ ଧୋନି ଜଣେ ରାଷ୍ଟ୍ର ପ୍ରେମୀ ଭାବେ ପରିଚିତ । ଭାରତୀୟ କ୍ରିକେଟ ଦଳର ଅଧିନାୟକ ଭାବେ ଭାରତକୁ ବିଶ୍ୱକପ ଜିତାଇଥିବା ଧୋନି ଏବେ ୧୫ଦିନ ପାଇଁ କାଶ୍ମୀରରେ ଲେଫ୍ଟନାଂଟ କର୍ଣ୍ଣେଲ ଭାବେ ପାଟ୍ରୋଲିଂ କରି ସେନା ପୋଷ୍ଟରେ ଡ୍ୟୁଟି କରିବେ । ୧୦୬ ଟେରିଟୋରିଆଲ ଆର୍ମି ବାଟାଲିଅନରେ ଆସନ୍ତା ୩୧ତାରିଖରୁ ଅଗଷ୍ଟ ୧୫ପର୍ଯ୍ୟନ୍ତ ଧୋନିଙ୍କୁ ମୁତୟନ କରାଯିବ ବୋଲି ସେନାମୁଖ୍ୟ ଜେନେରାଲ ବିପିନ ରାୱତ କହିଛନ୍ତି । ପୂର୍ବରୁ ଧୋନି ପାରୁସୁଟ ରେଜିମେଂଟରେ ୨ମାସ ପ୍ରଶିକ୍ଷଣ ନେଇସାରିଛନ୍ତି । କାଶ୍ମୀରରେ ଡ୍ୟୁଟି କରିବା ପାଇଁ ୩୮ବର୍ଷୀୟ ଧୋନି ନିଜ ଆଡୁ ନିବେଦନ କରିଥିଲେ । ଏହାକୁ ସେନାମୁଖ୍ୟ ଅନୁମୋଦନ କରିଛନ୍ତି । ୨୦୧୧ରେ ଧୋନି ୧୦୬ ଟେରିଟୋରିିଆଲ ଆର୍ମି ରେଜିମେଂଟରେ ଯୋଗ ଦେଇଥିଲେ । ଧୋନିଙ୍କ ବ୍ୟକ୍ତିତ୍ୱ ସବୁ ଭାରତୀୟଙ୍କୁ ବେଶ ପସନ୍ଦ ଆସିଥାଏ । କ୍ୟାପଟେନ କୁଲ ଭାବେ ପରିଚିତ ଧୋନି ଜଣେ ଜବାନ ଭାବେ କିଭଳି କର୍ତବ୍ୟ ପାଳନ କରୁଛନ୍ତି ତାହା ଆସନ୍ତା ୩୧ରୁ ଦେଖିବାକୁ ମିଳିବ ।

Comments
Post a Comment