ମୁମ୍ବାଇବାସୀଙ୍କୁ ଚିରନିଦ୍ରାରେ ଶୁଆଇ ଦେବାର ଷଡଯନ୍ତ୍ର

ମୁମ୍ବାଇ, ୨୭/୭  : କେବଳ ମୁମ୍ବ୍ରେଶ୍ୱର ମନ୍ଦିରର ମହାପ୍ରସାଦ ନୁହେଁ ବରଂ ମୁମ୍ବାଇର ଝିଲରେ ମଧ୍ୟ ବିଷ ମିଶାଇ ମୁମ୍ବାଇବାସୀଙ୍କୁ ଚିରନିଦ୍ରାରେ ଶୁଆଇ ଦେବାର ଷଡଯନ୍ତ୍ର ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ବା ଆଇଏସ୍ ଚାହୁଁଥିଲା ବୋଲି ମୁମ୍ବାଇ ଏଟିଏସ୍ ଦ୍ୱାରା ଧରାପଡ଼ିଥିବା ୧୦ ଜଣ ଆଇଏସ୍ଆଇଏସ୍ ସନ୍ଦିଗ୍ଧ ପଚରାଉଚୁରା ବେଳେ ସ୍ୱୀକାର କରିଛନ୍ତି  । ସେମାନେ ଏଭଳି କରି ସିରିଆ ପଳାଇ ଯିବାକୁ ମଧ୍ୟ ଯୋଜନା କରୁଥିଲେ ବୋଲି ଏଟିଏସ୍ କହିଛି  । ମୁମ୍ବାଇ ଏଟିଏସ୍ର ଚାର୍ଜସିଟ୍ ମୁତାବକ, ଆଇଏସ୍ଆଇଏସ୍ ସମର୍ଥକ ତଥା ଅଭିଯୁକ୍ତ ତଲ୍ହା ପୋଟ୍ରିକ୍ ଏହି ନରସଂହାରକୁ ବାସ୍ତବ ରୂପ ଦେବା ଲାଗି ମୁମ୍ବାଇର ମୁମ୍ବ୍ରା ଅଞ୍ଚଳରେ ଥିବା ପ୍ରସିଦ୍ଧ ମୁମ୍ବ୍ରେଶ୍ୱର ମନ୍ଦିରର ମହାପ୍ରସାଦରେ ବିଷ ମିଳାଇବାକୁ ଷଡଯନ୍ତ୍ର କରିଥିଲା  । ତେବେ ଏତେ ପରିମାଣରେ ମହାପ୍ରସାଦରେ ବହୁତ ବିଷ ମିଶାଇବାର ଆବଶ୍ୟକତା ଥିଲା ଓ ଏହା ବଜାରରୁ ମଧ୍ୟ ସହଜରେ ମିଳିନଥାନ୍ତା  । ଏଣୁ ଜଣେ କେମିକାଲ୍ ବିଶେଷଜ୍ଞଙ୍କ ସାହାଯ୍ୟ ନେବାକୁ ପୋଟ୍ରିକ୍ ଚାହୁଁଥିଲା  । ସେ ଏହିଭଳି ଜଣେ କେମିକାଲ୍ ବିଶେଷଜ୍ଞଙ୍କୁ ଖୋଜୁଖୋଜୁ ତା’ର ସାକ୍ଷାତ ମୁମ୍ବ୍ରାରେ ରହୁଥିବା ୩୨ ବର୍ଷୀୟ ଅବୁ କିତାଲ ଓରଫ ଜମ୍ମାନ ନୱାବ ଖୁଟେଉପାଡ ସହ ହୋଇଥିଲା  । ଅବୁ କିତାଲ ପେଶାରେ ଜଣେ ଫାର୍ମଶିଷ୍ଟ ହୋଇଥିବାରୁ ତାକୁ ସହଜରେ ବଜାରରୁ ମାରାତ୍ମକ କେମିକାଲ ମିଳିବା ସହଜ ଥିଲା  । ସେମାନେ କେବଳ ମୁମ୍ବ୍ରେଶ୍ୱର ମନ୍ଦିରର ମହାପ୍ରସାଦରେ ନୁହେଁ ବରଂ ସମଗ୍ର ମୁମ୍ବାଇକୁ ପାନୀୟ ଜଳ ଯୋଗାଉଥିବା ଝିଲରେ ମଧ୍ୟ ବିଷ ବା ବିଷାକ୍ତ କେମିକାଲ ମିଶାଇବାକୁ ଚାହୁଁଥିଲେ ଯଦ୍ୱାରା ଏହାକୁ ପିଇ ଏକାଥରକେ ହଜାର ହଜାର ମୁମ୍ବାଇବାସୀ ମୃତ୍ୟୁବରଣ କରିଥାନ୍ତେ  । ଏଥିପାଇଁ ଏମାନେ କେତେକ ଝିଲର ରେକି ମଧ୍ୟ କରିଥିଲେ  । ସେମାନେ ଯୋଜନା ମୁତାବକ ବଜାରରୁ ବିଷାକ୍ତ କେମିକାଲ କିଣି ସେଗୁଡ଼ିକୁ ୩ଟି ପୃଥକ୍ ପୃଥକ୍ ସ୍ଥାନରେ ମହଜୁଦ ରଖିଥିଲେ  । ଏହି କେମିକାଲକୁ ବିଷ ଭାବେ ପ୍ରୟୋଗ କରିବାର କାମ ଗିରଫ ସଲମାନ ଘରେ ଅବୁତ କତୀଲ କରୁଥିଲା ବୋଲି ଗିରଫ ଭପୋଟ୍ରିକ ସ୍ୱକାର କରିଛି  । ମାତ୍ର ସେମାନେ ତାଙ୍କ ଯୋଜନାରେ ସଫଳ ହୋଇଥାନ୍ତେ ଏଥିପୂର୍ବରୁ ଗୁଇନ୍ଦା ବିଭାଗର ସୂଚନାକୁ ଆଧାର କରି ମୁମ୍ବାଇ ଏଟିଏସ୍ ତଲହା ପୋଟ୍ରିକ୍ ସମେତ ୧୦ ଜଣଙ୍କୁ ଗିରଫ କରିସାରିଛି  ।

Comments