ବାଳାସାହେବ ଆପ୍ଟେଜୀଙ୍କର ଯୁବଶକ୍ତିଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଥିଲା: ଦତ୍ତାତ୍ରେୟ ହୋସୱାଲେ


ମୁମ୍ବାଇ: ସ୍ୱର୍ଗତ ବାଲାସାହେବ ଆପ୍ଟେଜୀଙ୍କର ଯୁବଶକ୍ତିମାନଙ୍କ ଉପରେ ଗଭୀର ବିଶ୍ୱାସ ଥିଲା । ଦେଶର ଯୁବକ, ବିଦ୍ୟାର୍ଥି ପରିବର୍ତ୍ତନର ମାଧ୍ୟମ ଅଟନ୍ତି ।  ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ସେମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ସେ ବିଦ୍ୟାର୍ଥିମାନଙ୍କୁ ସ୍ୱତନ୍ତ୍ର ନାଗରୀକ ରୂପେ ଦେଖିବାକୁ ଚାହୁଁଥିଲେ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମାନନୀୟ ସହସରକାର୍ଯ୍ୟବାହ ଶ୍ରୀ  ଦତ୍ତାତ୍ରେୟ ହୋସୱାଲେ ପ୍ରକାଶ କରିଛନ୍ତି ।\n ମହାରାଷ୍ଟ୍ର ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ମୁମ୍ବାଇ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ର.ବାଲ ଆପ୍ଟେ ସେଂଟର ଫର ଷ୍ଟଡିଜ୍ ଇନ୍ ଷ୍ଟୁଡେଂଟ ଏଣ୍ଡ ୟୁଥ୍ ମୁଭ୍ମେଂଟ କେନ୍ଦ୍ରର ଭୂମି ପୂଜନ ଗତ ଅଗଷ୍ଟ ୧୯ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମାନନୀୟ ସହସରକାର୍ଯ୍ୟବାହ ମୁଖ୍ୟ ଅତିଥି ଏବଂ ମହାରାଷ୍ଟ୍ରର ରାଜ୍ୟପାଳ ମାନନୀୟ ସି. ବିଦ୍ୟାସାଗର ରାଓ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ଅନ୍ୟମାଙ୍କ ମଧ୍ୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଯୋଷୀ,ଅଖିଳ ଭାରତୀୟ ବିଦ୍ୟାଥି ପରିଷଦର ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ  ଶ୍ରୀ ସୁନୀଲ ଓଁକାର, ମୁମ୍ବାଇ ବିଶ୍ୱ ବିଦ୍ୟାଳୟର କୁଳପତି ଡ. ସୁହାସ ଫଡନେକର, ପିପୁଲସ୍ ଏଜୁକେସନ ସୋସାଇଟ୍ ର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ଆପ୍ଟେ , ପ୍ରଫେସର କୁଳଗୁରୁ କୁଲକାର୍ଣ୍ଣିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଂଚାସୀନ ଥିଲେ ।\nଶ୍ରୀ ହୋସଓା୍ୱଲେ ଜୀ କହିଲେ ଯେ, ୧୯୭୮ ରେ ଭାରତର ଏକ ପ୍ରତିନିଧି ମଣ୍ଡଳ ଋଷ ଯାଇଥିଲେ । ପ୍ରତିନିଧି ମଣ୍ଡଳ ସ୍ଥିର କଲେ ଯେ, ଭାରତର ଯୁବ ଆନ୍ଦୋଳନ, ବିଦ୍ୟାର୍ଥି ଏବଂ ଏହାର ସଂକଳ୍ପନାର ପରିଚୟ ସଂପୂର୍ଣ୍ଣ ବିଶ୍ୱକୁ ଦେବାର ଆବଶ୍ୟକତା ଅଛି । ୟୁଏନ୍ ୧୯୮୫ରେ ବିଶ୍ୱ ଯୁବ ଦିବସ ଘୋଷିତ କରିଛି । ଏହା ପୂର୍ବରୁ ୧୯୮୩ରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଉପସ୍ଥିତିରେ ବିଶ୍ୱ ବିଦ୍ୟାର୍ଥି ଏବଂ ଯୁବ ସଂଗଠନର ସ୍ଥାପନା ହୋଇଥିଲା । ଏହି ସଂଗଠନର ବିଚାରଧାରା କଣ ହେବ, କାର୍ଯ୍ୟପଦ୍ଧତୀ କଣ ହେବ, ସ୍ୱରୂପ କଣ ହେବ ସେ ବିଷୟରେ ବିଚାର ବିମର୍ଷ କରାଯାଇଥିଲା । ଏହାର ନୋଟସ୍ ବାଳାସାହେବ ଜୀ ପ୍ରସ୍ତୁତ କରିଥିଲେ ।\n ଦତ୍ତାତ୍ରେୟ ଜୀ କହିଲେ ଯେ, ବିଦ୍ୟାର୍ଥି ଆନ୍ଦୋଳନକୁ ବଳିଷ୍ଠ ମାର୍ଗଦର୍ଶନ ଦେଇଥିବା ପ୍ରଖ୍ୟାତ ଶିକ୍ଷାବିତ୍, ଭଲ ସାଂସଦ, ସାମାଜିକ କାର୍ଯ୍ୟକର୍ତ୍ତା, ବିଚାରକ, ନିଜ କଥାକୁ କାର୍ଯ୍ୟରେ ପରିଣତ କରିଚାଲିଥିବା ବ୍ୟକ୍ତିତ୍ୱ ଥିଲେ ସ୍ୱର୍ଗତ ବାଳାସାହେବ ଆପ୍ଟେ । ସେ ବହୁଗୁଣର ଅଧିକାରୀ ଥିଲେ । ସେ ଘରେ ବସି ତତ୍ତ୍ୱଜ୍ଞାନ ଶିକ୍ଷା ଦେବାର ବ୍ୟକ୍ତି ନଥିଲେ । ପ୍ରତ୍ୟେକ୍ଷ କାର୍ଯ୍ୟ କରିବାର କାର୍ଯ୍ୟକର୍ତ୍ତା ଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ମାଧ୍ୟମରେ ସେ ବିଦ୍ୟାର୍ଥି ଏବଂ ଯୁବ ଆନ୍ଦୋଳନର ଏକ ବିଶେଷ ପରିଚୟ ସୃଷ୍ଟି କରିଥିଲେ । ଯୁବ ସଂଗଠନର ତତ୍ତ୍ୱଜ୍ଞାନକୁ  ସେ ସର୍ବସାମାନ୍ୟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବାର କାମ କରିଥିଲେ ।

Comments