ଅନୁଗୋଳ, ୨୮ ।୭ : ପୁରୁଣାକୋଟ ଥାନା କରଡ଼ାସିଂହ ଗ୍ରାମରେ ଏକ ଜିବନ୍ତ ଗାଈକୁ ପିଟି ମାରି ଦେବା ପରେ ତାର ମାଂସକୁ କାଟି ଚାଲାଣ ପାଇଁ ଉଦ୍ୟମ କରିବା ଘଟଣାରେ ପୁଲିସ ଜଣକୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ଗରଡ଼ାସିଂ ଗ୍ରାମର ଛବି ନାଏକଙ୍କ ଏକ ଗାଈକୁ ସେହି ଗ୍ରାମର ମାମୁଲି ଗୋଚ୍ଛାୟତ(୩୫) ୧୪ଶହ ଟଙ୍କାରେ କିଣିଥିଲେ । କିଣିବା ବେଳେ ତୁକୁଡ଼ା ହାଟରେ ନେଇ ଉକ୍ତ ଗାଇକୁ ନେଇ ବିକ୍ରି କରିବେ ବୋଲି କହିଥିଲେ । ତେବେ ମାମୁଲି ଓ ଆଉ ଦୁଇଜଣ ଯୁବକ ଗୋ ମାଂସ ବିକ୍ରି ପାଇଁ ଅନ୍ୟତ୍ର ଚାଲାଣ କରିବା ପାଇଁ ଜୀବନ୍ତ ଗୋରୁକୁ ନୃଶଂସ ଭାବେ ପିଟିପିଟି ମାରି ଦେଇଥିଲେ । ପରେ ଗୋରୁର ଚମଡ଼ା ଉତ୍ତାରି ମାଂସ କାଟୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଦୃଷ୍ଟିରେ ଏହି ଘଟଣା ପଡ଼ିଥିଲା । ଏ ଘଟଣା ନେଇ ଗ୍ରାମବାସୀ ମାମୁଲିକୁ ଗାଁରେ ଅଟକ ରଖିଥିଲେ । ଅନ୍ୟପକ୍ଷରେ ଗ୍ରାମ ସଭାପତି ଦେବରାଜ ପ୍ରଧାନଙ୍କ ସମେତ ଅନ୍ୟମାନେ ପୁରୁଣାକୋଟ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ଥାନା ଏଏସଆଇ ଶରତ ଚନ୍ଦ୍ର ସାମଲ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାମୁଲିକୁ ଗିରଫ କରିଥିଲେ

Comments
Post a Comment