ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିରରେ ନନ୍ଦ ଉତ୍ସବ\


ପଟ୍ଟାମୁଣ୍ଡାଇ,୨୪/୦୮  : ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିରରେ ନନ୍ଦୋତ୍ସବ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ମହାର୍ଘ୍ୟ କାର୍ଯ୍ୟକ୍ରମକୁ ରାଧାରମଣ ମଠର ମହନ୍ତ ଅସୀମାନନ୍ଦ ଦାସ ମହାରାଜ ଉଦଘାଟନ କରିଥିଲେ । ଶିକ୍ଷା ମନ୍ଦିରର ପ୍ରଧାନଆଚାର୍ଯ୍ୟ ନାରାୟଣ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ଚଣ୍ଡିଆଗଡି ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ଅଚ୍ୟୁତାନନ୍ଦ ରାଉତ ମୁଖ୍ୟଅତିଥି ଓ ସମାଜସେବୀ ସୁରେଶ ଚନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବର ମହାତ୍ମ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏଇ ଅବସରରେ ଶିକ୍ଷା ମନ୍ଦିରର କୁନି କୁନି ପିଲାମାନଙ୍କ ମଧ୍ୟରେ କୃର୍ଷ୍ଣ ବେଶ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଶିକ୍ଷା ମନ୍ଦିରର କୁନି କୁନି ପିଲାମାନେ କୃର୍ଷ୍ଣବେଶରେ ସଜ୍ଜିତ ହୋଇ ପ୍ରତିଯୋଗିତାରେ ସାମିଲ ହୋଇଥିଲେ । ସହକାରୀ ପ୍ରଧାନଶିକ୍ଷକ ଅଜିତ ମଲିକ ସ୍ୱାଗତଭାଷଣ ଓ ସହକାରୀ ଆଚାର୍ଯ୍ୟା ପୁହ୍ପିତା ମହାନ୍ତି ଅତିଥିପରିଚୟ ପ୍ରଦାନ କରିଥିଲେ । ଶିକ୍ଷା ମନ୍ଦିର ସଂପାଦକ ଅମ୍ବୁଜ ଭୂଷଣ ନାୟକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଶେଷରେ ଚନ୍ଦ୍ରଭାନୁ ମଲ୍ଲିକ ଧନ୍ୟବାଦ ଦେଇଥିଲେ । ସହକାରୀ ଆଚାର୍ଯ୍ୟା ଭାଗ୍ୟଶ୍ରୀ ପରିଡା, ଲକ୍ଷ୍ମୀପ୍ରିୟା ଦାସ, ସୁଲୋଚନା ମିଶ୍ର, ଦିପ୍ତୀମମୟୀ ତିପାଠୀ, ସୋନାଲି ଦାଶ, ସ୍ୱର୍ଣ୍ଣପ୍ରଭା ସାହୁ, ସସ୍ମିତା କର, ସୁନିତା ପାଢୀ, ସ୍ୱର୍ଣ୍ଣମୟୀ ଶତପଥୀ, ତୃପ୍ତିମୟୀ ସାହୁ ପ୍ରମୁଖ କୃର୍ଷ୍ଣବେଶ ପ୍ରତିଯୋଗିତା ପରିଚାଳନା କରିଥିଲେ । ମୁଖ୍ୟଅତିଥି ଓ ମୁଖ୍ୟବକ୍ତା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିରର ଆଚାର୍ଯ୍ୟ/ ଆଚାର୍ଯ୍ୟା, ଛାତ୍ରଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଭିଭାବକମାନେ ଯୋଗ ଦେଇଥିଲେ ।

Comments