ହତାଶ ପାକିସ୍ତାନ


ଇସଲାମାବାଦ, ୨୪/ ୭  : କାଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ଦ୍ୱାରା ବାରମ୍ବାର ଲାଞ୍ôଛତ ଓ ଅପମାନିତ ହେବା ପରେ ପାକିସ୍ତାନ ଏକରକମ ହତାଶ ହୋଇପଡ଼ିଛି  । ସୀମାରେ ନିଜେ ବାରମ୍ବାର ଅସ୍ତ୍ରବିରତି ଉଲ୍ଳଂଘନ କରୁଥିବା ପାକିସ୍ତାନ ଏବେ ଏଥିପାଇଁ ଭାରତକୁ ଦାୟୀ କରି ବୁଧବାର ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ସେଠାରେ ଥିବା ଭାରତୀୟ ଡେପୁଟୀ ହାଇକମିଶନରଙ୍କୁ ଜବାବ ତଲବ କରିଛି  । ଗତ ୨୨ ଓ ୨୩ ଜୁଲାଇରେ ଏଲ୍ଓସିରେ ଭାରତୀୟ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ବୋଲି ଅଭିଯୋଗ ଆଣି ଭାରତୀୟ ଡେପୁଟୀ ହାଇକମିଶନର ଗୌରବ ଆହ୍ଲୁୱାଲିଆଙ୍କୁ ପାକ୍ ସରକାର ଜବାବ ତଲବ କରିଛନ୍ତି  । ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଗୁଳିଗୋଳାମାଡ଼ରେ ପାକିସ୍ତାନର ବ୍ୟାପକ କ୍ଷତି ଘଟିଛି ବୋଲି ପାକିସ୍ତାନ ଅଭିଯୋଗ କରିବା ସହ ଏଥିରେ ଜଣେ ୧୨ ବର୍ଷ ନାବାଳକର ମୃତ୍ୟୁ ଘଟିଛି ବୋଲି କୁହାଯାଇଛି  । ସେପଟେ ବାଲାକୋଟରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ହତାଶ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟବର୍ତ୍ତୀ ଭାରତୀୟ ପୋଷ୍ଟ ଓ ଜନବସତି ଉପରେ ଗୁଳିଗୋଳାମାଡ଼ ଜାରି ରଖିଛି  । ଗତ ୨୨ ତାରିଖରେ ପାକିସ୍ତାନ ସେନା ଅଖନୁର ଓ ପୁଞ୍ଚ ସେକ୍ଟରେ ଭାରୀ ଗୋଳାବର୍ଷଣ କରିଥିଲେ ଯେଉଁଥିରେ ଜଣେ ଭାରତୀୟ ଜୱାନ ଶହୀଦ ହୋଇଥିଲେ  । ତେବେ ଭାରତୀୟ ସେନା ମଧ୍ୟ ଏହାର ମୁହଁତୋଡ଼ ଜବାବ ଦେଉଛି

Comments