ସଂସ୍କୃତ ବିନା ଭାରତକୁ ବୁଝିବା ଅସମ୍ଭବ : ଡା. ମୋହନ ଭାଗବତ


ନାଗପୁର: ସଂସ୍କୃତ ଜାଣିନଥିବା ବ୍ୟକ୍ତି ଭାରତକୁ ସଂପୂର୍ଣ୍ଣ ରୂପେ ଜାଣିବା  ଅସମ୍ଭବ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମ ପୂଜନୀୟ ସରସଂଘଚାଳକ ମାନନୀୟ ଡା.ମୋହନ ଭାଗବତଜୀ ଏହା ପ୍ରକାଶ କରିଛନ୍ତି ।
ନାଗପୁର ଠାରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା ପ୍ରକାଶ କରିବା ସହିତ କହିଛନ୍ତି ଯେ, ଦେଶର ସମସ୍ତ ଭାଷା, ସେଥିରେ ଆଦିବାସୀ ଭାଷା ମଧ୍ୟ ସାମିଲ । ଯାହାକି କମ୍ ସେ କମ୍ ୩୦ ପ୍ରତିଶତ ସଂସ୍କୃତ ଶବ୍ଦରୁ ସୃଷ୍ଟି ।
ସରସଂଘଚାଳକଜୀ କହିଲେ ଯେ,ଡା.ବିି.ଆର. ଆମ୍ବେଦକର ଏହି କଥା ଉପରେ ଦୁଃଖ ପ୍ରକାଶ କରିଥିଲେ ଯେ ତାଙ୍କୁ ସଂସ୍କୃତ ଶିଖିବାର ଅବସର ମିଳିନଥିଲା । କାରଣ ଏହା ଦ୍ୱାରା ଦେଶର ପରମ୍ପରା ସଂପର୍କରେ ଜାଣିବା ମହତ୍ୱପୂର୍ଣ୍ଣ ।
ଡା. ଭାଗବତ କହିଲେ ଯେ, ଆମ ଦେଶର ଏପରି କୌଣସି ଅଂଚଳ ନାହିଁ ଯେ ଆମେ ତାହାର ଭାଷାକୁ ତିନି ଚାରି ମାସ ମଧ୍ୟରେ ଶିଖି ପାରିବା ନାହିଁ । କିନ୍ତୁ  ଆମେ ପ୍ରଥମ ଥର କୌଣସି ଭାଷା ଶୁଣୁଛୁ ଏବଂ ବ୍ୟକ୍ତି ଧିରେ ଧିରେ କହୁଛି, ତେବେ ଆମେ ତାହାର ଭାବନା ବୁଝି ପାରିବ । ଏହାର କାରଣ  ହେଉଛି, ସଂସ୍କୃତ ।
ସେ କହିଲେ ଯେ, ସଂସ୍କୃତ ଜ୍ଞାନର ଭାଷା । ପୁରାତନ ଖଗୋଳ ବିଜ୍ଞାନ, କୃଷି ଏବଂ ଆୟୁର୍ବେଦର ସମସ୍ତ ଜ୍ଞାନ ସଂସ୍କୃତରେ ହିଁ ପାଇ ପାରିବା ।  ବର୍ତମାନ ପର୍ଯ୍ୟନ୍ତ ଭାରତର ପୂର୍ବ-ଆଧୁନିକ ଇତିହାସର ସଂସାଧନ କେବଳ ସଂସ୍କୃତରେ ।
ସେ କହିଲେ ଯେ, ସଂସ୍କୃତକୁ ଏପରି ଭାବେ ପଢାଯିବା ଉଚିତ ଯାହାଦ୍ୱାରା ସମସ୍ତେ ଶିଖି ପାରିିବେ ।

Comments