ସମ୍ବଲପୁର,୨୮ା୭ : ସମ୍ବଲପୁର ଜିଲ୍ଲାରେ ଧର୍ମାନ୍ତିକରଣ କରିବାକୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି । ଜିଲ୍ଲାର ଅପହଞ୍ଚ ଇଲାକାରେ ଅଶିକ୍ଷିତ ଲୋକଙ୍କୁ ସେବା ନାମରେ ଧର୍ମାନ୍ତିକରଣ କରାଯାଉଛି । ଏଭଳି ସ୍ଥଳେ ସମ୍ବଲପୁର ସହରରେ ଗତ କିଛି ଦିନ ହେବ କିଛି ଯୁବକ ବସ୍ତି ଅଞ୍ଚଳକୁ ଯାଇ ପ୍ରଚାରପତ୍ର ବଣ୍ଟନ କରୁଛନ୍ତି । ହିନ୍ଦୁ ଧର୍ମର ଲୋକଙ୍କୁ ଖ୍ରୀଷ୍ଟଧର୍ମରେ ପରିବର୍ତ୍ତନ କରିବାକୁ ବିଭିନ୍ନ ପ୍ରଲୋଭନ ଦେଖାଉଛନ୍ତି । ପୃଥିବୀ ଧ୍ୱଂସାବିମୁଖୀ ହେଉଥିବା ବେଳେ ଦୂରାଚାରୀଙ୍କ ଠାରୁ ମୁକ୍ତି ପାଇବାକୁ ପ୍ରତ୍ୟେକ ରବିବାର ଚର୍ଚ୍ଚକୁ ଆସିବାକୁ କୁହାଯାଉଛି । ଏହି ଧର୍ମର ପ୍ରଚାର କରିବାକୁ ବାଇବେଲ ଭଳି ପୁସ୍ତକକୁ ଦେଖାଇ ନୀରିହ ଲୋକଙ୍କୁ ଭୁଆଁ ବୁଲା ଯାଉଥିବା ବେଳେ ରବିବାର ଗୋଲବଜାର ଛକ ସ୍ଥିତ ଦୁର୍ଗା ମନ୍ଦିର ସମ୍ମୁଖରୁ ୨ଜଣ ଅଣ ଓଡିଆ ଯୁବକଙ୍କୁ ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ଧରିଥିଲେ । ପରେ ଖବର ପାଇ ଟାଉନ ଥାନା ପୋଲିସ ଏହି ୨ଜଣଙ୍କୁ ସେମାନଙ୍କ ଠାରୁ ଉଦ୍ଧାର କରି ଥାନାରେ ଅଟକ ରଖିଛି । ଅଟକ ଯୁବକ ମାନେ ଝାରଖଣ୍ଡ ଅଞ୍ଚଳର ହୋଇଥିବା ବେଳେ ସେମାନେ ମନ୍ଦିରକୁ ଆସୁଥିବା ଲୋକଙ୍କୁ ବିଭିନ୍ନ ପ୍ରକାର ଆଳ ଦେଖାଇ ଧର୍ମ ପ୍ରଚାର କରୁଥିଲେ । ଧର୍ମ ପରିବର୍ତ୍ତନ କଲେ ସେମାନଙ୍କ ଦୁଃଖ କଷ୍ଟ ଦୂର ହେବ । ଏଥିସହ ପ୍ରଚୁର ଟଙ୍କା ମିଳିବ ବୋଲି ସେହି ଅଞ୍ଚଳର ସଞ୍ଜିବ ଖଣ୍ଡେଲୱାଲ ଓ ଆଶିଷ ବାବୁଙ୍କୁ ସେମାନେ ବୁଝାଉଥିବା ବେଳେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ପବିତ୍ର ଦୁର୍ଗା ମନ୍ଦିର ସମ୍ମୁଖରେ ଅନ୍ୟ ଧର୍ମର ପ୍ରଚାର ଓ ପରିବର୍ତ୍ତନ ଲାଗି ଉଦ୍ୟମକୁ ହିନ୍ଦୁ ପ୍ରେମୀ ମାନେ ନାପସନ୍ଦ କରିଛନ୍ତି । ତେଣୁ ଏହି ୨ଜଣ ଯୁବକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଧର୍ମାନ୍ତିକରଣ ପାଇଁ କରା ଯାଉଥିବା ଉଦ୍ୟମକୁ ଜିଲ୍ଲା ପ୍ରଶାସନ କଡା ନଜର ଦେଉ ବୋଲି ସେମାନେ ଦାବୀ କରିଛନ୍ତି । ତେବେ ଏବାବଦରେ ଏସଡିପିଓ ଭବାନୀ ଶଙ୍କର ଉଦ୍ଗାତାଙ୍କୁ ପଚାରିବାରୁ ୨ଜଣ ଛତିଶଗଡ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି । ସେମାନଙ୍କୁ ପଚରାଉଚରା କରାଯିବା ପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ସେ କହିଛନ୍ତି ।

Comments
Post a Comment