ନୂଆଦିଲ୍ଲୀ,୨୭ା୭: ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ୨ ଦିନିଆ ଜମ୍ମୁ-କଶ୍ମୀର ଗସ୍ତ ପରେ କେନ୍ଦ୍ର ସରକାର ଆତଙ୍କବାଦର ମୁକାବିଲା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ଜମ୍ମୁ-କଶ୍ମୀରରେ ଶାନ୍ତି ଲାଗି ଅଧିକ ୧୦ ହଜାର ସୁରକ୍ଷାକର୍ମୀଙ୍କୁ ଏଠାକୁ ପଠାଯିବା ପାଇଁ ଯୋଜନା କରାଯାଇଛି । ସେମାନଙ୍କୁ ଆତଙ୍କବାଦ ନିରୋଧୀ ଅପରେଶନ୍ରେ ନିୟୋଜିତ କରାଯିବ । ଏହି ସୁରକ୍ଷାକର୍ମୀଙ୍କୁ ଉତ୍ତର କଶ୍ମୀରରେ ମୁତୟନ କରାଯିବ ବୋଲି ଜମ୍ମୁ-କଶ୍ମୀର ଡିଜି ଦିଲ୍ବାଗ୍ ସିଂ ସୂଚନା ଦେଇଛନ୍ତି । ଉତ୍ତର କଶ୍ମୀରରେ ଶହେ କମ୍ପାନୀ ସୁରକ୍ଷାକର୍ମୀ ଅଛନ୍ତି । ପ୍ରତି କମ୍ପାନୀରେ ଶହେ ଜଣ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବାର ଯୋଜନା ରହିଥିବା ସେ କହିଛନ୍ତି । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ମଧ୍ୟ ଜାରି ହୋଇଛି ।

Comments
Post a Comment