ନୂଆଦିଲ୍ଲୀ : ଦେଶରେ ଧାର୍ମିକ ଅସହିଷ୍ଣୁତା
ବଢ଼ି ଚାଲିଛି ଏବଂ ଭୀଡ଼ ହିଂସାରେ ନିର୍ଦ୍ଦିଷ୍ଟ
ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି ବୋଲି
ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦିଙ୍କୁ ଦେଶର ୪୯ଜଣ ସେଲିବ୍ରିଟି ଚିଠି
ଲେଖିବା ଘଟଣାର ପାଲଟା ଜବାବ
ଦେଇଛନ୍ତି ଭିନ୍ନ ମତାବଲମ୍ବୀ ୬୨ଜଣ
ସେଲିବ୍ରିଟି । ସେମାନେ ପୂର୍ବୋକ୍ତ ଚିଠିର
ଜବାବ ଦେଇ କହିଛନ୍ତି ଯେ, ଦେଶରେ କିଛି
ନିର୍ଦ୍ଦିଷ୍ଟ ମତବାଦର ବ୍ୟକ୍ତି ଅସହିଷ୍ଣୁତା ବଢ଼ି
ଚାଲିଥିବା ଅଭିଯୋଗ କରୁଛନ୍ତି । ସେମାନେ
ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉପରେ ଆକ୍ରମଣକୁ
ଦେଖି ପାରୁଛନ୍ତି, କିନ୍ତୁ ଅନ୍ୟମାନଙ୍କୁ ମଧ୍ୟ
ଆକ୍ରମଣ କରାଯାଉଛି ତାହା ଦେଖି
ପାରୁନାହାଁନ୍ତି । ଜୟଶ୍ରୀରାମ କହୁଥିବା ବ୍ୟକ୍ତି
ମଧ୍ୟ ହତ୍ୟାର ଶୀକାର ହେଉଛନ୍ତି ।
ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଜୟଶ୍ରୀରାମ
କହିବା ଏକ ଅପରାଧ ଭାବେ ବିଚେିତ
ହେଉଛି । ଏହା ବି ଅସହିଷ୍ଣୁତାର ପରିଚାୟକ
ବୋଲି ସେମାନେ କହିଛନ୍ତି । ଆଉ ଦେଶର
ସୁରକ୍ଷା କର୍ମୀ ଏବଂ ନିରୀହ ବ୍ୟକ୍ତିଙ୍କୁ ହତ୍ୟା
କରୁଥିବା ମାଓବାଦୀ ଓ ଆତଙ୍କବାଦୀଙ୍କ
ସମର୍ଥକମାନେ କେଉଁ ଶ୍ରେଣୀର ବୋଲି ଏହି
୬୨ଜଣ ସେଲିବ୍ରିଟି ପ୍ରଶ୍ନ କରିଛନ୍ତି । ଏହି
ସେଲିବ୍ରିଟି ମାନଙ୍କ ମଧ୍ୟରେ ଅଛନ୍ତି
ରାଜ୍ୟସଭା ସାଂସଦ ତଥା ପ୍ରଖ୍ୟାତ ଓଡ଼ିଶାୀ
ନୃତ୍ୟାଙ୍ଗନା ସୋନାଲ ମାନସିଂହ, ଅଭିନେତ୍ରୀ
କଙ୍ଗନା ରାୱତ୍, ସିବିଏଫସି ମୁଖ୍ୟ ପ୍ରସୂନ
ଯୋଷୀ, ପ୍ରଯୋଜକ ମଧୁର ଭଣ୍ଡାରକର,
ବିବେକ ଅଗ୍ନିହୋତ୍ରୀ, ପଣ୍ଡିତ ବିଶ୍ୱ ମୋହନ
ଭଟ୍ଟ, ଅଶୋକ ପଣ୍ଡିତ, ଅଭିନେତା ମନୋଜ
ଯୋଷୀ, ବିଶ୍ୱଜିତ୍ ଚାଟାର୍ଜୀ ଓ ମାଲିନୀ
ଅୱସ୍ଥି ପ୍ରମୁଖ । ଏମାନେ ଅଭିଯୋଗ
କରିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ପତ୍ର
ଲେଖିଥିବା ୪୯ଜଣ ରାଜନୈତିକ ଉଦ୍ଦେଶ୍ୟ
ରଖି କେବଳ ଏକ ସଙ୍ଗଠନ ଓ ମତବାଦକୁ
ବଦନାମ କରିବା ପାଇଁ ସରକାରଙ୍କ
ବିରୋଧରେ ଏଭଳି ଅପପ୍ରଚାର କରୁଛନ୍ତି ।
Comments
Post a Comment