ରାୟପୁର : ଶନିବାର ଦିନ ଛତିଶଗଡ଼ରଭବସ୍ତର ଅଞ୍ଚଳରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ୭ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସହିତ ଅନେକ
ମାଓସାମଗ୍ରୀ ଜବତ ହୋଇଛି । ମୃତକଙ୍କ ମଧ୍ୟରେ ତିନିଜଣ ମହିଳା କ୍ୟାଡର୍ ମଧ୍ୟ ଅଛନ୍ତି ।
ଶନିବାର ଦିନ ନଗରନାର୍ ଥାନା ଅନ୍ତର୍ଗତ ତିରିୟା ଜଙ୍ଗଲରେ ଏହି ଏନକାଉଣ୍ଟର
ହୋଇଥିଲା । ଡିଆରଏଫ ଓ ଏସଟିଏଫ ପକ୍ଷରୁ ଏହି ଅପରେସନ୍ ହୋଇଥିଲା । ମୃତ
ମାଓବାଦୀଙ୍କ ନାମରେ ଛତିଶଗଡ଼ ଏବଂ ଓଡ଼ିଶାରେ ବିଭିନ୍ନ ଅପରାଧିକ ମାମଲା ରହିଛି ।
ଏହି ଏନକାଉଣ୍ଟରକୁ ସୁରକ୍ଷା ବାହିନୀର ବଡ଼ ସଫଳତା ବୋଲି କୁହାଯାଉଛି ।
Comments
Post a Comment