ଚେନ୍ନାଇ, ୨୬ା୮:ଭାରତ ଅତ୍ୟାଧୁନିକ କାର୍ଟୋଗ୍ରାଫି ସାଟେଲାଇଟ୍,କାର୍ଟୋସାଟ-୩ ମହାକାଶକୁ ପଠାଇବାର ଯୋଜନା କରିଛି । ଅକ୍ଟୋବର ଶେଷ କିମ୍ବା ନଭେମ୍ବର ଆରମ୍ଭରେ ଏହାକୁ ପଠାଯିବ ବୋଲି ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର( ଇସ୍ରୋ)ର ମୁଖ୍ୟ କେ. ଶିବନ କହିଛନ୍ତି । ଏହି ସାଟେଲାଇଟ୍କୁୁ ପୋଲାର୍ ସାଟେଲାଇଟ୍ ଲଂଚ୍ ଭେହିକଲ୍( ପିଏସ୍ଏଲ୍ଭି) ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ । ପୃଥିବୀ ଉପରେ ଭଲ ଭାବେ ଅନୁଧ୍ୟାନ କରିବାର କ୍ଷମତା ଥିବା ରିମୋର୍ଟ ସେନସିଂ ସାଟେଲାଇଟ୍ କାର୍ଟୋସାଟ-୩ ତୁଳନାମକ୍ର ଭାବେ କାର୍ଟୋସାଟ-୨ ଠାରୁ ଭଲ କାମ କରିପାରିବ । ଏହା ଯୋଜନାବଦ୍ଧ ଭାବେ ବିଭିନ୍ନ ସ୍ଥାନ ଉପରେ ଅନୁଧ୍ୟାନ କରିବା ସହ ଯାଂଚ ପ୍ରକ୍ରିୟାରେ ସାହାଯ୍ୟ କରିବ । ଏଥିରେ ଏଭଳି କ୍ୟାମେରା ଲଗାଯାଇଛି ଯାହା ମହାକାଶରୁ ଭୂପୃଷ୍ଠର ମାତ୍ର ୧ ଫୁଟ୍ରୁ କମ୍ ଉଚ୍ଚତା ଭିତରେ ଥିବା ସବୁଜାଗାର ଫଟୋ ନେଇପାରିବ । ଏଣୁ ଆଉ କିଛି ବି ଅଛପା ରହିବନି । ଏହା ସର୍ଜିକାଲ ଓ ଏୟାର୍ ଷ୍ଟ୍ରାଇକ୍ ପାଇଁ ଅଧିକ ସହଯୋଗ କରିବ । ଏଣୁ କାର୍ଟୋସାଟ୍-୩ ମହାକାଶକୁ ଯିବା ପରେ ଶତ୍ରୁ ଦେଶର ହୋସ୍ ଉଡ଼ିଯିବ ।

Comments
Post a Comment