ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ କ୍ଷେତ୍ରରେ ନୂଆ ଇତିହାସ ରଚିଛି ଭାରତ। ଆଜି ଭାରତର ସର୍ବାଧିକ ମହତ୍ବାକାଂକ୍ଷୀ ମହକାଶ ଅଭିଯାନ ‘ଚନ୍ଦ୍ରଯାନ-୨’ର ପ୍ରକ୍ଷେପଣ କରାଯାଇଛି । ସୋମବାର ଅପରାହ୍ନ ୨ଟା ୪୩ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ କରାଯାଇଛି। ଜିଏସ୍ଏଲ୍ଭି ମାର୍କ-୩ ବାହୁବଳୀ ରକେଟରେ ଏହାର ଉତ୍କ୍ଷେପଣ ହୋଇଛିି। ଏଥିସହ ପ୍ରକ୍ଷେପଣର ୧୬ ମିନିଟ୍ ପରେ ଚନ୍ଦ୍ରଯାନ ୨ ତା’ର କକ୍ଷପଥରେ ସ୍ଥାପିତ ହୋଇଛି।
ଏହି ଅନ୍ତରୀକ୍ଷ ଯାନକୁ ଉତ୍କ୍ଷେପଣ ପାଇଁ ବ୍ୟବହାର ହୋଇଥିବା କ୍ରାଓଜେନିକ ରକେଟ ଜିଏସଏଲଭି- ଏକେ-୩ର କିଛି ଯନ୍ତ୍ରାଂଶ ଓଡିଶାରେ ର୍ନିମାଣ କରାଯାଇଛି। ଭୁବନେଶ୍ୱରର ସିଟିଟିସିରେ ବ୍ୟବହାର ହେଉଥିବା ପ୍ରାୟ ୨୨ ପ୍ରକାର ଫୁଏଲ ଭଲ୍ଵ ର୍ନିମାଣ ହୋଇଛି। ସେପଟେ ରୋଭର ପ୍ରଜ୍ଞାନରେ ଲାଗିଥିବା ‘ଲିମ୍ବସ୍’ ମଧ୍ୟ ସେଣ୍ଟ୍ରାଲ ଟୁଲ୍ସ ଆଣ୍ଡ ଟ୍ରେନିଂ ସେଣ୍ଟର ବା ସିଟିଟିସି ର୍ନିମାଣ କରିଛି। ରୋଭରର ୬ଟି ଲିମ୍ବସ୍ ବା ଗୋଡରେ ଚକ ଲାଗିଛି। ଲାଣ୍ଡରରୁ ଅଲଗା ହେବା ପରେ ଲିମ୍ବସ୍ରେ ଲାଗିଥିବା ଚକ ଜରିଆରେ ଗତି କରିବ ରୋଭର। ତେବେ ଏହି ଯନ୍ତ୍ରାଂଶ ର୍ନିମାଣ ପାଇଁ ମାର୍ଚ୍ଚ ୨୦୧୭ରୁ କାର୍ଯ୍ୟ କରୁଥିଲା ସିଟିଟିସି। ପ୍ରାୟ ୧୫୦ ଜଣ ଏଥିରେ ନିୟୋଜିତ ହୋଇଥିଲେ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ -୨ର ସଫଳ ଉତ୍କ୍ଷେପଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Comments
Post a Comment