ଛତିଶଗଡର କାଂକେର ଜିଲ୍ଲାରରେ ଗତ ୨୭ ତାରିଖ ଦିନ ମାଓବାଦୀମାନେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସ୍ୱୟଂସେବକକୁ ହତ୍ୟା କରିଛନ୍ତି । ଦୁର୍ଗକୋନ୍ଦଲ ଠାରେ ପ୍ରାୟ ୨୫ ଜଣ ନକସଲ ୪୦ ବର୍ଷିୟ ସ୍ୱୟଂସେବକ ଦାଦୁ ସିଂହ କୋରଟିଆଙ୍କୁ ରାତି ୧୦.୩୦ ସମୟରେ ଘରୁ ଡାକି ନେଇ ଗୁଳିକରି ହତ୍ୟା କରିଛନ୍ତି ।\n ଦାଦୁ ଜଣେ ମେକାନିକାଲ ଇଂଜିନିୟର । ସେ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ । ସେ ତାଙ୍କ ଅଂଚଳରେ ଅନେକ ମନ୍ଦିର ମଧ୍ୟ ତିଆରି କରିଛନ୍ତି । ଏହା ପୂର୍ବରୁ ନକ୍ସଲମାନେ ଅନେକ ଥର ଧମକ ଦେବା ସହିତ ମାରିବାକୁ ଚେଷ୍ଟା କରିଥିଲେ । ମାଓବାଦୀଙ୍କ ଏପରି ଧମକ ଓ ବାରମ୍ବାର ଆକ୍ରମଣ ସତ୍ୱେ ପୋଲିସ ପ୍ରଶାସନ ଦାଦୁଙ୍କୁ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହୋଇଥିଲେ । \n ହତ୍ୟାକାଣ୍ଡ ପରେ ମାଓବାଦୀମାନେ ଘଟଣା ସ୍ଥଳରେ ଏକ ଚିଠି ପକାଇ ଦେଇ ଯାଇଛନ୍ତି । ସେମାନେ ଏହି ଚିଠିରେ ଲେଖିଛନ୍ତି ଯେ, ୩୭୦ ଧାରାକୁ ହଟାଇ ମୋଦି ସରକାର ଏକଛତ୍ରବାଦ ଓ ହିଟଲର ପରିଚୟ ଦେଇଛନ୍ତି । ତେଣୁ ଅଗଷ୍ଟ ୩୦ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଏହି ନୀତି ବିରୋଧରେ ବନ୍ଦ ପାଳନ କରାଯିବ । ଦାଦୁ ସିଂହ ବିଜେପି ଓ ସଂଘରେ ସାମିଲ ଥିବାରୁ ଆମେ ତାକୁ ହତ୍ୟାକଲୁ ।

Comments
Post a Comment