ପରଦା ପଛରେ ରହି ଆତଙ୍କବାଦ ଭଳି ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଥିବା ଲୋକଙ୍କ ପାଇଁ ୟୁଏପିଏ ଆକ୍ଟ ଏକ ବଳିଷ୍ଠ ପଦକ୍ଷେପ

ଲୋକସଭାରେ ବେଆଇନ କାର୍ଯ୍ୟକଳାପ (ନିରାକରଣ) ସଂଶୋଧନ ବିଲ, ୨୦୧୯ ପାରିତ ହୋଇଛି ।
ଦେଶରୁ ଆତଙ୍କବାଦର ମୂଳୋତ୍ପାଟନ କରାଯିବା ଜରୁରି । ଏ କ୍ଷେତ୍ରରେ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ସୁଦୃଢ଼
କରିବା ଲାଗି ଏକ କଠୋର ଆଇନର ଆବଶ୍ୟକତା ଥିଲା । ଏହି ପ୍ରସଙ୍ଗର ଜରୁରି ଆବଶ୍ୟକତାକୁ ସମସ୍ତେ
ବୁଝିବା ଆବଶ୍ୟକ । ଆଇନରେ ପ୍ରସ୍ତାବିତ ସଂଶୋଧନର ଉଦ୍ଦେଶ୍ୟ ହେଉଛି ଆତଙ୍କବାଦ ସହ ଜଡ଼ିତ
ଅପରାଧଗୁଡ଼ିକର ତ୍ୱରିତ ଯାଂଚ ଓ ବିଚାର ସୁବିଧା ପ୍ରଦାନ କରିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ
ବ୍ୟକ୍ତିକୁ ଅନ୍ତର୍ଜାତୀୟ ମାନକ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିବାର ବ୍ୟବସ୍ଥା କରିବା ।
ଆତଙ୍କବାଦକୁ ନେଇ ରାଜନୀତି କରାଯିବା ଉଚିତ ନୁହେଁ । ଆତଙ୍କବାଦର ମୁକାବିଲା କରିବା ଏବଂ
ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଆତଙ୍କବାଦୀଙ୍କ ଠାରୁ ୪ ପାଦ ଆଗରେ ରଖିବା ଲାଗି ଏକ କଠୋର ଆଇନ ଲାଗୁ
କରାଯିବାକୁ ସମସ୍ତ ସଦସ୍ୟ ରାଜନୈତିକ ବିଚାର ଠାରୁ ଊଦ୍ଧ୍ୱର୍କୁ ଯାଇ ସମର୍ଥନ କରିବା ଆବଶ୍ୟକ  । ମୂଳ
ଆଇନ ୧୯୬୭ରେ ପ୍ରଣୟନ କରାଯାଇଥିଲା । ଏହାପରେ କିଛି ସଂଶୋଧନ କରାଯାଇଥିଲା, ମୋଦି ସରକାର
ସେତେବେଳେ କ୍ଷମତାରେ ନଥିଲେ । ତେବେ ମୂଳ ପ୍ରସଙ୍ଗ ହେଉଛି ଆମେ ଯିଏ ବି ହେଉ , ଆତଙ୍କବାଦର
ମୂଳୋତ୍ପାଟନ ପ୍ରତି ଆମେ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ ହେବା ଦରକାର  । ଏହି ବିଲକୁ ନେଇ କେନ୍ଦ୍ର ସରକାର
ଆଶ୍ୱାସନା ଦେଇଛନ୍ତି ଯେ, ଏହି ବିଲକୁ କୌଣସି ବ୍ୟକ୍ତିବିଶେଷଙ୍କ ବିରୋଧରେ ଅପବ୍ୟବହାର କରାଯିବ
ନାହିଁ । ତେବେ ଏହି ବିଲରେ ଥିବା ପ୍ରାବଧାନ ମୁତାବକ ‘ସହରୀ ମାଓବାଦୀ’ଙ୍କ ସମେତ ଯେଉଁମାନେ
ଭାରତର ନିରାପତ୍ତା ଏବଂ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିବା ଭଳି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ
ରହୁଛନ୍ତି ସେମାନଙ୍କ ବିରୋଧରେ ତଦନ୍ତକାରୀ ଏଜେନ୍ସିଗୁଡ଼ିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରପାରିବେ ।
ଗିରଫ ଏବଂ ଜାମିନ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ତେଣୁ କୌଣସି ବ୍ୟକ୍ତିର ମୌଳିକ
ଅଧିକାର କ୍ଷୂର୍ଣ୍ଣ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଥିବା ସୂଚନା ଦିଆଯାଇଛି । ଆହୁରି ପ୍ରମାଣର ଚାପ
ଅଭିଯୁକ୍ତ ନୁହେଁ ବରଂ ତଦନ୍ତକାରୀ ଏଜେନ୍ସି ଉପରେ ରହିବ । ଏହି ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହୋଇନାହିଁ  ।
ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ସମ୍ପତ୍ତି ବାଜ୍ୟାପ୍ତି କରିବାର କ୍ଷମତା ଏନଆଇଏ ଡିଜିଙ୍କୁ
ପ୍ରଦାନ କରାଯିବା ପ୍ରସ୍ତାବ ରହିଛି । ବାସ୍ତବ କ୍ଷେତ୍ରରେ ଲାଗୁ ହୋଇପାରିଲେ ହିଁ କଠୋର ଆଇନ ଫଳପ୍ରଦ
ହୋଇଥାଏ । ତେଣୁ ଏହି ଆଇନର କାର୍ଯ୍ୟକାରିତା ସଫଳ ହେବା ଉଚିତ । ବତ୍ତର୍୍ମାନର ବ୍ୟବସ୍ଥା ଅନୁଯାୟୀ,
ଆତଙ୍କବାଦ ମାମଲାର ତଦନ୍ତ ଆରମ୍ଭ କରିବା ଲାଗି ଏନଆଇଏକୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ପୋଲିସ
ମହାନିର୍ଦ୍ଦେଶକଙ୍କ ଠାରୁ ଅନୁମତି ଆଣିବାକୁ ପଡ଼ୁଥିଲା । ଯାହା ତଦନ୍ତ ପ୍ରକ୍ରିୟାକୁ ବିଳମ୍ବିତ କରୁଥିଲା । ଆତଙ୍କବାଦ
ଘଟଣାର ତଦନ୍ତ ସମୟରେ ସମ୍ପତ୍ତି ବାଜ୍ୟାପ୍ତି କରିବାର କ୍ଷମତା ତଦନ୍ତକୁ ତ୍ୱରାନ୍ୱିତ କରିବା ଲାଗି ନିଆଯାଇଛି ।
ଏହା ସଂଘୀୟ ନୀତି ବିରୋଧରେ ନୁହେଁ  । ବ୍ୟକ୍ତିର ମାନସିକତାରେ ହିଁ ଆତଙ୍କବାଦ ରହିଛି । ଏଥିପାଇଁ
କୌଣସି ସଂଗଠନ ଦାୟୀ ନୁହେଁ । ତେଣୁ ପ୍ରଥମରୁ ଜଣେ ବ୍ୟକ୍ତିକୁ ଯଦି ଅନ୍ୟମାନଙ୍କୁ ଆତଙ୍କବାଦ ଲାଗି
ପ୍ରବର୍ତାଇବା ନିମନ୍ତେ ବୈଚାରିକ ଓ ଆର୍ଥିକ ସହାୟତା ପ୍ରଦାନ କରିବାରୁ ରୋକଯାଇପାରେ ତା'ହେଲେ
ଆତଙ୍କବାଦର ମୂଳୋତ୍ପାଟନ ସମ୍ଭବ ହୋଇପାରିବ । ତେଣୁ ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟାରେ ଜଣେ ବ୍ୟକ୍ତିକୁ
ଆତଙ୍କବାଦୀ ଘୋଷଣା କରିବା ଆତଙ୍କବାଦ ନିରାକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ ।
ଆମେରିକାର ୱାଶିଂଟନ ସ୍ଥିତ ୱାର କଲେଜର ପ୍ରାଧ୍ୟାପକ ଜାଚାରୀ ଆହୁଜା କହିଛନ୍ତି ଯେ, ପୂରା ଭାରତ
ଉପମହାଦେଶ ପାଇଁ ନିକଟରେ ଶ୍ରୀଲଙ୍କାରେ ଘଟିଥିବା ଆତଙ୍କୀ ହମଲା ଏକ ସତର୍କ ସୂଚନା । ଜିହାଦୀମାନେ
ଇରାକ ଓ ସିରିଆରେ ପରାସ୍ତ ହେବା ପରେ ଏବେ ଭାରତ ଉପମହାଦେଶ ଅଭିମୁଖେ ନିଜର ଅଭିଯାନ
ଆରମ୍ଭ କରିଛନ୍ତି । ଶ୍ରୀଲଙ୍କା ଘଟଣା ଇସଲାମୀୟ ଆତଙ୍କବାଦର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା ସେ ସୂଚାଇ
ଦେଇଛନ୍ତି । ସିଙ୍ଗାପୁର ସ୍ଥିତ ଏସ୍ ରାଜରତ୍ନମ୍ ସ୍କୁଲ ଅଫ୍ ଇଣ୍ଟରନ୍ୟାସନାଲ ଷ୍ଟଡିଜର ରକ୍ଷା ବିଶେଷଜ୍ଞ ରୋହନଗୁଣ
ରତ୍ନମ୍ କହିଛନ୍ତି ଯେ, ଶ୍ରୀଲଙ୍କା ଘଟଣାରେ ନ୍ୟାସନାଲ ତୋହିତ ଜମା୍ତ୍ ପ୍ରତ୍ୟକ୍ଷ ଭାବେ ସାମିଲ । ଏହି
ସଂଗଠନ ଆଇଏସ୍ଆଇଏସ୍ ସହ ସଂଶ୍ଲିଷ୍ଟ । ଆଇଏସ୍ଆଇଏସ୍ ଏଭଳି ଏକ ମାରାତ୍ମକ ସଂଗଠନ ଯେ କି,
୨୦୧୫ ନଭେମ୍ବର ମାସରୁ ବିଶ୍ୱର ବିଭିନ୍ନ ଦେଶରେ ଏହାର ଶାଖା ପ୍ରଶାଖା ଖୋଲିବା ପାଇଁ ଉଦ୍ୟମ କରୁଛି ।
ସିରିଆ ଓ ଇରାକ୍ରେ ମିତ୍ରସେନା ଦ୍ୱାରା ଏହି ସଂଗଠନ ଦବି ଯାଇଥିବାବେଳେ ଆଫ୍ରିକା, ଏସିଆ, ୟୁରୋପ
ପ୍ରଭୃତି ମହାଦେଶଗୁଡିକରେ ଏହି ସଂଗଠନ ଏହାର ଶାଖା ସଂଗଠନ ଖୋଲିଛି । ବିଭିନ୍ନ ସ୍ଥାନରେ ସେଗୁଡିକର
ନାମ ଭିନ୍ନ ଭିନ୍ନ ରଖାଯାଇଛି । ୨୦୧୫ରେ ପ୍ୟାରିସ ଆକ୍ରମଣ ହେଉ, ୨୦୧୬ରେ ଢ଼ାକା ରେସ୍ତୋଁରା
ଆକ୍ରମଣ ହେଉ କିମ୍ବା ଲେବାନନ୍ ଓ ଲଣ୍ଡନରେ ହୋଇଥିବା ଆତଙ୍କୀ ଆକ୍ରମଣ ହେଉ । ଏ ସବୁ ପଛରେ
ଯେଉଁ ଆତଙ୍କୀ ସଂଗଠନ ସଂଶ୍ଲିଷ୍ଟ ସେମାନଙ୍କ ବିଚାରଧାରା ଗୋଟିଏ । କୋରାନ୍ ଓ ମଦ୍ରାସାର ଚାରି କାନ୍ଥ
ମଧ୍ୟରେ ସେମାନଙ୍କ ବୁଦ୍ଧି ସୀମିତ । ସେମାନଙ୍କ ଚିନ୍ତାଧାରା ମଧ୍ୟଯୁଗୀୟ ବ୍ୟବସ୍ଥା ମଧ୍ୟରେ ଘୁରି ବୁଲେ ।
ମୌଳବାଦରୁ ସୃଷ୍ଟ ଏଭଳି ମାନସିକତା ଆଜି ଇଣ୍ଡୋନେସିଆ, ଫିଲିଫାଇନ୍ସ ଭଳି ଦେଶରେ ଇସ୍ଲାମୀୟ
କଠୋରପନ୍ଥୀମାନେ ସରିଆ ସପକ୍ଷରେ ଯେଭଳି ଉଗ୍ର ମନୋଭାବ ପୋଷଣ କରୁଛନ୍ତି ସେଥିରେ ଅନ୍ୟ
ଧର୍ମାବଲମ୍ବୀଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ଗତ ସପ୍ତାହରେ ଇଣ୍ଡୋନେସିଆର ଅନ୍ୟ ଏକ ପଡୋଶୀ ରାଷ୍ଟ୍ର
ବ୍ରୁନେଇ ନିଜକୁ କଠୋରପନ୍ଥୀ ଇସଲାମିକ ରାଷ୍ଟ୍ର ଘୋଷଣା କରିଛି । ଇସ୍ଲାମ୍ ପାଇଁ କିଛି କଠୋରପନ୍ଥୀ
ମୌଳବାଦୀ ଯେଭଳି ଉଗ୍ର ପ୍ରଚାର କରନ୍ତି ତାହା ନଦେଖିଲେ ବିଶ୍ୱାସ କରିହେବ ନାହିଁ । ମୁମ୍ବାଇର ଏଭଳି ଉଗ୍ର
ଇସଲାମୀୟ ପ୍ରଚାରକ ଥିଲା ଜାକିର ନାଇକ୍ । ସେ ନିଜର ଉଗ୍ର ବିଚାରଧାରା ଦ୍ୱାରା ହିନ୍ଦୁ ଦେବାଦେବୀଙ୍କୁ ତୁଚ୍ଛ
ଦର୍ଶାଇବା ସହ ଇସ୍ଲାମର ବିଚାରଧାରାକୁ ଅନ୍ୟମାନଙ୍କ ଉପରେ ଲଦି ଦେବାକୁ ଉଦ୍ୟମ କରୁଥିଲା । ଭାରତ
ଠାରୁ ଆରମ୍ଭ କରି ଶ୍ରୀଲଙ୍କା, ବାଂଲାଦେଶ, ମିଆଁମାର, ମାଲେସିଆ, ଇଣ୍ଡୋନେସିଆ ଓ ମାଳଦ୍ୱୀପରେ ମଧ୍ୟ
ତାର ଚ୍ୟାନେଲ ପ୍ରସାରିତ ହେଉଥିଲା । ସେତେବେଳୁ ଗୁଇନ୍ଦା ବିଭାଗ ସତର୍କ କରିଦେଇଥିଲା ଯେ, ଇସ୍ଲିମିକ
ମୌଳବାଦୀମାନେ ପୂରା ଭାରତ ଉପମହାଦେଶରେ ଖିଲାଫତ୍ ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି ।
ସେତେବେଳେ ମଧ୍ୟ ସମ୍ପୃକ୍ତ ଦେଶଗୁଡିକୁ ଭାରତ ସତର୍କ କରାଇ ଦେଇଥିଲା । ହେଲେ ଏଭଳି ଗୁଇନ୍ଦା ତଥ୍ୟ
ଓ ସତର୍କ ସୂଚନାକୁ ଗମ୍ଭୀରତାର ସହ ଗ୍ରହଣ କରାନଯିବାରୁ ମୌଳବାଦୀମାନେ ସେମାନଙ୍କ ନେଟୱାର୍କ
ବିଛାଇବାରେ ସୁଯୋଗ ପାଇଲେ । ଆଜି ବହୁ ଶିକ୍ଷିତ ଯୁବକ ଆତଙ୍କବାଦକୁ ଅପଣାଇନେଇଛନ୍ତି । ଏହାର
କାରଣ ହେଉଛି ଧର୍ମର ଅଫିମ । ଇସଲାମୀୟ ଧର୍ମଗୁରୁମାନେ ଇସଲାମର ପ୍ରଚାର ପ୍ରସାର ପାଇଁ କୋରାନର
ଉଦାହରଣ ଦେଇଥାନ୍ତି । ସମଗ୍ର ବିଶ୍ୱରେ ଶାନ୍ତି ବ୍ୟାହତ ହେବା ପଛରେ ରହିଥିବା ପ୍ରମୁଖ କାରଣଗୁଡ଼ିକ
ହେଉଛି- ୧) ଆତଙ୍କବାଦ, ୨) ଧାର୍ମିକ ମୌଳବାଦ, ୩) ରାଜନୈତିକ ଅସ୍ଥିରତା, ୪) ଅର୍ଥନୈତିକ
ଅସଂଗତି । ଏହା ଛଡ଼ା ଅନ୍ୟାନ୍ୟ ଯେଉଁ କାରଣଗୁଡ଼ିକ ଶାନ୍ତି ଓ ପ୍ରଗତିର ପରିପନ୍ଥୀ ତାହା ହେଲା -ଜାତିଆଣ
ବିଦ୍ୱେଷ, ଶରଣାର୍ଥୀ ସମସ୍ୟା, ଭ୍ରଷ୍ଟାଚାର, ଅପସଂସ୍କୃତି, ଅଶିକ୍ଷା ଏବଂ ଦାରିଦ୍ର‌୍ୟ ଇତ୍ୟାଦି ।
ଏବେ ଆତଙ୍କବାଦର ଗର୍ଭଗୃହ ପାଲଟିଛି ମଧ୍ୟପ୍ରାଚ୍ୟ । ଏଥିରେ ଅନ୍ତର୍ଭୁକ୍ତ ଦେଶମାନେ ହେଲେ ସିରିଆ,
ଇରାକ, ଲେବାନନ, ଲିବିୟା ଏବଂ ତୁର୍କୀ । ସାଉଦି ଆରବ ପରି ଦେଶ ଏହି ଆତଙ୍କବାଦକୁ ପରୋକ୍ଷରେ
ଆର୍ଥିକ ସମର୍ଥନ ଯୋଗାଇଥାଏ । ପାକିସ୍ତାନ ଆତଙ୍କବାଦର ଜନନୀ ସାଜିଛି । ମୌଳବାଦୀଙ୍କ ଏନ୍ତୁଡିଶାଳା ।
ଆରବ ଦେଶ ଅର୍ଥରେ ଆଇଏସ୍ ପରି ସଂସ୍ଥାର ବିକାରମାନସିକତା ଯୁବକ ମାନଙ୍କୁ ନରସଂହାର ଟ୍ରେନିଂ
ଦେବାରେ ପାକିସ୍ତାନ ସେନାର ବଡ ଭୂମିକା ରହିଛି । ଏହାକୁ ସମୟ ଥାଉ ଥାଉ ପ୍ରତିହତ କରିବା ଆବଶ୍ୟକ
ା ଆତ୍ମକୈନ୍ଦ୍ରିକ ସ୍ୱାର୍ଥ, କ୍ଷମତାର ଲାଳସା, ବିକାରଗ୍ରସ୍ତ, ଉଚ୍ଛୃଙ୍ଖଳ, ହିଂସା ପ୍ରଣୋଦିତ ମାନସିକତାରେ ଏକ
ନିର୍ଦ୍ଦିଷ୍ଟ ଧର୍ମର ମୌଳବାଦୀ ଧର୍ମକୁ ଆୟୁଧ କରି ସମାଜକୁ ଧ୍ୱଂସ କରୁଛନ୍ତି । ଏହା ଦ୍ୱାରା ଧର୍ମର ଅନ୍ତଃସ୍ୱର
ପ୍ରତିହତ ହେଉଛି । ଧର୍ମ ନାଁରେ ଅରାଜକତା, ସାମ୍ପ୍ରଦାୟିକତା, ଦଙ୍ଗା, ଯୁଦ୍ଧପ୍ରବଣତା ବିଶ୍ୱକୁ ଅସ୍ଥିର ଓ ଅସୁରକ୍ଷିତ
କରିବାରେ ଲାଗିଛି । ସାଧାରଣ ଜନତା ବିଭ୍ରାନ୍ତ ହେବା ସହ ଏହି ଧର୍ମୀୟ ଷଡ଼ଯନ୍ତ୍ରର ଶିକାର ପାଲଟୁଛନ୍ତି ।
ସାଂପ୍ରଦାୟିକ ସଂଘର୍ଷର ଲେଲିହାନ ଶିଖାରେ ନିଶ୍ଚିହ୍ନ ହୋଇ ଯାଉଛି ଅନେକ ନିରୀହ ମଣିଷର ଜୀବନ ଦୀପ ।
ଧନ ଜୀବନ, ସଂହତି, ସଦ୍ଭାବ, ପ୍ରଗତି ଓ ଶାନ୍ତି ବିପନ୍ନ ହେବାରେ ଲାଗିଛି । ଅତୀତରେ ଧର୍ମକୁ ନେଇ
ଅନେକ ଯୁଦ୍ଧ ସଂଘଟିତ ହୋଇଛି ଓ ଏବେ ମଧ୍ୟ ହେଉଛି । ସଂପ୍ରତି ବିଶ୍ୱର ପ୍ରାୟ ୭୦୦ କୋଟିରୁ ଉଦ୍ଧ୍ୱର୍
ଜନସଂଖ୍ୟାରୁ ଖ୍ରୀଷ୍ଟିଆନ୍ଙ୍କ ସଂଖ୍ୟା ୨୧୦ କୋଟିରୁ ଅଧିକ । ମୁସଲମାନ୍ମାନେ ୧୬୦ କୋଟି ଓ ହିନ୍ଦୁଙ୍କ
ସଂଖ୍ୟା ୧୦୫ କୋଟିରୁ ଅଧିକ । ପ୍ରାୟ ୧୧୦କୋଟିରୁ ଉଦ୍ଧ୍ୱର୍ ନାସ୍ତିକ ଭାବରେ ନିଜକୁ ଅଭିହିତ କରନ୍ତି ।
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ସହ ତାଳଦେଇ ସଭ୍ୟତା ଯେତିକି ସଫଳତାର ସୋପାନ ଅତିକ୍ରମ କରୁଛି,
ଧର୍ମ ନାଁରେ ସଂଘର୍ଷ ଓ ସଂକଟର ତୀବ୍ରତା ସେଇ ଅନୁସାରେ ବଢ଼ୁଛି । ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଆଣିବାରେ
ଧର୍ମ ସହାୟକ ହେବା ଅପେକ୍ଷା ପ୍ରଧାନ ଅନ୍ତରାୟ ସାଜୁଛି । ଇସଲାମିକ ଷ୍ଟେଟ (ଆଇଏସ୍‍), ଅଲକାଏଦା ଓ
ତାଲିବାନ ଭଳି ଆତଙ୍କବାଦୀ ସଂଗଠନଙ୍କ ମୁଖ୍ୟ ଉଦେଶ୍ୟ ହେଉଛି ଲୋକଙ୍କୁ ହତ୍ୟା କରିବା । ଏହି ଆତଙ୍କବାଦୀ
ସଂଗଠନ ସହିତ ଇସଲାମ ଧର୍ମର କୌଣସି ସମ୍ପର୍କ ନାହିଁ । ଯଦି ଜଣେ ସୁଫିବାଦକୁ ଠିକ୍‍ ଭାବେ ପଠନ କରିବ
ତେବେ ଆଇଏସର କାର୍ଯ୍ୟକୁ ବୁଝିପାରିବ । ଆଇଏସ୍‍ ଯାହା କରୁଛି ତାହା ଜେହାଦ ନୁହେଁ । ଏହା ହେଉଛି
ଫସାଦ । ଭାରତରେ ସାଉଦିଆରବ ଶୈଳୀରେ ଇସ୍‍ଲାମର ପ୍ରଚାର ପ୍ରସାର କରାଯାଉଛି । ଭାରତରେ କିଛି
ଇସଲୀମୀୟ ସଂଗଠନ ସ୍ୱେଚ୍ଛାସେବୀ ସଂସ୍ଥାର ପତାକା ତଳେ ଏଭଳି କାମ କରୁଛନ୍ତି ଓ ସେଗୁଡ଼ିକ ବିଦେଶରୁ
ଏଥିପାଇଁ ବିପୁଳ ସହାୟତା ପାଉଛନ୍ତି । ଇସଲମାକୁ ବିଶ୍ୱର ସବୁଠାରୁ ବଡ ଧର୍ମରେ ପରିଣତ କରିବାକୁ ଏଭଳି
ହୀନ ଉଦ୍ୟମ କରାଯାଉଛି । ଏହି ବିପୁଳ ଅର୍ଥ ରାଶି ଉକ୍ତ ସମ୍ପ୍ରଦାୟ, ସମାଜର ବିକାଶ ତଥା ଗଠନମୂଳକ
କାର୍ଯ୍ୟ କ୍ଷେତ୍ରରେ ବ୍ୟୟ ହେବା ପରିବର୍ତ୍ତେ ମୌଳବାଦର ଉତ୍ଥାନ ପାଇଁ ଖର୍ଚ୍ଚ ହେଉଛି । ବିଭିନ୍ନ ହାୱଲା
ଚାନେଲ ଦେଇ ବିପୁଳ ଅର୍ଥ ସମ୍ପୃକ୍ତ ସଂଗଠନଗୁଡ଼ିକ ଆଦାୟ କରୁଥିବା ଓ ଏହାକୁ ମୌଳବାଦ ତଥା ବିଧ୍ୱଂଶକାରୀ
କାର୍ଯ୍ୟରେ ବିନିଯୋଗ କରୁଥିବା ସ୍ପଷ୍ଟ ପ୍ରମାଣ ମିଳିଛି । ଏମାନେ କେବଳ ଭାରତୀୟ ମୁସଲମାନଙ୍କୁ ବିପଥଗାମୀ
କରୁନାହାନ୍ତି; ବରଂ ସାରା ଦେଶକୁ ଧ୍ୱଂଶପଥକୁ ନେଇ ଯାଉଛନ୍ତି । ଆତଙ୍କବାଦୀ ଏଭଳି ଯୁଦ୍ଧ ଚଳାଇଛନ୍ତି
ଯେଉଁଠି ଶତ୍ରୁର ଚେହେରାକୁ ଚିହ୍ନି ହେଉନାହିଁ । ମୌଳବାଦର ପାଠ ପଢ଼ାଇ ଶିକ୍ଷିତ ଯୁବକମାନଙ୍କୁ ମଧ୍ୟଯୁଗୀୟ
ଚିନ୍ତା ଧାରାର ଦାସ କରି ଦିଆଯାଉଛି । ବିଡ଼ମ୍ବନାର କଥା ଯେ ଏକ ମଧ୍ୟଯୁଗୀୟ ସଂକୀର୍ଣ୍ଣ ଓ କ୍ରୂର ମୌଳବାଦୀ
ବିଚାରଧାରା (ଜିହାଦ) ପାଇଁ ଆତଙ୍କବାଦୀ ସଂଗଠନଗୁଡିକ ମାନବ ସଭ୍ୟତା ପାଇଁ ଏବେ ବିପଦ ପାଲଟିଛନ୍ତି ।
ଏହାର ବିପଜ୍ଜନକ ନୂଆ ଦିଗଟି ହେଲା ବର୍ତ୍ତମାନ ଯେଉଁମାନେ ଜେହାଦି ହେଉଛନ୍ତି, ସେମାନେ ଆଉ ଅପାଠୁଆ,
ଗରିବ ଯୁବକଯୁବତୀ ନୁହନ୍ତି, ବରଂ ବିକଶିତ ଦେଶର ଶିକ୍ଷିତମାନେ ଅଛନ୍ତି । ଏମାନେ ଗଣତାନ୍ତ୍ରିକ ଦେଶର ସବୁ
ପ୍ରକାର ଶିକ୍ଷା ଓ ସମାଜ କଲ୍ୟାଣକାରୀ ସୁବିଧାସୁଯୋଗ ହାସଲ କରି ଜ୍ଞାନ ଅର୍ଜନ କରିଛନ୍ତି, କିନ୍ତୁ ପରେ
ସେମାନେ ସେଇ ଗଣତାନ୍ତ୍ରିକ ଓ ସମାଜ ସଂସ୍କାର ମୂଲ୍ୟବୋଧ ବିରୋଧରେ ହିଁ ଲଢ଼େଇ କରୁଛନ୍ତି; ସେମାନେ
ମଣିଷ ସମାଜକୁ ଅନ୍ଧକାର ଭିତରକୁ ଠେଲିଦେବାକୁ ଚେଷ୍ଟା ଜାରି ରଖିଛନ୍ତି । ସମାଜ ଭିତରେ ଥାଇ ମଧ୍ୟ
କେତେକ ଲୋକ ବିପଜ୍ଜନକ କାମ କରୁଛନ୍ତି । ତେଣୁ ପରଦା ପଛରେ ରହି ଆତଙ୍କବାଦ ଭଳି ଦେଶ ବିରୋଧୀ
କାର୍ଯ୍ୟରେ ଲିପ୍ତ ରହୁଥିବା ଲୋକଙ୍କ ପାଇଁ ୟୁଏପିଏ ଆକ୍ଟ ଏକ ବଳିଷ୍ଠ ପଦକ୍ଷେପ ବୋଲି କୁହାଯାଇପାରେ ।

Comments