ନୂଆଦିଲ୍ଲୀ, ୨୬/୭ : ସମଗ୍ର ଦେଶ ୧୯୯୯ରେ ଭାରତୀୟ ସେନାର ଜୱାନଙ୍କ ଅଦମ୍ୟ ସାହାସ ଓ ପରାକ୍ରମକୁ ମନେ ପକାଇ ଶୁକ୍ରବାର କାରଗିଲ ବିଜୟ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରିଛି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କାରଗିଲ ଯୁଦ୍ଧ ସ୍ମାରକୀରେ ଉପସ୍ଥିତ ରହି ଶହୀଦ ଜୱାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଥିସହ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲେ ଯେ, ଯଦି ଭବିଷ୍ୟତରେ ପାକିସ୍ତାନ କାରଗିଲ ଭଳି ଭୁଲ୍ କରେ ତା’ହେଲେ ତାକୁ ୧୯୬୫, ୧୯୭୧ ଓ ୧୯୯୯ରେ ଭାରତ ସହିତ ଲଢ଼ି ପରାଜିତ ହେବା ଠାରୁ ମଧ୍ୟ ଭୟଙ୍କର ଦଶା ଭୋଗିବାକୁ ପଡ଼ିବ । ଦେଶର ଜୱାନଙ୍କୁ ନେଇ ଆମେ ଗର୍ବିତ । ୧୯୯୯ କାରଗିଲ ଯୁଦ୍ଧ ପରେ ଭାରତୀୟ ସେନାର ୩ଟି ଅଙ୍ଗକୁ ଆଧୁନିକୀକରଣ କରାଯାଇଛି ଏବଂ ସେନାର ୩ ଅଙ୍ଗକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ କରାଯାଇଛି । ଏବେ ଭାରତୀୟ ସେନା ଶତ୍ରୁକୁ ଯେ କୌଣସି ପରିସ୍ଥିତିରେ ପରାସ୍ତ କରିବାକୁ ପୂର୍ବଠାରୁ ଆହୁରି ଅଧିକ ସମର୍ଥ ଓ ସକ୍ଷମ ବୋଲି ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି । କାରଗିଲ୍ ଯୁଦ୍ଧ ସଂକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଥିଲେ ଯେ, ପାକିସ୍ତାନ ସହିତ ସୁସମ୍ପର୍କ ରକ୍ଷା କରିବାକୁ ତକ୍ରାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀ ଶତଚେଷ୍ଟିତ ଥିଲେ । ମାତ୍ର ପାକିସ୍ତାନ ଆମ ସହିତ ବିଶ୍ୱାସଘାତକତା କରି କାରଗିଲ୍ ହାତେଇବାକୁ ବସିଲା । ଫଳତଃ ଭାରତୀୟ ସେନାକୁ ‘ଅପେରସନ୍ ବିଜୟ’ କରିବାକୁ ପଡ଼ିଥିଲା । ପ୍ରାୟ ୨ ମାସ ବା ୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତୀୟ ଜୱାନ ଅଦ୍ଭୁତପୂର୍ବ ପରାକ୍ରମ ପ୍ରଦର୍ଶନ କରି ପାକିସ୍ତାନ ସେନାକୁ ଧୂଳି ଚଟାଇଥିଲେ । ସେ ଏହି ଅବସରରେ କାରଗିଲ୍ ଯୁଦ୍ଧରେ ଅଦମ୍ୟ ସାହାସ ପ୍ରଦର୍ଶନ କରି ପାକ୍ ସେନାକୁ ପରାହତ କରିଥିବା କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଉଦାହରଣ ଦେଇ କହିଥିଲେ ଯେ, ପଏଣ୍ଟ ୪୮୭୫ ଶୃଙ୍ଗସ୍ଥିତ ବଙ୍କରରେ ବସିଥିବା ଶତ୍ରୁର ଗୁଳିମାଡ଼କୁ ଭ୍ରୂକ୍ଷେପ ନ କରି କ୍ୟାପଟେନ ବାତ୍ରା ଆଗକୁ ବଢ଼ିଥିଲେ । ସେ ପାହାଡ଼ ଉପରେ ପହଞ୍ôଚ ଶତୃ ସୈନ୍ୟଙ୍କୁ ନିପାତ କରିବା ସହ ବିଜୟ ହାସଲ କରିଥିଲେ । ଏହାପରେ କ୍ୟାପଟେନ ବାତ୍ରା ୱାରଲେସ ଯୋଗେ ତାଙ୍କ ଅଧିକାରୀଙ୍କୁ ଏହି ବିଜୟ ସଂକ୍ରାନ୍ତରେ ଜଣାଇଥିଲେ । ଯେତେବେଳେ ତାଙ୍କ ଉପରସ୍ଥ ଅଧିକାରୀ ତାଙ୍କୁ ଏବେ କ’ଣ କରିବ ବୋଲି ପଚାରିଥିଲେ ସେତେବେଳେ ସେ ଆହୁରି ଉତ୍ସାହର ସହିତ କହିଥିଲେ ଯେ, ‘ୟୈ ଦିଲ୍ ମାଙ୍ଗେ ମୋର୍’ । ଏହାପରେ ସେ ଆଉ ଏକ ପଏଣ୍ଟ ୫୧୪୦କୁ ମଧ୍ୟ ଶତ୍ରୁ କବଳରୁ ମୁକୁଳାଇଥିଲେ । ତେବେ ଏହି ଯୁଦ୍ଧରେ କ୍ୟାପଟେନ ବାତ୍ରା ଲଢ଼ି ଶହୀଦ ହୋଇଥିଲେ ଏବଂ ତାଙ୍କର ଅଦ୍ଭୂତପୂର୍ବ ପରାକ୍ରମ ଲାଗି କ୍ୟାପଟେନ ବାତ୍ରାଙ୍କୁ ମରଣୋତ୍ତର ସର୍ବୋଚ୍ଚ ସାମରିକ ସମ୍ମାନ ‘ପରମବୀର ଚକ୍ର’ରେ ଭୂଷିତ କରାଯାଇଥିଲା । ତାଙ୍କର ଅଦମ୍ୟ ସାହାସକୁ ଦେଖି ଶତ୍ରୁପକ୍ଷ ମଧ୍ୟ ସ୍ୱର୍ଗତ କ୍ୟାପଟେନ୍ ବାତ୍ରାଙ୍କୁ ‘ଶେର ଶାହା’ ବୋଲି ଡାକୁଥିଲେ । ଏଣୁ ଏଭଳି ବୀର ସେନାଧିକାରୀ ଓ ଜୱାନ ସର୍ବଦା ଦେଶମାତୃକାର ସୁରକ୍ଷା ଲାଗି ପ୍ରାଣବଳୀ ଦେବାକୁ ପ୍ରସ୍ତୁତ ରହିଥିଲାବେଳେ ଶତ୍ରୁପକ୍ଷ ଭବିଷ୍ୟତରେ କୌଣସି ଦୁଃସାହାସ କରିବା ପୂର୍ବରୁ ନିଶ୍ଚୟ ହଜାରେ ଥର ଭାବିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ।

Comments
Post a Comment