ଭଦ୍ରକ,: ଭାରତୀୟ ମଜଦୁର ସଂଘର ୬୫ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବାଲଗୋପାଲ ମନ୍ଦିର ସଭାଗୃହରେ ଜିଲ୍ଲା ସଭାପତି ମନୋଜ ବସନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଏମ୍ ଏସ୍ର ରାଜ୍ୟ ଉପସାଧାରଣ ସମ୍ପାଦକ ଶାନ୍ତନୁ ମହାପାତ୍ର ଯୋଗ ଦେଇ ଜିଲ୍ଳାରେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା, ପଞ୍ଜିକରଣ ଓ ଚୟନ କ୍ଷେତ୍ରରେ ଶ୍ରମିକ ସଂଘ ମାନଙ୍କୁ ଅଗ୍ରାଧିକାର ପ୍ରଦାନ, ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କ୍ଷେତ୍ରରେ ସର୍ବୋଚ୍ଚ ସମୟ ସୀମା ୯୦ ଦିନ ଧାର୍ଯ୍ୟ କରାଯିବା, ଜିଲ୍ଲା ଶ୍ରମ ବିଭାଗରେ ଖାଲି ପଡିଥିବା ପଦବୀ ତୁରନ୍ତ ପୂରଣ କରାଯିବା, ସହରୀକରଣକୁ ଦୃଷ୍ଟିରେ ରଖି ଜିଲ୍ଳାରେ ଥିବା ଟ୍ୟାକ୍ସି ଓ ଅଟୋ ଗୁଡିକ ପାଇଁ ସ୍ୱତନ୍ତ୍ର ସ୍ଥାୟୀ ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ କରିବା, ଧାମରା ବନ୍ଦର ସଂପ୍ରାସରଣ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥବା ଅନ୍ୟ ରାଜ୍ୟର ଶ୍ରମିକ ସ୍ଥାନରେ ଭଦ୍ରକ ଜିଲ୍ଲାର ବେକାର ଯୁବକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବା, ଆଶାକର୍ମୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କ ମାସିକ ଭତ୍ତା ପ୍ରଦାନ କରାଯିବା, ଅଙ୍ଗନୱାଡି କର୍ମୀଙ୍କ ଅଭିଯୋଗର ସମାଧାନ ନିମନ୍ତେ ସ୍ୱତନ୍ତ୍ର ଭାବେ ଗ୍ରୀଭାନ୍ସ ସେଲ ଗଠନ କରାଯିବା, ଉକ୍ରଳ ଫ୍ଲୋରମିଲରେ ନବୀକରଣ ନାମରେ ଶ୍ରମିକ ଛଟେଇ ବନ୍ଦ କରାଯିବା ଭଳି ଦାବି ଉପସ୍ଥାପନ କରିଥିଲେ । ଭାରତୀୟ ମଜଦୁର ସଂଘ ସଂଲଗ୍ନ ବିଶ୍ୱକର୍ମା ମଜଦୁର ସଂଘ, ରାଜ୍ୟ ଆଶାକର୍ମୀ ସଂଘ, ଭଦ୍ରକ ଟ୍ୟାକ୍ସି ଚାଳକ ସଂଘ, ଧାମରା ବନ୍ଦର କର୍ମଚାରୀ ସଂଘ, ଭଦ୍ରକ ବ୍ୟବସାୟୀ ମହାସଂଘ, ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ, ଭଦ୍ରକ ଅଟୋ ଚାଳକ ମହାସଂଘ ଭଳି ସଂଘର କର୍ମକର୍ତ୍ତା, ସଦସ୍ୟ ସଦସ୍ୟା ବାଲଗୋପାଲ ମନ୍ଦିରରୁ ସଂପାଦକ ମୁକ୍ତିକାନ୍ତ ସାହୁଙ୍କ ନେତୃତ୍ୱରେ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିଲେ । ପରେ ଏକ ଦାବିପତ୍ର ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ସଂଘର କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ର ପ୍ରାରମ୍ଭିକ ଉଦ୍ବୋଧନ ଦେଇଥିବା ବେଳେ ସଂଗଠନ ସମ୍ପାଦକ ପରେଶ ନାଥ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସପନ କୁମାର ମହାନ୍ତି, ମନୋଜ ଲେଙ୍କା, ଶଶୀକାନ୍ତ ସାହୁ, ସରୋଜ ଜେନା, ପ୍ରମିଳା ପାଢୀ, ସନ୍ତୋଷ ମାଝୀ, ବିଜୟ ପ୍ରତାପ ଜେନା, ଗୋବିନ୍ଦ ସାହୁ, ଶାନ୍ତିଲତା କର, ଜାନକୀ ଦାସ, ସନ୍ଧ୍ୟା ପହି, ସୁଜାତା ଜେନା, ବିଜୟ ପାଣି, ସୁନିଲ ନାୟକ, ନିର୍ମଳ ବେହେରା, ଉଦୟ ବେହେରା, ଅମୂଲ୍ୟ ଭୋଇ, କ୍ଷୀରସିନ୍ଧୁ ନାୟକ, ଲକ୍ଷ୍ମୀପ୍ରିୟା ରାଉତ, ବସନ୍ତ ରାଉତ, କନକ ସୂତାର, ରମେଶ ବିଶ୍ୱାଳ, ବିଳାସିନୀ ନାୟକ, ସ୍ୱର୍ଣ୍ଣଲତା ବେହେରା ପ୍ରମୁଖ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସଦସ୍ୟ ସଦସ୍ୟା ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ସମେତ ଶ୍ରମିକ ସଂଗୀତ ଗାନ କରାଯାଇଥିଲା ।

Comments
Post a Comment