ଶ୍ରୀନଗର, ୨୮/୮ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫(କ)ର ଉଚ୍ଛେଦ ପରେ ପାକିସ୍ତାନର ମୁଣ୍ଡ ଖରାପ ହୋଇଯାଇଛି । ଦୀର୍ଘ ୭୦ ବର୍ଷ ଧରି ଏହାକୁ ନେଇ କୂଟନୈତିକ ଗୋଟି ଖେଳିଆସୁଥିବା ପାକିସ୍ତାନର ଦୋକାନ ଏହାଦ୍ୱାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ଏଣୁ ଜମ୍ମୁ-କାଶ୍ମୀର ମଧ୍ୟକୁ ସୀମା ଆରପଟୁ ଜୈସର ଆତଙ୍କୀମାନଙ୍କୁ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ବାରମ୍ବାର ଚେଷ୍ଟା କରି ଆସୁଛି । ସେହିଭଳି ଏଲ୍ଓସି ନିକଟସ୍ଥ ଭାରତୀୟ ଗ୍ରାମଗୁଡ଼ିକର ବାସିନ୍ଦାମାନଙ୍କୁ ଘାଟିରେ ଭାରତ ବିରୋଧୀ କାର୍ଯ୍ୟ ଏବଂ ହିଂସାକାଣ୍ଡ ଭିଆଇବା ଲାଗି ପାକିସ୍ତାନୀ ସେନା ଏବେ ଏଫ୍ଏମ୍ ରେଡିଓକୁ ମାଧ୍ୟମ କରିଛି । ପାକ୍ ସେନା ଏଫ୍ଏମ୍ ରେଡିଓ ଯୋଗେ ଏହି ସବୁ ଗ୍ରାମକୁ ଉତେଜକ ସନ୍ଦେଶ ପଠାଇ ଇସ୍ଲାମ ନାମରେ ଭାରତ ବିରୋଧୀ କାର୍ଯ୍ୟ କରିବାକୁ ଟେହାଉଛି । ଏଥିପାଇଁ ପାକିସ୍ତାନ ସେନା ତା’ର ଏଫ୍ଏମ୍ ରେଡିଓ ଷ୍ଟେସନକୁ ଏଲ୍ଓସି ନିକଟକୁ ସ୍ଥାନାନ୍ତରିତ କରିଛି । ଏହାକୁ ପାକିସ୍ତାନର ୧୦ କୋର କମାଣ୍ଡର ନିୟନ୍ତ୍ରିତ କରୁଥିଲାବେଳେ ସିଗନାଲ କୋର ଏଫଏମ୍ ରେଡିଓ ଜରିଆରେ ଘାଟିରେ ଥିବା ଆତଙ୍କବାଦୀଙ୍କୁ ସନ୍ଦେଶ ପଠାଉଛି । ଅନ୍ୟପଟେ ପାକିସ୍ତାନୀ ସେନା ଏଲ୍ଓସି ନିକଟରେ ମଧ୍ୟମ ରେଞ୍ଜର ତୋପ ମୁତୟନ କରିଛି । ଏଥିସହିତ ଏଲ୍ଓସି ନିକଟରେ ପାକିସ୍ତାନୀ ସେନା ଓ ବର୍ଡର ଆକ୍ସନ ଟିମ୍ (ବାଟ୍) ଗତିବିଧି ବୃଦ୍ଧି ପାଇଛି । ସେହିପିର ପାକିସ୍ତାନୀ ସେନା ଏଲ୍ଓସି ନିକଟରେ ୧୦୦ ଜଣ ଏସ୍ଏସ୍ଜି କମାଣ୍ଡୋଙ୍କୁ ନିୟୋଜିତ କରିବା ସହ ଗୁଜରାଟର ସରକ୍ରିକ୍ରେ ମଧ୍ୟ ଏସ୍ଏସ୍ଜି କମାଣ୍ଡୋଙ୍କୁ ମୁତୟନ କରିଛି । ସେପଟେ ବାଂଲାଦେଶ ସୀମା ପଟୁ ଭାରତ ମଧ୍ୟକୁ ଅନୁପ୍ରବେଶ କରିବା ଲାଗି ଏହାର ହରିନମାରା ପାହାଡ଼ରେ ରୋହିଙ୍ଗ୍ୟା ମୁସଲମାନଙ୍କୁ ପାକ୍ ସମର୍ଥିତ ଆତଙ୍କୀ ସଂଗଠନ ଜୈସ ଅସ୍ତ୍ରଶସ୍ତ୍ର ଚାଳନାର ପ୍ରଶିକ୍ଷଣ ଦେଉଛି ।

Comments
Post a Comment