ପଣ୍ଡିତ ନେହରୁଙ୍କ ଅପାର କରୁଣାରୁ ନିର୍ବାଚନ ନ ଲଢ଼ି ଶେଖ ଅବଦୁଲ୍ଳା କାଶ୍ମୀରର ନିର୍ବାଚିତ ମୁଖ୍ୟମନ୍ତ୍ରୀ ହୋଇଗଲେ । ପାକିସ୍ତାନ ୧୯୪୭ରୁ କ୍ରମାଗତ ଭାବେ କାଶ୍ମୀରକୁ ବିବାଦୀୟ ଅଞ୍ଚଳ ଦର୍ଶାଇବା ପାଇଁ କାଶ୍ମୀରର ମୁସ୍ଲିମ୍ ଅଧିବାସୀଙ୍କୁ ଉସ୍କାଇ ଆସିଛି । ଆଶ୍ଚର୍ଯ୍ୟ କଥା ହେଉଛି କାଶ୍ମୀରର ମୁସ୍ଲିମ୍ ଅଧ୍ୟୁଷିତ ଅଞ୍ଚଳରେ ପାକିସ୍ତାନର ସ୍ୱାଧୀନତା ଦିବସ ୧୪ ଅଗଷ୍ଟ ପାଳନ କରାଯାଇଥାଏ । ଧାରା ୩୭୦ ଅନୁଯାୟୀ ଜାମ୍ମୁ କାଶ୍ମୀରକୁ କେନ୍ଦ୍ର ସରକାର ଯେତିକି ସବ୍ସିଡ଼ି ଓ ସହାୟତା ଦେଇଥାଆନ୍ତି ତାହା କୌଣସି ରାଜ୍ୟ ପାଇନଥାଏ । ତଥାପି ସେଠାରେ ଅନବରତ ଭାରତ ବିରୋଧୀ କାର୍ଯ୍ୟକ୍ରମ ଚାଲିଥାଏ । ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଜାମ୍ମୁ-କାଶ୍ମୀର ଲାଗି ରହିଛି କେତେକ ସ୍ୱତନ୍ତ୍ର ନିୟମ । ନାଗରିକତ୍ୱ, ସମ୍ପତ୍ତିଗତ ଅଧିକାର ଓ ମୌଳିକ ଅଧିକାର ଭଳି ଆଉ କେତେକ କ୍ଷେତ୍ରରେ ଜାମ୍ମୁ-କାଶ୍ମୀର ନିୟମ ଅଲଗା । ଏହି ନିୟମ ଯୋଗୁଁ ଅନ୍ୟ କୌଣସି ରାଜ୍ୟର ନାଗରିକ ଜାମ୍ମୁ-କାଶ୍ମୀରରେ ଜମି କିମ୍ବା ସମ୍ପତ୍ତି କିଣିପାରନ୍ତିନି । ଧାରା ୩୫୬ ଲାଗୁ କରି ଅନ୍ୟ ରାଜ୍ୟରେ ଚାହିଁଲେ କେନ୍ଦ୍ର ସରକାର ଆର୍ଥିକ ଜରୁରୀ ପରିସ୍ଥିତି ଜାରି କରିପାରନ୍ତି; କିନ୍ତୁ ଜାମ୍ମୁ-କାଶ୍ମୀରରେ ଏଭଳି କରିବା କ୍ଷମତା କେନ୍ଦ୍ରର ନାହିଁ । କେବଳ ଯୁଦ୍ଧ କିମ୍ବା ବାହ୍ୟ ଶତ୍ରୁ ଆକ୍ରମଣ ପରିସ୍ଥିତିରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରେ ଜରୁରୀ ପରିସ୍ଥିତି ଘୋଷଣା କରିପାରନ୍ତି । ପୂରା ସମ୍ବିଧାନ ଭିତରେ ସର୍ବାଧିକ ବିତର୍କିତ ତଥା ଆଲୋଚିତ ଧାରାଟି ହେଉଛି ଧାରା ୩୭୦ । ଏଥି ସହିତ ସମ୍ବିଧାନ ସଂଶୋଧନ ନକରି ତତକାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ସ୍ୱାକ୍ଷର ବଳରେ ୧୯୫୪ ମଇ ୧୪ରେ ଧାରା ୩୫(କ)କୁ ଧାରା ୩୭୦ ଅଧିନରେ ଯୋଡି ଦିଆଯାଇଥିଲା । ଏହା ଜମ୍ମୁକାଶ୍ମୀରରେ ସମ୍ପତ୍ତି ଓ ବୃତ୍ତିଗତ ଅଧିକାର ସହ ଜଡିତ । ଏହା ବଳରେ ସେଠାରେ ଭାରତର ଅନ୍ୟ ରାଜ୍ୟର କୌଣସି ନାଗରିକ ଜମି କିଣି ପାରିବେ ନାହିଁ ବା ତାଙ୍କ ନାମରେ ଜମି ହୋଇ ପାରିବ ନାହିଁ । ଏପରିକି ଜମ୍ମୁକାଶ୍ମୀରର କୌଣସି ଝିଅ ଯଦି ଅନ୍ୟ ରାଜ୍ୟର ଯୁବକଙ୍କୁ ବିବାହ କରନ୍ତି ତେବେ ପୈତୃକ ସମ୍ପତ୍ତିରେ ତାଙ୍କର ଅଧିକାର ରହିବ ନାହିଁ । ଅନ୍ୟ ରାଜ୍ୟର କୌଣସି ବ୍ୟକ୍ତି ଜମ୍ମୁକାଶ୍ମୀର ସରକାରଙ୍କ କୌଣସି ପଦପଦବୀରେ ଚାକିରି କରିପାରିବେ ନାହିଁ । ଅନ୍ୟ ରାଜ୍ୟର କୌଣସି ଛାତ୍ର ବା ବ୍ୟକ୍ତିଙ୍କୁ ରାଜ୍ୟ ସରକାରଙ୍କ କୌଣସି ବୃତ୍ତି, ପୁରସ୍କାର ଇତ୍ୟାଦି ଦିଆଯାଇପାରିବ ନାହିଁ । ତେଣୁ ଏବେ ଏଭଳି ଅଣସାମ୍ବିଧାନିକ ଆଇନକୁ ଉଚ୍ଛେଦ କରିବାର ସମୟ ଆସିଛି ।

Comments
Post a Comment