ଏବଭିିପି ଭୁବନେଶ୍ୱର ଅଭ୍ୟାସ ବର୍ଗ ଉଦ୍ଯାପିତ ନୂତନ କାର୍ଯ୍ୟକାରିଣୀ ଘୋଷଣା


ଭୁବନେଶ୍ୱର ୨୯/୦୭/୨୦୧୯ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭୁବନେଶ୍ୱର ଶାଖାର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୀଳାଦ୍ରି ବିହାର ଠାରେ ଉଦ୍ଯାପିତ ହୋଇଯାଇଛି । ଶନିବାର ଓ ରବିବାର ଦୁଇଦିନ ଭୁବନେଶ୍ୱରର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ପରିଷଦର ଲକ୍ଷ୍ୟ, ଆଦର୍ଶ, କାର୍ଯ୍ୟକ୍ରମ ଆଦି ବିଷୟରେ ପ୍ରଶିକ୍ଷଣ ନେବା ସହ ନିଜର ତଥା ସମାଜର ବିକାଶରେ ସହଭାଗୀ ହେବା ପାଇଁ ଅଙ୍ଗୀକାରବଦ୍ଧ ହୋଇଥିଲେ । ଉଦ୍ଘାଟନୀ ସତ୍ରରେ ପ୍ରାନ୍ତ ସଂଗଠନ ସମ୍ପାଦକ ଶ୍ରୀମାନ୍ ଅଭିଳାଷ ପଣ୍ଡା ଯୋଗଦେଇ ପରିଷଦର ଲକ୍ଷ୍ୟ, ଆଦର୍ଶ ବିଷୟରେ ଭାଷଣ ରଖିବା ସହ ବିଭିନ୍ନ ସତ୍ରରେ ଯୋଗଦେଇ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ରାଜ୍ୟ ବିଶ୍ୱବିଦ୍ୟାଳୟ ପ୍ରମୁଖ ସୁଶ୍ରୀ ପ୍ରିୟଙ୍କା ପ୍ରୟଦର୍ଶିନୀ ମଲ୍ଲିକ୍, ରାଜ୍ୟ ଗଣମାଧ୍ୟମ ଯୋଗାଯୋଗ ପ୍ରମୁଖ ଇଂ. ସ୍ମୃତିରଂଜନ ବିଶ୍ୱାଳ ପ୍ରମୁଖ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରିଥିଲେ । ସମାରୋପ ସତ୍ରରେ ଭୁବନେଶ୍ୱର ବିଭାଗର ନୂତନ ଦାୟିତ୍ୱ ଘୋଷଣା କରାଯାଇଥିଲା । ବିଭାଗ ପ୍ରମୁଖ ଡ଼ଃ ଗାର୍ଗୀ ବାନାର୍ଜି, ସହ ପ୍ରମୁଖ ନଳିନୀକାନ୍ତ ରାଉତରାୟ, ସଭାପତି ଡ଼ଃ. ସଞ୍ଜୟ ମହାନ୍ତି, ରାଜ୍ୟ ଉପସଭାପତି ଇଂ ତପନ କୁମାର ନାୟକ, ଉପସଭାପତି ଦିପକ ବେହେରା, ସହ ସମ୍ପାଦକ ସମ୍ବିତ ରାଉତ, ପିଣ୍ଟୁ ନାଏକ, ସ୍ଥୃତିପ୍ରଜ୍ଞା ଦାସ, ଶୁଭସ୍ମିତା ସିଂ, କାର୍ଯ୍ୟାଳୟ ସମ୍ପାଦକ, କୋଷାଦକ୍ଷ ନିରାକାର ସାହୁ, ଏସ୍ଏଫ୍ଡ଼ି ସଂଯୋଜକ ସୌମ୍ୟରଂଜନ ଭୋଇ, ଏସ୍ଏଫଏସ୍ ପ୍ରମୁଖ ଶୁଭଶ୍ରୀ ବେହେରା, ଜନଜାତି ଛାତ୍ର ପ୍ରମୁଖ ମହର୍ଷି ସବର, ସହ ପ୍ରମୁଖ ଦେବରାଜ ମାଝି, ସାସ୍କୃତିକ ପ୍ରମୁଖ ରାଜେଶ୍ୱରୀ ନାୟକ, ଏନସିସି ସଂଯୋଜକ ଶୁଶ୍ରୀ ସସ୍ମିତା ନାଏକ, ମିଡ଼ିଆ ପ୍ରମୁଖ ରାକେଶ ବାରିକ, ସୋସିଆଲ ମିଡ଼ିଆ ପ୍ରମୁଖ ଗୁରୁ ଗୌରବ, ପାଠ୍ୟଚକ୍ର ପ୍ରମୁଖ ବିଶ୍ୱ ସ୍ୱାଇଁ, କ୍ରୀଡ଼ା ପ୍ରମୁଖ ହରମୋହନ ବେହେରା, ସହ ପ୍ରମୁଖ ନିଗମ ନନ୍ଦ, ଏନଏସ୍ଏସ୍ ସଂଯୋଜକ ପ୍ରଭାସିନି ବେହେରା, ଛାତ୍ର ସନ୍ଦେଶ ସଂଯୋଜକ ଦେବାଶିଷ ମିଶ୍ର, ବ୍ୟବସ୍ଥା ପ୍ରମୁଖ ସୁବ୍ରତ ପଟ୍ଟନାୟକ, ସହ ପ୍ରମୁଖ ପ୍ରଦିପ, ଥିଙ୍କ୍ ଇଣ୍ଡିଆ ପ୍ରମୁଖ ଶ୍ରେୟମ ତ୍ରୀପାଠି, ଟିଏସ୍ଭିପି ଶିବପ୍ରସାଦ ଦାସ । ସମସ୍ତ ନୂତନ କାର୍ଯ୍ୟକାରିଣୀ ଶୁଭେଚ୍ଛା ଦେବା ସହ ଧନ୍ୟବାଦ ଅର୍ପଣ କଲେ ପିଣ୍ଟୁ ପ୍ରତିକ ନାଏକ ।

Comments