ନୂଆଦିଲ୍ଲୀ : ନେସନାଲ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ ଇଣ୍ଡିଆ ଏବଂ ପ୍ରଭାତ ପ୍ରକାଶନ ଦ୍ୱାରା ପ୍ରକାଶିତ ସମସାମୟିକ ଶୌଧ ପୁସ୍ତକ ‘ବ୍ଲିଡିଙ୍ଗ ବଙ୍ଗଳା’ ର ଲୋକର୍ପଣ ନେହେରୁ ସ୍ମାରକ ସଂଗ୍ରାଳୟ ଏବଂ ପୁସ୍ତକାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହିି ପୁସ୍ତକରେ ୨୦୧୯ ମେ ପର୍ଯ୍ୟନ୍ତ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ହିଂସାର ସମସ୍ତ ବିବରଣୀ ଏବଂ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ନିଆଯାଇଥିବା ସମସ୍ତ ପଦକ୍ଷେପ ଏଥିରେ ସ୍ଥାନିତ ହୋଇଛି । ରାଜନୈତିକ ହିଂସାର ଶିକାର ହୋଇଥିବା ସମସ୍ତ ରାଜନୈତିକ ଦଳର କାର୍ଯ୍ୟକର୍ତା, ସାଧାରଣ ନାଗରୀକ ଏବଂ ସାମ୍ବାଦିକମାନଙ୍କର ବିବରଣୀ ଏଥିରେ ମଧ୍ୟ ପ୍ରକାଶିତ ହୋଇଛି ।
ପୁସ୍ତକ ଉନ୍ମୋଚନ ଉତ୍ସବରେ ଅତିଥି ରୂପେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ କଂଚନ ଗୁପ୍ତା କହିିଲେ ଯେ, ଦେଶରେ ଫାସିିବାଦର କେଉଁଠି ବିିପଦ ଥାଏ ତାହା ହେଉଛି ପଶ୍ଚିମବଙ୍ଗରେ । ବଙ୍ଗଳାର ଅଧିକାଂଶ ଗଣମାଧ୍ୟମ ସରକାରଙ୍କ ନିକଟରେ ଆତ୍ମ ସମର୍ପଣ କରିଦେଇଛନ୍ତି । ସରକାରୀ ଦଳର ଭୂଲ ଗଣମାଧ୍ୟମରେ ପ୍ରକାଶିତ ହୋଇ ପାରିିବ ନାହିଁ । ଶୁଶ୍ରୀ ମମତା ବାନାର୍ଜିଙ୍କ ସଂପକୀୟ ଏଠି ନବାବ ସିରାଜଉଦ୍ଦିନ ହୋଇ ଯାଇଛନ୍ତି ।
ବରିିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଗୌତମ ଲାହିଡୀ ଅନ୍ୟତମ ଅତିଥି ରୂପେ ଯୋଗ ଦେଇ କହିଲେ ଯେ,ପଶ୍ଚିମବଙ୍ଗରେ ଯେଉଁ ରାଜନୈତିକ ହିଂସା ସୃଷ୍ଟି ହୋଇ ଚାଲିଛି ତାର ଛବି ଦେଖିଲେ ଏବଂ ତାକୁ ଶୁଣିଲେ ଲଜ୍ୟା ଲାଗୁଛି । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ କି ତାକୁ କେହି ସମର୍ଥନ କରିବେ ନାହିଁ ।
ଏହି ପୁସ୍ତକ ଲୋକର୍ପଣ ଉତ୍ସବରେ ଏନ୍ୟୁଜେଆଇର ରାଷ୍ଟ୍ରୀୟ ମହାସଚିିବ ମନୋଜ ବର୍ମା, କୋଷାଧ୍ୟକ୍ଷ ରାକେଶ ଆର୍ଯ୍ୟ,ମେଦିନାପୁର ଲୋକସଭା ସାଂସଦ ଦୀଲିିପ ଘୋଷ ପ୍ରମୁଖ ଉପସ୍ଥିତ ଥିବା ବେଳେ ବରିଷ୍ଠ ସାମ୍ବାଦିକ ହର୍ଷବର୍ଦ୍ଧନ ତ୍ରିପାଠୀ ଉପସ୍ଥିତ ଥିଲେ ।
Comments
Post a Comment