ପାକିସ୍ତାନ କଳା ତାଲିକାରେ ସାମିଲ



ନୂଆଦିଲ୍ଲୀ, ୨୩ା୮: କାଶ୍ମୀର ପ୍ରସଙ୍ଗରେ ଭାରତକୁ ଅଡୁଆରେ ପକାଇବା ପାଇଁ ପ୍ରୟାସ କରୁଥିବା ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି । ଏହି ଦେଶ ଆଗକୁ ଆହୁରି ଖରାପ ଦିନ ଦେଖିବ । କାରଣ ଆତଙ୍କବାଦୀଙ୍କୁ ଆର୍ଥିକ ଫଣ୍ଡିଂ ସହାୟତା ରୋକିବାରେ ବିଫଳ ହେବା ପରେ ଫାଇନାନସିଆଲ ଆର୍ସନ ଟାସ୍କ ଫୋର୍ସ ପାକିସ୍ତାନକୁ ବ୍ଲାକଲିଷ୍ଟ କରିଛି । ଭାରତୀୟ ଅଧିକାରୀଙ୍କ କହିବାନୁସାରେ, ଏଫଟିଏଫର ଏସିଆ ପ୍ରଶାନ୍ତ ସମୂହ ପାକିସ୍ତାନକୁ ସାରା ବିଶ୍ୱ ପାଇଁ ବିପଦ ବୋଲି ମୂଲ୍ୟାଙ୍କନ କରିଛନ୍ତି । ଫଳରେ ତାକୁ କଳାତାଲିକାଭୁକ୍ତ କରାଯାଇଛି । ଏଫଟିଏଫ ପାକିସ୍ତାନ ଅର୍ଥ ପ୍ରଦାନ କରିବା ମାମଲାରେ ୪୦ରୁ ୩୨ଟି ସର୍ତ ପାଳନ କରୁନଥିବା କହିଛି ।

Comments