ଆମେରିକା ଏବେ ପୁଣି ଥରେ ପାକିସ୍ତାନକୁ କୋଳେଇ ନେଇଛି


ୱାଶିଂଟନ, ୨୭/୭  : କୁହାଯାଏ ଯେ ରାଜନୀତି ଓ କୂଟନୀତିରେ କେହି କାହାର ଚିର ମିତ୍ର ବା ଚିର ଶତ୍ରୁ ନୁହଁନ୍ତି  । ସମୟର ଆବଶ୍ୟକତାକୁ ଦେଖି କାଲି ଯିଏ ଶତ୍ରୁ ଥିଲା ଆଜି ସିଏ ମିତ୍ର ପାଲଟିଯାଏ  । ଏହା ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କ୍ଷେତ୍ରରେ ବେଶ୍ ପ୍ରଯୁଜ୍ୟ  । ଦିନେ ନିଜ ମାଟିରେ ଆତଙ୍କବାଦକୁ ପ୍ରୋତ୍ସାହନ, ତାଲିମ, ଅସ୍ତ୍ରଶସ୍ତ୍ର ଓ ପାଣ୍ଠି ଯୋଗାଣ କରୁଥିବାରୁ ପାକିସ୍ତାନର ନାମ ଶୁଣିଲେ ଚିହିଙ୍କି ଉଠୁଥିବା ଆମେରିକା ଏବେ ପୁଣି ଥରେ ପାକିସ୍ତାନକୁ କୋଳେଇ ନେଇଛି  । ଏହା ସମ୍ଭବପର ହୋଇଛି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆମେରିକା ଗସ୍ତ ପରେ  । ନିକଟରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକା ଗସ୍ତରେ ଯାଇଥିଲେ  । ସେଠାରେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସାକ୍ଷାତ କରିବା ପରେ ତାଙ୍କ ଦେଶରେ ଏବେ ବି ୪୦ଟି ଆତଙ୍କବାଦୀ ସଂଗଠନ ଓ ୪୦ ହଜାର ଆତଙ୍କୀ ସକ୍ରୀୟ ରହିଛନ୍ତି ବୋଲି ମାନିଥିଲେ  । ତେବେ ସେମାନଙ୍କ ଉପରେ କଟକଣା ଲାଗୁ କରିବାକୁ ଏବଂ ସେମାନଙ୍କୁ ନିୟନ୍ତ୍ରଣରେ ରଖିବାକୁ ପାକ୍ ସରକାର ଓ ସେନା ଯଥାସମ୍ଭବ ପ୍ରୟାସ ଜାରି ରଖିଛି ବୋଲି କାହାଣୀ କହିଥିଲେ  । ଖାଲି ସେତିକି ନୁହେଁ ପାକିସ୍ତାନ ପାଇଁ ମଧ୍ୟ ଆତଙ୍କବାଦ ଏକ ବଡ଼ ବିପଦ ବୋଲି ଉଲ୍ଳେଖ କରି ଆତଙ୍କବାଦର ମୂଳୋତ୍ପାଟନ ଲାଗି ପାକିସ୍ତାନ ସରକାର ପାକିସ୍ତାନର ବାଲାକୋଟ୍ସ୍ଥ୍ିତ ଜୈସ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା  । ଏଥିରେ ୨୫୦ରୁ ଅଧିକ ଜୈସର ଆତଙ୍କବାଦୀ ନିହତ ହୋଇଥିଲେ  । ଏହାର ବଦଲା ନେବା ପାଇଁ ପାକିସ୍ତାନ ବାୟୁସେନାର ୩ଟି ଏଫ୍୧୬ ଫାଇଟର ଗତ ଫେବୃୟାରୀ ୨୭ରେ ନୌସେରା ସେକ୍ଟର ଦେଇ ଭାରତୀୟ ବାୟୁସୀମାକୁ ଉଲ୍ଳଂଘନ କରି ସେଠାରେ ଥିବା ଗୋଳାବାରୁଦ ଭଣ୍ଡାର ଓ ସୈନ୍ୟ ଶିବିର ଉପରେ ମିସାଇଲ୍ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା  । ମାତ୍ର ପୂର୍ବରୁ ସଜାଗ ରହିଥିବା ଭାରତୀୟ ବାୟୁସେନାର ମିଗ୍-୨୭ ବାଇସନ, ମିରାଜ-୨୦୦୦ ଏବଂ ସୁଖୋଇ ବିମାନ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ  । ୱିଙ୍ଗ କମାଣ୍ଡର ବର୍ତ୍ତମାନ ଅଭିନନ୍ଦନ ତାଙ୍କର ମିଗ୍-୨୭ ବାଇସନ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ଏବଂ ଏହି ମର୍ମରେ ହାଫିଜ ସଇଦକୁ ଗିରଫ କରାଯାଇଛି ବୋଲି ଇମ୍ରାନ ସଫେଇ ମଧ୍ୟ ଦେଇଥିଲେ  । ଏଥିସହିତ ଗତ ଫେବୃୟାରୀ ୧୪ରେ କାଶ୍ମୀରର ପୁଲୱାମାରେ ଅର୍ଦ୍ଧସାମରିକ ବାହିନୀ ଉପରେ ହୋଇଥିବା ଆତ୍ମଘାତୀ ଆତଙ୍କ ହମଲା ପଛରେ ପାକିସ୍ତାନର କୌଣସି ଭୂମିକା ନାହିଁ ଓ ଏଥିପାଇଁ ଦାୟୀ ଆତଙ୍କୀ ସଂଗଠନ ଜୈସ-ଇ-ମହମ୍ମଦ କାଶ୍ମୀରର ସ୍ୱାଧୀନତା ଲାଗି ଦୀର୍ଘ ଦିନ ହେବ ସଂଘର୍ଷ କରୁଛି ବୋଲି ଟ୍ରମ୍ପଙ୍କୁ ବୁଝାଇଥିଲେ  । ତେବେ ଇମ୍ରାନଙ୍କ ଏଭଳି କାହାଣୀରେ ଭଳି ଯାଇ ଟ୍ରମ୍ପ ପ୍ରଶାସନ ପାକିସ୍ତାନକୁ ଅତ୍ୟାଧୁନିକ ଏଫ୍-୧୬ ଯୁଦ୍ଧବିମାନ ଦେବ ବୋଲି ରାଜି ହୋଇଛି  । ଏଥିରୁ ପାକିସ୍ତାନ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି ବୋଲି ସ୍ପଷ୍ଟ ଭାବେ ଧରାପଡ଼ିଯାଇଛି  । ସେ କେବଳ ଲୋକ ଦେଖାଣିଆ ଭାବେ ଆତଙ୍କବାଦର ମୂଳୋତ୍ପାଟନ ଲାଗି କହୁଥିବାବେଳେ ପାକିସ୍ତାନକୁ ଏଫ୍-୧୬ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ଦେଇ ଭାରତୀୟ ଉପମହାଦେଶରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ର ପ୍ରତିଯୋଗିତା ଲାଗି ରହୁ ବୋଲି ଚାହୁଁଛନ୍ତି  । ଅନ୍ୟପଟେ ପୁଲୱାମା ଆକ୍ରମଣରେ ଶହୀଦ ୪୦ ଜଣ ସିଆର୍ପିଏଫ୍ ଜୱାନଙ୍କ ପ୍ରତିଶୋଧ ନେବା ଲାଗି ଭାରତୀୟ ବାୟୁସେନା ପକ୍ଷରୁ ଗତ ଫେବୃୟାରୀ ୨୬ରେ ଯୋଗେ ପିଓକେ ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ଗୋଟିଏ ଏଫ୍-୧୬ ବିମାନକୁ ମିସାଇଲ୍ ମାରି ଖସାଇ ଦେଇଥିଲେ  । ସେହିଦିନ ଠାରୁ ଭାରତ ଉପରେ ବାୟୁ ଆକ୍ରମଣ ଲାଗି ପାକିସ୍ତାନ ଆଉ ଆମେରିକା ପ୍ରଦତ୍ତ ଏଫ୍-୧୬ ବିମାନକୁ ବ୍ୟବହାର କରିପାରିବ ନାହିଁ ବୋଲି ଆମେରିକା କଟକଣା ଜାରି କରିଥିଲା  । ତେବେ ଇମ୍ରାନ ଖାନଙ୍କ ଆମେରିକା ଗସ୍ତ ପରେ ପୁଣି ଥରେ ପାକିସ୍ତାନକୁ ଏଫ୍-୧୬ ବିମାନ ବିକ୍ରୀ କରିବାକୁ ପେଣ୍ଟାଗନ ରାଜି ହୋଇଛି  । ଆହୁରି ମଧ୍ୟ ଏହି ନୂତନ ଚୁକ୍ତିନାମା ହେତୁ ପେଣ୍ଟାଗନର ୬୦ ଜଣ ପ୍ରତିନିଧି ପାକିସ୍ତାନରେ ଆସି ରହିବେ ଏବଂ ସେମାନେ ୨୪ ଘଣ୍ଟା ଏଫ୍-୧୬ ବିମାନର ଗତିନିବଧିକୁ ଅନୁଧ୍ୟାନ କରିବେ  ।

Comments