୩୭୦ ଓ ୩୫(କ) । ଏହି ଦୁଇଟିକୁ ହଟାଇବା ପାଇଁ ଏବେ ପ୍ରୟାସ ଆରମ୍ଭ


ନୂଆଦିଲ୍ଲୀ ,୨୮/୭ : କେନ୍ଦ୍ର ସରକାର କାଶ୍ମୀର ପ୍ରସଙ୍ଗରେ ଅତ୍ୟନ୍ତ ଗମ୍ଭୀର ଅଛନ୍ତି । ସେଇଥିପାଇଁ ମୋଦି ତାଙ୍କ ଦ୍ୱିତୀୟ ପାଳିରେ ଅମିତ ଶାହଙ୍କୁ ଗୃହମନ୍ତ୍ରୀ କରିଛନ୍ତି । କାଶ୍ମୀରରେ ସୃଷ୍ଟି ହୋଇଥିବା ସମସ୍ୟା ପଛରେ ନେହରୁଙ୍କ ଅପରିଣାମଦର୍ଶିତା ମୂଳ କାରଣ ବୋଲି କୁହାଯାଏ । କାଶ୍ମୀର ସମସ୍ୟାକୁ ଅଧିକ ଜଟିଳ ଓ ସ୍ଥାୟୀ କରିଥିବା ଦୁଇଟି ଧାରା ହେଉଛି ୩୭୦ ଓ ୩୫(କ) । ଏହି ଦୁଇଟି ଧାରାକୁ ସଂସଦର ବିନା ଅନୁମୋଦନରେ ପ୍ରଣୀତ କରାଯାଇଥିଲା । କିନ୍ତୁ ଏହି ଦୁଇଟି ଆଇନ ଭାରତ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି । ତେଣୁ ଏହି ଦୁଇଟିକୁ ହଟାଇବା ପାଇଁ ଏବେ ପ୍ରୟାସ ଆରମ୍ଭ ହୋଇଛି । କେନ୍ଦ୍ର ସରକାର ପ୍ରଥମେ ଧାରା ୩୫(କ)କୁ ଉଚ୍ଛେଦ କରି ପରେ ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ପ୍ରଥମ ପଦକ୍ଷେପ ସ୍ୱରୁପ କେନ୍ଦ୍ର ସରକାର ଲୋକସଭା ନିର୍ବାଚନ ସମୟରେ ଜମ୍ମୁ କାଶ୍ମୀରରେ ମୁତୟନ କରିଥିବା ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରିବା ପରିବର୍ତ୍ତେ ଆଗକୁ ଏକ ବଡ ପଦକ୍ଷେପ ନେବାକୁ ଯାଉଥିବାରୁ ଏବେ ସେଠାରେ ଅତିରିକ୍ତ ୧୦ହଜାର ସୁରକ୍ଷାକର୍ମୀ ମୁତୟନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଧାରା ୩୫(କ) ଉଚ୍ଛେଦ ହେଲେ ସମ୍ଭାବ୍ୟ ଆତଙ୍କୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଛି । ସମ୍ଭାବ୍ୟ ପରିସ୍ଥିତିର ସମୀକ୍ଷା କରିବା ପାଇଁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଗୃହମନ୍ତ୍ରୀ ଅମିତ ଶାହା ନିଜେ ଶ୍ରୀନଗର ଗସ୍ତ କରି ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତ

Comments