ରାୟଗଡା, : ଭାରତୀୟ ମଜଦୁର ସଂଘର ୬୫ତମ ପ୍ରତିଷ୍ଠା ଦିବସ ରାୟଗଡାସ୍ଥିତି ଲାୟନ୍ସ କ୍ଲବ ଠାରେ ପାଳିତ ହୋଇଯାଇଛି । ପ୍ରଥମେ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ନ କରାଯାଇ ଗାୟତ୍ରୀ ନଗର ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ଶ୍ରମିକ ସଙ୍ଗୀତ ଗାନ କରାଯାଇଥିଲା । ସଂଘର ଜିଲ୍ଲା ସମ୍ପାଦକ ଖଗେଶ୍ୱର ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ସଭାପତି ଦିଲିପ ଦାସ ମୁଖ୍ୟଅତିଥି ଏବଂ ଶ୍ରୀ ସିଂ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଭିନ୍ନ ଭିନ୍ନ ରାଜନୈତିକ ବିଚାରଧାରା ଓ ପୃଷ୍ଠପୋଷକତାରେ ଅନେକ ଗୁଡିଏ କେନ୍ଦ୍ରୀୟ ସଂଗଠନ ଗଢି ଉଠିଥିଲା ବୋଲି ମତପ୍ରକାଶ କରିଥିଲେ । ପରେ ୧୯୫୫ ଜୁଲାଇ ୨୩ ତାରିଖରେ ଭାରତୀୟ ମଜଦୁର ସଂଘ ମଧ୍ୟପ୍ରଦେଶର ରାଜଧାନୀ ଭୋପାଲ ଠାରେ ଜନ୍ମ ନେଇଥିଲା । ସଂଘର ପ୍ରାଣ ପ୍ରତିଷ୍ଠତା ସ୍ୱର୍ଗତ ଦତ୍ରାତେୟ ରାଓ ଠେଙ୍ଗେଡି ଜିଙ୍କଙ୍କ ନେତୃତ୍ୱରେ ସମଗ୍ର ଦେଶରେ ଏହା ବୃହତ ସଂଗଠନର ମାନ୍ୟତା ପାଇ ଆସିଛି । ୨୦୧୧ ଗଣନା ଅନୁଯାୟୀ ୫୮୨୦ଟି ସଂଗଠନ ଥିବାବେଳେ ଓଡିଶାରେ ୨୨୦ଟି ପଞ୍ଜିକୃତ ସଂଗଠନ କାର୍ଯ୍ୟ କରି ଆସୁଛି । ରାୟଗଡା ଜିଲ୍ଲାରେ ୨୨ଟି ପଞ୍ଜିକୃତ ଏବଂ ରାଜ୍ୟସ୍ତରୀୟ ସଂଘ କାମ କରୁଛି । ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନବାଡି ୱାର୍କରସ ଆସୋସିଏସ୍, ଓହିଶା ରାଜ୍ୟ ଆଶାକର୍ମୀ ସଂଘ, ଜେକେ ପେପର, ମଜଦୁର ସଂଘ, ଇମ୍ଫା ଏମ୍ଫଲସ୍ ମଜଦୁର ସଂଘ, ଉତ୍କଳ ଆଲୁମିନା ମଜୁଦର ସଂଘ, ଜିଲ୍ଲା ବ୍ୟବସାୟ ମଜଦୁର ସଂଘ, ପାଚିକା ସଂଘ, ରାୟଗଡା ଜିଲ୍ଲା ହୋଟେଲ କର୍ମଚାରୀ ସଂଘ, କୋଠବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସହଘ, ଧାନ କଳ ମଜଦୁର ସଂଘର ସମସ୍ତ ଜିଲ୍ଲା ପ୍ରତିନିଧିମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କୃଷ୍ଟ ସିଂ, କାଶି ମଙ୍ଗୁଳୁ, ଶୁଭାସଚନ୍ଦ୍ର ସିଂ, ପ୍ରମୋଦ କୁମାର ପତି, ନେହାସିଂ, ଉମା ବଳିଆର ସିଂ, କଲ୍ୟାଣି ମିଶ୍ର, ରିତା ପଣ୍ଡା, ସିମାଞ୍ଚଳ ମିଶ୍ର, ପ୍ରଦୀପ କୁମାର ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।

Comments
Post a Comment