ହାଇଦ୍ରାବାଦ, ୨୪/୭ : ଆଲିଗଡ଼ ମୁସଲମ୍ ବିଶ୍ୱବିଦ୍ୟାଳୟ ଏହାର ଇସଲାମୀୟ ଶିକ୍ଷା ପାଇଁ ଏକ ଭିନ୍ନ ଧାରଣା ସୃଷ୍ଟି କରିଥାଏ । ଏଠାରେ ହିନ୍ଦୁ ଶିକ୍ଷାର୍ଥୀଙ୍କୁ ମଧ୍ୟ ରମଜାନ ମାସରେ ଉପବାସ କରିବାକୁ ବାଧ୍ୟ କରାଯାଏ । ଏଠାରେ ଦୀର୍ଘ ବର୍ଷ ଧରି ଶିକ୍ଷାର୍ଥୀମାନଙ୍କୁ କୋରାନ ସମ୍ପର୍କିତ ଶିକ୍ଷା ଦେବା ପାଇଁ ଜଣେ ପ୍ରଫେସରଙ୍କୁ ନିଯୁକ୍ତ କରାଯାଇଥିଲା । ଏହି ପ୍ରଫେସର ଜଣକଙ୍କ ନାମ ହେଉଛି ମହମ୍ମଦ ଅହମ୍ମଦ । ବୟସ ତାଙ୍କୁ ପ୍ରାୟ ୫୪ ବର୍ଷ । ବିଶ୍ୱବିଦ୍ୟାଳୟରେ ସେ କୋରାନ ସମ୍ପର୍କରେ ପାଠ ପଢ଼ାଇବା ସହ ଆଖପାଖର ମୁସଲିମ୍ ପରିବାରର ପିଲାମାନଙ୍କୁ ମଧ୍ୟ ଧର୍ମୀୟ ଶିକ୍ଷା ଦେଇଥାନ୍ତି । ଆଲିଗଡ଼ର ମହିଳା ପୁଲିସ ଥାନା ଅନ୍ତର୍ଗତ ଗୋଟିଏ ମୁସଲିମ୍ ପରିବାର ନିଜର ୯ ବର୍ଷର ଶିଶୁକନ୍ୟାକୁ କୋରାନ ଶିକ୍ଷା ଦେବା ଲାଗି ମହମ୍ମଦଙ୍କୁ ନିଯୁକ୍ତ କରିଥିଲା । ବିଶ୍ୱବିଦ୍ୟାଳୟର ଆମ୍ବେଦକର ହଲ୍ରେ ସେ ଦୈନିକ ନମାଜ ପାଠ କରି ସନ୍ଧ୍ୟାରେ ସେହି ନାବାଳିକା ଶିଶୁକୁ ପାଠ ପଢ଼ାଇବାକୁ ଯାଆନ୍ତି । ତେବେ ଗତ ବୁଧବାର ସେ ଏହି ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି । ତାଙ୍କ ବିରୋଧରେ ଆଇପିସିର ଧାରା ୩୭୬/୩୫୪, ପୋକ୍ସୋ ଆଇନ୍ ଧାରା ୭ ଓ ୮ ଅନ୍ତର୍ଗତ ମାମଲା ରୁଜୁ ହୋଇଛି । ଏସବୁ ସତ୍ତେ୍ୱ ଏହି ମୌଲବୀ ଜଣକ ହାବିସ୍ରେ ଆୟସାର ଉଦାହରଣ ଦେଇ ନିଜର କୁକର୍ମକୁ ଯଥାର୍ଥ ଦର୍ଶାଇଛନ୍ତ
Comments
Post a Comment