ଲକ୍ଷେ୍ନø, ୨୩/୭ : ଉତ୍ତର ପ୍ରଦେଶର ସାହାରନପୁରରେ ଜନୈକା ମୁସଲିମ ମହିଳା ହଲାଲା ପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି । ସମ୍ପୃକ୍ତ ମହିଳା ଜଣକ ଡାକ୍ତର ଅଟନ୍ତି । ତାଙ୍କର ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ତାଙ୍କୁ ପ୍ରଥମେ ତିନି ତଲାକ ଦେଇଥିଲେ । ପୁଣି ତାଙ୍କ ଉପରେ ନିକାହ ହଲାଲା ପାଇଁ ଚାପ ପକାଇଥିଲେ । ଏଣୁ ସେ ଏହି ପ୍ରଥାକୁ ଘୋର ବିରୋଧ କରିବା ସହ ସହାୟତା ପାଇଁ ଜିଲ୍ଲାପାଳଙ୍କ ସହାୟତା ଲୋଡ଼ିଛନ୍ତି । ଏଥିପୂର୍ବରୁ ମଧ୍ୟ ଉତ୍ତର ପ୍ରଦେଶର ବରେଲୀରେ ତିନି ତଲାକ ନିକାହ ହଲାଲା ପ୍ରଥାକୁ ବିରୋଧ କରି ଜନୈକ ମୁସଲିମ ମହିଳା ସ୍ୱର ଉତ୍ତୋଳନ କରିସାରିଛନ୍ତି । ପ୍ରଥମେ ବ୍ୟକ୍ତି ଜଣକ ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ତିନି ତଲାକ ଦେଇ ଘରୁ ତଡ଼ି ଦେଇଥିଲେ । ପରେ ନିଜର ପିତାଙ୍କୁ ଦ୍ୱିତୀୟ ବିବାହ ବା ନିକାହ ହଲାଲା କରିବାକୁ କହିଥିଲେ । ଖାଲି ସେତିକି ନୁହେଁ ନିଜର ପିତାଙ୍କ ସହିତ ପ୍ରଥମ ସ୍ତ୍ରୀଙ୍କ ବିବାହ କରାଇବା ପରେ ପୁଣି ଥରେ ସେ ତାଙ୍କୁ ତଲାକ ଦେଇ ନିଜର ଭାଇ ସହିତ ବିବାହ ବା ନିକାହ ହଲାଲା କରିବାକୁ କହିଥିଲେ । ଏହାକୁ ପୀଡ଼ିତା ମୁସଲିମ ମହିଳା ଜଣକ ବିରୋଧ କରିଥିଲେ ।

Comments
Post a Comment