ଟାଙ୍ଗୀ-ଚୌଦ୍ୱାର, : ୫୫ନଂ ଜାତୀୟ ରାଜପଥ ଉପରେ ସନ୍ଦେହଜନକ ଭାବେ
ଏକ ଗୋରୁ ବୋଝେଇ କଣ୍ଟେନର ଯାଉଥିବା ବେଳେ ଧୁମାବତୀ ଛକ ନିକଟରେ ସ୍ପେଶାଲ
ଟାସ୍କଫୋର୍ସ ଟିମ୍ ଏହି କଣ୍ଟେନରକୁ ଅଟକାଇଥିଲା । ତେବେ କଣ୍ଟେନରକୁ ସୁରକ୍ଷା ଦେବାପାଇଁ
ଆଗେଆଗେ ଏକ ବୋଲେରୋ, ସ୍କର୍ପିଓ ଓ ଆପାଚି ବାଇକ୍ରେ ଆସୁଥିବା ବ୍ୟକ୍ତି ବିଶେଷ ଏହି
ଫୋର୍ସକୁ ଦେଖି କୌଣସି ପ୍ରତିବାଦର ସ୍ୱର ଉଠାଇବା ପୂର୍ବରୁ ମୋଟ ୧୨ଜଣଙ୍କୁ ଗିରଫ
କରିବା ସହ ସେମାନଙ୍କ ନିକଟରେ ଏକାଧିକ ମାରଣାସ୍ତ୍ର ଓ ନଗଦ ୧ଲକ୍ଷ ୮୨ହଜାର ଟଙ୍କା
ଜବତ କରିଥିବା ଜଣାଯାଇଛି । କଣ୍ଟେନରରେ ଥିବା ୫୭ଟି ଗୋରୁକୁ ସ୍କାର୍ଡ ଉଦ୍ଧାର କରି
ମଙ୍ଗରାଜପୁର ପଞ୍ଚାୟତସ୍ଥିତ ବେରେଣା ଗୋଶାଳାରେ ଥଇଥାନ କରାଯାଇଥିବା ଜଣାଯାଇଛି ।
Comments
Post a Comment