ଆର ଏସ୍ ଏସ୍ ର ରାଜ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ
ଭୁବନେଶ୍ୱର, ତା.୧୫/୦୮: ଆଜି ଆମେ ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଛୁ । ମାତ୍ର ଭାରତକୁ ଏକ ବିକଶିତ ଦେଶ ଭାବେ ଗଢି ତୋଳିବାକୁ ହେଲେ ଭ୍ରଷ୍ଟାଚାର, ଆତଙ୍କବାଦ, ଦାରିଦ୍ର୍ୟ, ଜାତିବାଦ ଏବଂ ଆବର୍ଜନା ମୁକ୍ତ ଭାରତର ନିର୍ମାଣ ନିହାତି ଆବଶ୍ୟକ । ତେଣୁ ଆମେ ଆମର ଦାୟିତ୍ୱବୋଧକୁ ବୁଝିବା ଦରକରା ଏବଂ ସେହି ଅନୁରୂପ କାର୍ଯ୍ୟକଲେ ସ୍ୱାଧୀନତା ପ୍ରାପ୍ତ ପାଇଁ ହୋଇଥିବା କଷ୍ଟ ଓ ପରିଶ୍ରମ ସାର୍ଥକ ହେବ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଭୁବନେଶ୍ୱର ମହାନଗର ସଂଘଚାଳକ ମାନନୀୟ ଡାକ୍ତର ବସନ୍ତ କୁମାର ପତି ପୂର୍ବ ପ୍ରାନ୍ତ କାର୍ଯ୍ୟାଳୟରେ ଜାତୀୟ ପତାକା ଉତୋଳନ କରି ଏହା ପ୍ରକାଶ କରିିଛନ୍ତି ।

ଭୁବନେଶ୍ୱରର ଡମଣା ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ପାଳନ ଅବସରରେ ଡାକ୍ତର ପତି କହିିଲେ ଯେ,ଦାୟିତ୍ୱ ବୋଧ ବିନା ସ୍ୱାଧୀନତା ମଣିଷକୁ ସ୍ବେଛାଚାରିତା ଆଡ଼କୁ ଟାଣି ନିଏ। ପ୍ରତ୍ୟେକ ନାଗରିକ ସ୍ବାଧୀନତା କୁ ଉପଭୋଗ କରିବା ପାଇଂ ଜେତିକି ବ୍ୟଗ୍ର ସାମାଜିକ ଦାୟିତ୍ୱ ବହନ କରିବା ପାଇଁ ସେହି ପ୍ରକାର ର ଉତ୍ସାହ ଦେଖାଇଲେ ଭାରତ ଯେ ଅର୍ଥନୈତିକ ,ସାମାଜିକ ,ସାମରିକ ତଥା ବୈଜ୍ଞାନିକ ଅଭିବୃଦ୍ଧିର ଶିଖରରେ ପହଁଚି ପାରିବ ଏ ପ୍ରକାରର ବିଶ୍ୱାସ ସମସ୍ତେ ମନରେ ରଖି ନିଜ ନିଜ କାର୍ଯ୍ୟକ୍ଷେତ୍ର ରେ ବ୍ରତୀ ହେବ। ଦରକାର ।
ଡାକ୍ତର ପତି କହିିଲେ ଯେ, ୧୯୪୨ ମସିହା ଅଗଷ୍ଟ ମାସ ୯ ତାରିଖ ଦିନ ଐତିହାସିକ ଭାରତ ଛାଡ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନରେ ସଂଘର ସ୍ୱୟଂସେବକ ଏବଂ ଭାରତବାସୀ ନିଜକୁ ସ୍ୱତଃପ୍ରଭୁତ ଭାବରେ ସାମିଲ କରିବା ଫଳରେ କ୍ଷୀପ୍ର ଗତିରେ ସମସ୍ତ ଦେଶକୁ ଏହି ଆନ୍ଦୋଳନ ବ୍ୟାପୀ ଯାଇଥିଲା । ଭୟାଭୀତ ହୋଇପଡିଥିବା ଇଂରେଜ ଶାସନ ବାଧ୍ୟ ହୋଇ ଏହି ଆନ୍ଦୋଳନର ୫ ବର୍ଷ ପରେ ଅର୍ଥାତ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଭାରତକୁ ସ୍ୱାଧୀନ ଦେଶ ଭାବେ ଘୋଷଣା କରିଥିଲେ ।

ଜାତୀୟ ପତାକା ଉତୋଳନ ଅବସରରେ ପ୍ରାନ୍ତ ପ୍ରଚାରକ ମାନନୀୟ ବିପିନ ପ୍ରସାଦ ନନ୍ଦ ଏବଂ ମହାନଗର କାର୍ଯ୍ୟବାହ ଶ୍ରୀ ପ୍ରସନ୍ନ ସେନାପତିଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
Jay Hind
ReplyDelete