ଶିଶୁମନ୍ଦିରରେ ମାତୃ ସମ୍ମିଳନୀ


ତାଳଚେର,: ତାଳଚେର ବ୍ରାହ୍ମଣୀ ବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରାହ୍ମଣୀଦେଇ ଆଶ୍ରମର ସନ୍ୟାସୀ ତଥା ପ୍ରତିଷ୍ଠାତା ପରମପୂଜ୍ୟ ସ୍ୱାମୀ ସଚ୍ଚିଦାନନ୍ଦଜୀ ମହାରାଜ ମୂଖ୍ୟ ଅତିଥିଭାବେ ଯୋଗ ଦେଇ ଶିଶୁମାନଙ୍କ ଭବିଷ୍ୟତ ଗଠନ ନିମନ୍ତେ ସାମ୍ପ୍ରତିକ ସମାଜରେ ପାରିବାରିକ ଜୀବନଚର୍ଯ୍ୟା କିରି ହେବା ଦରକାର ତତ୍ସ ମ୍ବନ୍ଧରେ ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମରେସୂଚନା ଦେଇଥିଲେ । ପ୍ରଥମେ ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଦୁଃଖବନ୍ଧୁ ପ୍ରଧାନ ପରିଚୟ ପ୍ରଦାନ କରିବାପରେ ବିଦ୍ୟାଳୟର ସହ-ପ୍ରଧାନାଚାର୍ଯ୍ୟ ମାନସ ରଞ୍ଜନ ଜେନା ସ୍ୱାଗତ ଅଭିଭାଷଣଦେବାସହ ସମ୍ମିଳନୀର ଉଦ୍ଦେଶ୍ୟ ମତପ୍ରଦାନ କରି କହିଥିଲେ ଯେ, ମାତୃମଣ୍ଡଳୀ ସଚେତନ ହେଲେ ଏବଂ ଶିଶୁଙ୍କୁ ଅନୁଶୀଳନ କଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହୋଇପାରିବ ।
ଶେଷରେ ଶିଶୁବାଟିକା ପ୍ରମୁଖ ନମିତା ବେହେରା ଧନ୍ୟବାଦ ଜ୍ଞାପନ କରିବାପରେ ଶାନ୍ତି ।ଠ ପୂର୍ବକ ସମ୍ମିଳନୀ ସମାପ୍ତ ହୋଇଥିଲା । ଏହି ସମ୍ମିଳନୀରେ ଶତାଧିକ ମାତୃମଣ୍ଡଳୀ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ପ୍ରାତଃ ପର୍ଯ୍ୟାୟର ସମସ୍ତ ଗୁରୁଜୀ,ଗୁରୁମାଙ୍କ ସହଯୋଗରେ
କାର୍ଯ୍ୟକ୍ରମ ସଂଯୋଜିତ ହୋଇଥିଲା ।

Comments