ଅଯୋଧ୍ୟାରେ ନିର୍ମାଣ ହେବ ଶ୍ରୀରାମଙ୍କ ବିଶ୍ୱର ସର୍ବୋଚ୍ଚ ପ୍ରତିମା


ଉତ୍ତରପ୍ରଦେଶ: ଅଯୋଧ୍ୟାରେ ଭଗବାନ
ଶ୍ରୀରାମଙ୍କର ବିଶ୍ୱର ସବୁଠାରୁ ଉଚ୍ଚ ମୂର୍ତ୍ତି
ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି
ଉତ୍ତରପ୍ରଦେଶର ଯୋଗୀ ସରକାର ।
ଶ୍ରୀରାମଙ୍କ ଏହି ପ୍ରତିମାର ଉଚ୍ଚତା ୨୫୧
ମିଟର ହେବ  । ଅଯୋଧ୍ୟାର ସରଜୁ ନଦୀ
କୂଳରେ ୧୦୦ ହେକ୍ଟର ଜମି ଉପରେ ଏହି
ପ୍ରତିମାକୁ ସ୍ଥାପିତ କରାଯିବ । ଏସମ୍ପର୍କରେ
ସୋମବାର ମୁଖ୍ୟମନ୍ତ୍ରୀ ଯୋଗୀ
ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି ।
ସରଜୁ ନଦୀ କୂଳରେ ପ୍ରଭୂ ଶ୍ରୀରାମଙ୍କ ଏହି
ଭବ୍ୟ ପ୍ରତିମା ନିର୍ମାଣ କରିବାପାଇଁ ତକ୍ରାଳ
କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ
ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି  ।
ଏହାସହ ଅଯୋଧ୍ୟାର ସାମଗ୍ରିକ ବିକାଶ
ପାଇଁ ଶ୍ରୀରାମଙ୍କ ଉପରେ ଆଧାରିତ
ଡିଜିଟାଲ ମ୍ୟୁଜିୟମ୍ ଇଂଟରପ୍ରିଟେସନ୍
ସେଂଟର, ଲାଇବ୍ରେରୀ, ପାର୍କିଂ, ଫୁଡ୍
ପ୍ଲାଜା, ଲ୍ୟାଣ୍ଡ ସ୍କେପିଂ କରିବାକୁ ମୁଖ୍ୟମନ୍ତ୍ରୀ
ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିମୂର୍ତ୍ତି ନିର୍ମାଣ ପାଇଁ
ଗୁଜରାଟ ସରକାରଙ୍କ ସହ ଏମଓୟୁ
କରାଯିବ । ଭଗବାନ ରାମଙ୍କ ପ୍ରସ୍ତାବିତ
ପ୍ରତିମୂର୍ତ୍ତି ୨୫୧ ହେବାକୁ ଯାଉଥିବାରୁ ଏହା
ବିଶ୍ୱର ରସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ହେବ ।
ବର୍ତ୍ତମାନ ପର୍ଯ୍ୟଟନ ଚୀନ୍ରେ ସ୍ଥାପିତ
ହୋଇଥିବା ଗୌତମ ବୁଦ୍ଧଙ୍କ ପ୍ରତିମା ବିଶ୍ୱର
ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି, ଯାହାର ଉଚ୍ଚତା
୨୦୮ ମିଟର । ସେହି ରି ଗୁଜରାଟରେ
ସ୍ଥାପିତ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ
ପ୍ରତିମୂର୍ତ୍ତିର ଉଚ୍ଚତା ହେଉଛି ୧୮୨ ମିଟର ।
ନ୍ୟୁୟର୍କର ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଉଚ୍ଚତା
୯୩ ମିଟରର ହୋଇଥିବା ବେଳେ
ମୁମ୍ବାଇରେ ନିର୍ମାଣଧୀନ ବାବା ସାହେବ
ଆମ୍ବେଦକରଙ୍କ ମୂର୍ତ୍ତିର ଉଚ୍ଚତା
୧୩୭.୨ ମିଟରର । ଅପରପକ୍ଷରେ
ଆରବ ସାଗର ମଧ୍ୟରେ ନିର୍ମାଣ
ଚାଲିଥିବା ଛତ୍ର ତି ଶିବାଜୀଙ୍କ ପ୍ରତିମା
୨୧୨ ମିଟରର ହେବ । ତେଣୁ ପ୍ରଭୂ ଶ୍ରୀ
ରାମଙ୍କ ୨୫୧ ମିଟର ଉଚ୍ଚତା ବିଶିଷ୍ଟ
ପ୍ରତିମୂର୍ତ୍ତି ନିର୍ମାଣ ହେଲେ ଏହା ବିଶ୍ୱର
ସର୍ବଶ୍ରେଷ୍ଠ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ହେବ

Comments