ନୂଆଦିଲ୍ଲୀ, ୨୫/୭: ବରେଲିର ମୁସଲମାନ ବହୁଳ ଅଂଚଳ ମଧ୍ୟରେ କାଉଡିଆ ମାନେ ଗଲେ ବରେଲି ସ୍ଥିତ ରେଳ ଷ୍ଟେସନକୁ ଉଡାଇ ଦିଆ ଯିବ ବୋଲି ଧମକ ଦେଇଛି ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଇଣ୍ଡିଆନ ମୁଜାହିଦ୍ଦିନ । ଏହି ସଂଗଠନର ଏକ କଥିତ କମାଣ୍ଡର ଏହି ଧମକ ଦେଇଛି । ଏକ ଅଗ୍ରଣୀ ଇଂରାଜୀ ଖବର ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ବରେଲୀ ରେଳ ଷ୍ଟେସନର ସୁପରିଟେଣ୍ଡେଂଟ ସତ୍ୟବୀର ସିଂହଙ୍କୁ ଇଣ୍ଡିଆନ ମୁଜାହିଦ୍ଦିନ ପକ୍ଷରୁ ଏକ ପତ୍ର ମିଳିଛି । ଇଣ୍ଡିଆନ ମୁଜାହିଦ୍ଦିନର ନେତା ମୁନେ ଖାନ ଓରଫ ମୁଲ୍ଲା ଦ୍ୱାରା ଲେଖା ଯାଇଥିବା ଏହି ପତ୍ରରେ କୁହା ଯାଇଛି ।ଯେ ଯଦି କାଉଡିଆ ମାନେ ମୁସଲିମ ବହୁଳ ଅଂଚଳ ଦେଇ ଯିବେ ତେବେ ବରେଲି ରେଳ ଷ୍ଟେସନକୁ ଉଡାଇ ଦିଆ ଯିବ । ତେଣୁ ପ୍ରଶାସନକୁ ଏ ସମ୍ପର୍କରେ ଅବଗତ କରାଇଦେବାକୁ ପତ୍ରରେ କୁହା ଯାଇଛି । ରେଳ ଷ୍ଟେସନ ଥାନାର ପ୍ରଭାରୀ କୃଷ୍ଣ ଅବତାର କହିଛନ୍ତି ଯେ ଏହି ମାମଲାର ତଦନ୍ତ କରା ଯାଉଛି ଓ ଘଟଣା ଉପରେ ନଜର ରଖା ଯାଉଛି । ଉଲ୍ଲେଖନୀୟ ଯେ ଏହା ପୂର୍ବରୁ ଉତର ପ୍ରଦେଶର ଜୌନପୁର ଠାରେ ବୋଲ ବମ କହିବାରୁ କାଉଡିଆ ମାନଙ୍କ ଉପରେ ଆକ୍ରମଣ କରା ଯାଇଥିଲା ।

Comments
Post a Comment