କୋଲକାତା: ପଶ୍ଚିମବଙ୍ଗରେ ଭାରତ–ବଙ୍ଗଳାଦେଶ ସୀମାରେ ଗୋଚାଲାଣକାରୀଙ୍କ ବିରୁଦ୍ଧରେ ବିଏସଏଫର ସକ୍ରିୟତା କାରଣରୁ ହତାଶ ହୋଇ ପଡିଥିବା ଗୋ ଚାଲାଣକାରୀ ମାନେ ଏବେ ନୂଆ ଉପାୟ ବାହାର କଲେଣି । ମିଳିଥିବା ସୂଚନା ଅନୁସାରେ ଏବେ ସେମାନେ ଗାଈ ଗୁଡିକୁ ସୀମା ପାର କରାଇବା ବେଳେ କଦଳୀ ପତ୍ରରେ ସକେଟ ବୋମା ଲଗାଉଛନ୍ତି । ଏହା ଦ୍ୱାରା ଜବାନ ମାନେ ଆହତ ହେବେ ଓ ସେମାନେ ଗୋ ଚାଲାଣ ଜାରୀ ରଖି ପାରିବେ । କିନ୍ତୁ ସୀମାରେ ମୁତୟନ ଜବାନ ମାନେ ସେମାନଙ୍କର ଏହି ଉଦ୍ଦେଶ୍ୟକୁ ଫଳିଭୂତ ହେବାକୁ ଦେଉ ନାହାନ୍ତି । ଗତ ୨୪-୨୫ ତାରିଖ ରାତ୍ରୀରେ ବିଏସଏଫ ଯବାନ ମାନେ ଚାଲାଣ ବେଳେ ୩୬୫ ଗାଈଙ୍କୁ ଉଦ୍ଧାର କରିଛନ୍ତି । ଏହି ଗାଈମାନଙ୍କ ବେକରେ ବୋମା ବନ୍ଧା ଯାଇଥିଲା । ଏହି ସବୁ ଗାଈ ଓଡିଶା , ବିହାର ଓ ଝାରଖଣ୍ଡ ପ୍ରଭୃତି ରାଜ୍ୟରୁ ଚାଲାଣ ହୋଇ ବାଙ୍ଗଲାଦେଶ ପଠାଯାଏ ।
Comments
Post a Comment