ମୁସଲିମ ଜନସଂଖ୍ୟା ବଢିଯିବାରୁ ଜାକର୍ତା ଏକ ମୃତ ସହର ହେବାକୁ ଯାଉଛି\



ଜାକର୍ତା ,୨୬/୮ : ଇଣ୍ଡୋନେସିଆର ରାଜଧାନୀ ଜାକର୍ତା ଏକ ମୃତ ସହର ହେବାକୁ ଯାଉଛି । ଧିରେଧିରେ ଏହା ଅଧିକ ପ୍ରଦୂଷିତ ହେଉଥିଲା ଓ ଏଠାରେ ମୁସଲିମ ଜନସଂଖ୍ୟା ବଢିଯିବାରୁ ଅଧିକ ଚାପସୃଷ୍ଟି ହୋଇଥିଲା । ଏହି କାରଣରୁ ସୋମବାର ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ଉଡୋଡୋ ଇଣ୍ଡୋନେସିଆର ନୂଆ ରାଜଧାନୀ ବର୍ଣ୍ଣିଓ ଦ୍ୱୀପର ପୂର୍ବ କାଲିମାଣ୍ଟମ ସହର ହେବ ବୋଲି ଘୋଷଣା କରିଛନ୍ତି । ବର୍ଣ୍ଣିଓ ଦ୍ୱୀପର ପୂର୍ବପଟେ ଏହି ସହର ଅବସ୍ଥିତ । ଏଠାରେ ଏବେ ଜନସଂଖ୍ୟା ବେଶ କମ ଅଛି । ଏକଦା ଓଡିଶାର ନୌବଣିକମାନେ ଏଠାକୁ ଆସି ବାଣିଜ୍ୟ କାରବାର କରୁଥିଲେ । କେବଳ ଜାଭା ଅଂଚଳରେ ଇଣ୍ଡୋନେସିଆର ୫୪ପ୍ରତିଶତ ବା ୨୭କେ୍ାଟି ଲୋକ ବସବାସ କରୁଛନ୍ତି । ତେଣୁ ରାଜଧାନୀ ଜାକର୍ତା ଉପରେ ଅର୍ଥନୈତିକ, ପରିବେଶଗତ, ଚାପସୃଷ୍ଟି ହୋଇଥିଲା । ନୂଆ ରାଜଧାନୀ ୪ଲକ୍ଷ ୪୫ହଜାର ଏକର ଜମିରେ ପ୍ରତିଷ୍ଠା କରାଯିବ । ଏଥିପାଇଁ ୩୨.୫ବିଲିୟନ ଡଲାର ଖର୍ଚ୍ଚ ହେବ । ୧୯ପ୍ରତିଶତ ସରକାର ଖର୍ଚ୍ଚ କରିବେ ଓ ଅବଶିଷ୍ଟ ଋଣ ବା ସହଯୋଗ ଭିତିରେ ନିଆଯିବ । ସୂଚନାଯୋଗ୍ୟ ଯେ, ଇଣ୍ଡୋନେସିଆର ପ୍ରତିଷ୍ଠାତ ତଥା ପ୍ରଥମ ରାଷ୍ଟ୍ରପତି ସୁକର୍ଣ୍ଣ ରାଜଧାନୀ ଜାକର୍ତାରୁ କେନ୍ଦ୍ରୀୟ କାଲିମାଂଟାନ ପ୍ରଦେଶର ପାଲଙ୍ଗ ପାରାୟାକୁ ସ୍ଥାନାନ୍ତରିତ କରିବାକୁ ଚାହୁଁଥିଲେ । ତେବେ ରାଜଧାନୀ ସ୍ଥାନାନ୍ତରିତ କରିବା ନେଇ ଇଣ୍ଡୋନେସିଆ ସରକାରଙ୍କ ଏତେ ବଡ ନିଷ୍ପତି ଦେଶର ଅର୍ଥନୀତି ଓ ସାମରିକସ୍ଥିତିକୁ ପରିବର୍ତନ କରିବ ବୋଲି କୁହାଯାଉଛି ।

Comments