ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ଗସ୍ତରେ ଯାଇ ସେଠାରେ ଲାଗିଥିବା କଟକଣା ବିରୋଧରେ ସ୍ୱର ଉଠାଇବା ଏବଂ ଭାରତ ସରକାରଙ୍କୁ ସମାଲୋଚନା କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପାକ୍ ଗଣମାଧ୍ୟମରେ ଭୁରି ଭୁରି ପ୍ରଶଂସା କରାଯାଇଛି । ପାକିସ୍ତାନର ବିଭିନ୍ନ ଗଣମାଧ୍ୟମରେ ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରି କୁହାଯାଇଛି ଯେ, ସଙ୍କଟ ବେଳେ ସେ କାଶ୍ମୀରବାସୀଙ୍କ ସହ ରହିଛନ୍ତି ଏବଂ ସେମାନଙ୍କ ଦୁଃଖକୁ ବୁଝିବା ପାଇଁ ପ୍ରୟାସ କରିଛନ୍ତି । ସେ ମଧ୍ୟ ପାକିସ୍ତାନର ମତାମତକୁ ସମ୍ମାନ ଦେଉଛନ୍ତି । ତେଣୁ ପାକିସ୍ତାନବାସୀ ରାହୁଲ ଗାନ୍ଧିଙ୍କୁ ସମର୍ଥନ କରିବା ଉଚିତ ଏବଂ ତାଙ୍କ ପଛରେ ରହିବା ଉଚିତ୍ ବୋଲି ପାକିସ୍ତାନ ଗଣମାଧ୍ୟମରେ କୁହାଯାଇଛି । ଜାମ୍ମୁକାଶ୍ମୀରରେ ମାନବାଧିକାର ଉଲ୍ଲଂଘନ ହେଉଛି, ଭାରତୀୟ ସେନା ସେଠାରେ ଦମନଲୀଳା ଚଳାଇଛି ବୋଲି ପାକିସ୍ତାନର ଅଭିଯୋଗକୁ ରାହୁଲ ସମର୍ଥନ କରୁଥିବାରୁ ତାଙ୍କୁ ପ୍ରଶଂସା କରାଯାଇଛି ।\

Comments
Post a Comment