ବ୍ରିଟେନ ମନ୍ତ୍ରୀମଣ୍ଡଳରେ ତିନି ଭାରତୀୟ



  ଲଣ୍ଡନ ,୨୫/୭ : ବିଶ୍ୱରେ ଭାରତୀୟମାନଙ୍କ ଗୁରୁତ୍ୱ , ଆଦର ଓ ପ୍ରଭାବ ବଢ଼ିବାରେ ଲାଗିଛି । ଏହାର ପ୍ରମାଣ ବ୍ରିଟେନରୁ ମିଳିଛି । ବ୍ରେକ୍ସିଟକୁ ନେଇ ବ୍ରିଟେନର ଟେରେସା ମେ ସରକାରର ପତନ ପରେ ନୂଆ ପ୍ରଧାନମନ୍ତ୍ରୀ ହୋଇଥିବା ବୋରିଶ ଜନସନଙ୍କ ଟିମରେ ସ୍ଥାନ ପାଇଛନ୍ତି ୩ଜଣ ଭାରତୀୟ । ସେମାନଙ୍କ କାର୍ଯ୍ୟଦକ୍ଷତା ପାଇଁ ସେମାନଙ୍କୁ ମନ୍ତ୍ରୀ ପଦ ମିଳିଥିବା କୁହାଯାଇଛି । ଏହି ୩ଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି  । ଇନଫୋସିସର ପ୍ରତିଷ୍ଠାତା ଏନ ଆର ନାରାୟଣ ମୂର୍ତିଙ୍କ ଜ୍ୱାଇଁ ରିଷି ସୁନାକ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଟିମରେ ଭାରତରେ ଜନ୍ମିତ ପ୍ରୀତି ପଟେଲଙ୍କୁ ଗୃହ ମନ୍ତ୍ରାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି । ସେହିପରି କନିଷ୍ଠ ମନ୍ତ୍ରୀ ଭାବେ ଭାରତର ଆଲୋକ ଶର୍ମାଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି । ତାଙ୍କୁ ଅନ୍ତରାଷ୍ଟ୍ରୀୟ ଉନ୍ନୟନ ବିଭାଗ ଦିଆଯାଇଛି । ରିଶି ସୁନାରଙ୍କୁ ନୂଆ ଚାନସେଲର ସାଜିଦ ଜାଭେଲଙ୍କ ଅଧିନରେ ଟ୍ରେଜେରୀ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରାଯାଇଛି । ୨୦୧୫ରୁ ୩୯ବର୍ଷୀୟ ରିଶି ରିଚ ମଣ୍ଡର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଆଗ୍ରାରେ ଜନ୍ମିତ ଆଲୋକ ଶର୍ମା ୨୦୧୦ରୁ ବ୍ରିଗିଂ ୱେଷ୍ଟର ଏମପି ଭାବେ ନିର୍ବାଚିତ ହୋଇଆସୁଛନ୍ତି । ଟେରେସା ମେ’ଙ୍କ ସରକାରରେ ସେ ନିଯୁକ୍ତି ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରକାଶ ଥାଉକି ବ୍ରିଟେନରେ ୧୫ଲକ୍ଷ ଭାରତୀୟ ରହୁଥିବାବେଳେ ପ୍ରଥମ ଥର ପାଇଁ ୩ଜଣ ଭାରତୀୟଙ୍କୁ ମନ୍ତ୍ରୀ ପଦ ମିଳିଛି ।

Comments