ପାକିସ୍ତାନର ଅଛନ୍ତି ୪୦ହଜାର ପ୍ରଶିକ୍ଷିତ ଆତଙ୍କବାଦୀ: ଇମ୍ରାନ ଖାନ


ୱାଶିଂଟନ ,୨୪/୭ : କାଙ୍ଗାଳ ପାକିସ୍ତାନ ଏବେ ପାହୁଲା ଟିଏ ପାଇଁ ମଧ୍ୟ ବିକଳ ହେଉଛି । ଏହାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କେହି ଆମନ୍ତ୍ରଣ କରିନଥିଲେ ବି ସେ ଆମେରିକା ଯାଇଛନ୍ତି । କାତାର ସରକାରଙ୍କ ଦୟାରେ ସେ ଦେଶର ବିମାନ ଯୋଗେ ଆମେରିକାରେ ପହଞ୍ଚିବା ପରେ ଇମ୍ରାନଙ୍କୁ କେହି ଜଣେ ହେଲେ ପଦାଧିକାରୀ ମଧ୍ୟ ସ୍ୱାଗତ କଲେ ନାହିଁ । ହେଲିକପ୍ଟର ତ ଦୂରର କଥା ନିଜସ୍ୱ କାର ବଦଳରେ ଇମ୍ରାନ ଟ୍ରେନ ଯୋଗେ ୱାସିଂଟନରେ ପହଞ୍ଚିଲେ ଓ ହୋଟେଲ ଖର୍ଚ୍ଚ ନଥିବାରୁ ନିଜ ଦେଶର ରାଷ୍ଟ୍ରଦୂତଙ୍କ ବାସଭବନରେ ଅବସ୍ଥାନ କଲେ । ପାକିସ୍ତାନର ଅର୍ଥନୀତି ଏବେ ଏତେ ଖରାପ ହୋଇଯାଇଛଇ ଯେ, ଏଭଳି ସ୍ଥିତି ଆଉ କିଛି ମାସ ଲାଗି ରହିଲେ ପାକିୀିସ୍ତାନରେ ଗୃହ ଯୁଦ୍ଧ ହେବା ସହ ଏହି ଦେଶ ବିଘଟନ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏଭଳି ସମୟରେ ଇମ୍ରାନ ଆମେରିକା ସରକାରଙ୍କୁ ପ୍ରଭାବିତ କରି କିଛି ଅର୍ଥ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି । ଆମେରିକା ଆତଙ୍କବାଦ ଦମନ ନାମରେ ପାକିସ୍ତାନର ମିଛ କାହାଣୀକୁ ସତ ମଣି ପ୍ରଚୁର ଅର୍ଥ ଦେଇ ଆସିଛି । ଏବେ ଇମ୍ରାନ ସେହି ଫର୍ମୂଲାରେ କିନ୍ତୁ ଭିନ୍ନ ଉପାୟରେ ଆମେରିକାକୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରି ସମସ୍ତଙ୍କୁ ଚକିତ କଲା ଭଳି ମନ୍ତବ୍ୟ ଦେଇଛନ୍ତି । ଇମ୍ରାନ ଖାନ ଆମେରିକା ଗସ୍ତ ଅବସରରେ ଏକ ବଡ ତଥ୍ୟ ପ୍ରଘଟ କରିଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନର ଏବେ ବି ୪୦ହଜାର ପ୍ରଶିକ୍ଷିତ ଆତଙ୍କବାଦୀ ଅଛନ୍ତି । ଏମାନେ ବର୍ତ୍ତମାନ ଆଫଗାନିସ୍ତାନ ଓ କାଶ୍ମୀରର କିଛି ଅଞ୍ଚଳରେ ଥିବା ସେ ଦର୍ଶାଇଛନ୍ତି । ଆମେରିକାର ଇନଷ୍ଟିଚ୍ୟୁଟ ଅଫ ପିସରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏଭଳି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ତାଙ୍କ ଦଳ ପାକିସ୍ତାନ ତେହରିକ ଏ ଇନସାଫ କ୍ଷମତାକୁ ଆସିବା ପୂର୍ବରୁ ପାକିସ୍ତାନରେ କ୍ଷମତାରେ ଥିବା ସରକାରମାନଙ୍କ ପାଖରେ ନିଜ ମାଟିରୁ ଆତଙ୍କବାଦୀଙ୍କୁ ନିପାତ କରିବାପାଇଁ ରାଜନୈତିକଇଚ୍ଛାଶକ୍ତି ନଥିଲା । ୨୦୧୪ରେ ପାକିସ୍ତାନୀ ତାଲିୱାନୀ ଆତଙ୍କବାଦୀମାନେ ପେଶାୱାରର ଏକ ସ୍କୁଲରେ ପ୍ରାୟ ୧୫୦ଜଣ ଶିଶୁଙ୍କ ହତ୍ୟା କରିଥିଲେ । ସବୁ ରାଜନୈତିକ ଦଳ ଏହାପରେ ନାସନାଲ ଆକ୍ସନ ପ୍ଲାନ ଉପରେ ହସ୍ତାକ୍ଷର କଲେ । ଏହାପରେ କୁଆଡେ ଇମ୍ରାନ ନିଷ୍ପତ୍ତି ନେଇଥିଲେ ଯେ , ପାକିସ୍ତାନରେ କୌଣସି ଆତଙ୍କୀ ସଙ୍ଗଠନକୁ ସଞ୍ଚାରିତହେବାକୁ ସେ ଦେବେ ନାହିଁ । ୍ତାଙ୍କ ଦଳକ୍ଷମତାକୁ ଆସି ନଥିବାବେଳେ ଯେଉଁ ସବୁ ସରକାରମାନେ ଥିଲେ ସେମାନଙ୍କ ନିକଟରେ ଆତଙ୍କବାଦର ନିପାତ କରିବାପାଇଁ ଇଚ୍ଛା ନଥିଲା । ହେଲେ ଏବେ ତାଙ୍କ ସରକାର କୁଆଡେ ବହୁ ଆତଙ୍କୀ ସଂଗଠନ ଓ ମଦ୍ରାସାଗୁଡିକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ଓ ସେଠାରେ ପାକିସ୍ତାନ ସରକାରଙ୍କ ପ୍ରଶାସକ ନିଯୁକ୍ତ ହୋଇଛନ୍ତି । ଏହାଦ୍ୱାରା ଇମ୍ରାନ ପରୋକ୍ଷରେ ସ୍ୱୀକାର କରିଛନ୍ତି ଯେ, ଆତଙ୍କୀ ସଂଗଠନଗୁଡିକରେ ଏବେ ପାକିସ୍ତାନର ସରକାରୀ ଅଧିକାରୀମାନେ ସଂଚାଳନ ଦାୟିତ୍ୱରେ ଅଛନ୍ତି । ଇମ୍ରାନ ଆତଙ୍କବାଦୀଙ୍କୁ ନେଇ ଏତେବଡ ତଥ୍ୟ ପ୍ରଘଟ କରିବାରେ ଏକ ନିର୍ଦ୍ଦିଷ୍ଟ କାରଣ ଥିବା କୁହାଯାଉଛି । ତାହା ହେଉଛି ପାକିସ୍ତାନକୁ ଏଫଏଟିଏଫ ଆତଙ୍କବାଦ ବିରୋଧରେ ଠୋସ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି । ଗତ ଜୁନ ୨୪ରେ ଏଫଏଟିଏଫର ବୈଠକରେ ପାକିସ୍ତାନକୁ ବ୍ଲାକଲିଷ୍ଟ କରିବାକୁ ଆଲୋଚନା ହୋଇଥିଲା । କିନ୍ତୁ କିଛି ସଦସ୍ୟ ରାଷ୍ଟ୍ରଙ୍କ ପରାମର୍ଶ କ୍ରମେ ପାକିସ୍ତାନକୁ ଅକ୍ଟୋବର ପର‌୍ୟ୍ୟନ୍ତ ମହଲତ ଦିଆଯାଇଛି । ଏହି ସମୟ ମଧ୍ୟରେ ଆତଙ୍କବାଦ ବିରୋଧରେ ପାକିସ୍ତାନକୁ ଏକ ୧୦ସୁତ୍ରୀ କାର‌୍ୟ୍ୟକ୍ରମ ଅନୁପାଳନ କରିବାକୁ କୁହାଯାଇଛି । ତେଣୁ ଇମ୍ରାନ ଖାନ ଆତଙ୍କବାଦକୁ ନେଇ ଏଭଳି ଭଲେଇ ହୋଇଛନ୍ତି । ଯାହାଦ୍ୱାରା ପାକିସ୍ତାନ ଏବେ ପୂରା ଦମରେ ଆତଙ୍କବାଦୀଙ୍କୁ ନିପାତ କରୁଥିବାର ଏକ ଧାରଣା ସୃଷ୍ଟି ହେଉଛି । ଏହାଛଡା ସେ ଏହି ପ୍ରସଙ୍ଗରେ ଆମେରିକାର ଆସ୍ଥା ଭାଜନ ହେବାକୁ ଉଦ୍ୟମ କରି କହିଛନ୍ତି ଯେ, ୯/୧୧ ଆତଙ୍କୀ ଆକ୍ରମଣ ଘଟଣାରେ ପାକିସ୍ତାନର କୌଣସି ହାତ ନାହିଁ । ଯଦିଓ ୨୦୦୧ ସେପ୍ଟେମ୍ବର ୧୧ତାରିଖରେ ନ୍ୟୁୟର୍କ ସ୍ଥିତ ବିଶ୍ୱବାଣିଜ୍ୟ ସଂଗଠନ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣ ପଛରେ ସାଉଦୀ ଆରବ ଓ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହୋଇଥିଲା । ଏହି ଆକ୍ରମଣର ମୁଖ୍ୟ ଖଳନାୟକ ତଥା ଅଲକାଏଦାର ମୁଖ୍ୟ ଓସାମା ବିନ ଲାଦେନ ପାକିସ୍ତାନର ଆବୋଟାବାଦ ସହରରୁ ଧରାପଡି ଆମେରିକାର ସ୍ୱତନ୍ତ୍ର ଅପରେସନରେ ନିହତ ହୋଇଥିଲା ।

Comments