ଦୁଇ ଜୈସ୍ ଆତଙ୍କବାଦୀ ନିହତ


ଶ୍ରୀନଗର : ଶନିବାର ଦିନ ଜାମ୍ମୁ-କାଶ୍ମୀରର ସୋପିଆନରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନେ ଆତଙ୍କବାଦୀ ସଙ୍ଗଠନ ଜୈସଇ-ମହମ୍ମଦର ସଦସ୍ୟ ଥିଲେ ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଅଛି ପାକିସ୍ତାନୀ ନାଗରିକ ମୁନ୍ନା ଲାହୋରୀ । ମୁନ୍ନ ଜୈସ ସଙ୍ଗଠନର ଜଣେ ଟପ୍ କମାଣ୍ଡର ଥିଲା । ଅନ୍ୟ ଜଣକ ମୁନ୍ନାର ସହଯୋଗୀ ଏବଂ ସେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି । ମୁନ୍ନା ଲାହୋରୀ ଓରଫ୍ ବିହାରୀ ବିରୋଧରେ କାଶ୍ମୀରର ବିଭିନ୍ନଥାନାରେ ଏକାଧିକ ମାମଲା ରହିଛି । ବହୁ ନିରୀହ ଜନତାଙ୍କ ହତ୍ୟାରେ ଲାହୋରୀର ହାତ ରହିଥିଲା । ଆଇଡି ପ୍ରସ୍ତୁତିରେ ସେ ଥିଲା
ସିଦ୍ଧହସ୍ତ । ସୋପିଆନ ବନବଜାର ଅଞ୍ଚଳର ବନ୍ଦେ ମହଲ୍ଲା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷା କର୍ମୀ
ସମ୍ପୃକ୍ତ ଅଞ୍ଚଳକୁ ଘେରି ଯାଇଥିଲେ । ଲୁଚି ରହିଥିବା ଆତଙ୍କବାଦୀ ମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇବା ପରେ ଉଭୟ ପକ୍ଷ
ମଧ୍ୟରେ ହୋଇଥିଲା ଏନ୍କାଉଣ୍ଟର । ଏଥିରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ସୁରକ୍ଷା କର୍ମୀଙ୍କ ଗୁଳିରେ ମୁନ୍ନା ଲାହୋରୀ ନିହତ
ହେବା ଘଟଣାକୁ ଆତଙ୍କବାଦ ବିରୋଧରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି । ଏହି ଏନ୍କାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ
ଉତ୍ତେଜନା ସୃଷ୍ଟି ହୋଇଛି । ଏହାକୁ ଦେଖି ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ସାମୟିକଭାବେ ବନ୍ଦ କରିଦିଆଯିବା ସହିତ
ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

Comments