ଇତିହାସକୁ ଭୂଲିଗଲେ କୌଣସି ଦେଶ ଆଗକୁ ବଢି ପାରିବ ନାହିଁ




ପୁଣେ: ଇତିହାସକୁ ଭୂଲିଗଲେ ଆତ୍ମ ବିଶ୍ୱାସ ଆସିବ ନାହିଁ । ଆତ୍ମ ବିଶ୍ୱାସ ହରାଇଥିବା ଦେଶ କେବ ବି ଆଗକୁ ବଢି ପାରିବ ନାହିଁ । ଭାରତର ଇତିହାସ ଏକ ଗୌରବଶାଳୀ ଇତିହାସ ବୋଲି ଦେବର୍ଷି ନାରଦ ସାମ୍ବାଦିକ ପୁରସ୍କାର ସମାରୋହ କାର୍ଯ୍ୟକ୍ରମରେ ଡା. ସମ୍ବିତ ପାତ୍ର ଏହି ବିଷୟ ଉଲ୍ଲେଖ କରିଛନ୍ତି ।

ବିଶ୍ୱ ସମ୍ବାଦ କେନ୍ଦ୍ର, ପୁଣେ ଦ୍ୱାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାରୂପେ ଯୋଗଦେଇ ଡା. ପାତ୍ର କହିଲେ ଯେ,ପାଶ୍ଚାତ୍ୟ ଲୋକମାନେ ଆମ ମନ ଭିତରେ ଭରି ଦେଇଛନ୍ତି  ଯେ, ଆମ ଦେଶରେ କୌଣସି ବଡ ବ୍ୟକ୍ତିତ୍ୱ ଜନ୍ମ ନେଇ ନାହାଁନ୍ତି । ଇଂରେଜମାନେ ଆମର ସମସ୍ତ ଜ୍ଞାନକୁ ଜାଣିଶୁଣି ନଷ୍ଟ କରିଦେଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବସ ସଂଘ  ତାହାକୁ ପୁନର୍ଜିବିତ କରିବା ପାଇଁ ପ୍ରୟାସ କରିଛି । ତେଣୁ ଆମକୁ ଭାରତୀୟ ପରମ୍ପରାରେ ନିଜର ଆଦର୍ଶକୁ  ଖୋଜିବାକୁ ପଡିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଚରକ ଏବଂ ଧନ୍ୱନ୍ତରୀଙ୍କୁ ଆମର ଆଦର୍ଶ ରୂପେ ଗ୍ରହଣ କରିବା ଉଚିତ । ଇଂଜିନିୟରିଂ କ୍ଷେତ୍ରରେ ବିଶ୍ୱକର୍ମା ଯେପରି ଆମର ଆଦର୍ଶ ଠିକ୍ ସେହିପରି ସାମ୍ବାଦିକମାନଙ୍କର ଆଦର୍ଶ ହେଉଛନ୍ତି ନାରଦ ବୋଲି ଡା. ପାତ୍ର ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିିରିଷ୍ଠ ସାମ୍ବାଦିକ ପୁରସ୍କାର ଆଜ କା ଆନନ୍ଦର ଗ୍ରୁଫ୍ ଏଡିଟର ଶ୍ରୀ ଶ୍ୟାମ ଅଗ୍ରୱାଲାଙ୍କୁ ପ୍ରଦାନ କରାଯାଇଥିବା ବେଳେ ଯୁବ ସାମ୍ବାଦିକ ପୁରସ୍କାର ଦୈନିକ ଦିବ୍ୟ ମରାଠୀର ସିଦ୍ଧରାମ ପାଟିଲଙ୍କୁ ପ୍ରଦାନ କରାଯାଇଛି ।  ହିନ୍ଦୁସ୍ତାନ ଟାଇମ୍ସ ମରାଠି ର ବିଶ୍ୱନାଥ ଗରୁଡ ଓ ବାରାମତୀର ଶିବାଜୀ ଗାବଡେଙ୍କୁ ସୋସିଆଲ ମିଡିଆ ପୁରସ୍କାର ପ୍ରଦାନ କରାଯାଇଥିଲା ।
ବିଶ୍ୱ ସମ୍ବାଦ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ମନୋହର କୁଲକର୍ଣ୍ଣୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିିଥିବା ବେଳେ ଡେକନ ଏଜୁକେସନ ସୋସାଇଟିର ଉପାଧ୍ୟକ୍ଷ ମହେଶ ଆଠୱଲେ ମଂଚାସୀନ ଥିଲେ ।

Comments