ତାଳଚେର,୨୨/୮: ତାଳଚେର ବ୍ଲକ କଳମଛୁଇଁସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦିବାକର ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ କଳମଛୁଇଁ ବାଳିକା ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ନିରାକର ବାରିକ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ପୂର୍ବତନ ପରିଚାଳନା କମିଟିର ଉପସଭାପତି ପ୍ରଶାନ୍ତ କୁମାର ମାଝୀ ଓ ପରିଚାଳନା ସମିତି ସଦସ୍ୟା ଶୋଭାଗିନୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ଆଚାର୍ଯ୍ୟ ଚର୍ତୁଭୂଜ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ବିଜ୍ଞାନ ମେଳାର ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଏହି ଜ୍ଞାନବିଜ୍ଞାନ ମେଳାରେ ୬୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବରେ ଗୋପାଳପ୍ରସାଦ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଝସକେତନ ନାୟକ ଓ କୁଇଓ ଗ୍ରାମସ୍ଥିତ ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବାଣୀକାନ୍ତ ନାୟକ ପ୍ରମୁଖ ଯୋଗ ଦେଇ ପ୍ରକଳ୍ପଗୁଡିକର ମୂଲ୍ୟାଙ୍କନ କରିଥିଲେ । ପ୍ରକଳ୍ପଗୁଡିକ ମଧ୍ୟରୁ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ତପନ ସାହୁ,ଶ୍ରବଣ କୁମାର ଭୋଇ,କରନ ସାହୁ,ଶୁଭାଶିଷ ସାହୁ, ନିହାର ରଞ୍ଜନ ବେହେରା,ସୁରଞ୍ଜନ ସାହୁ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଚାର୍ଯ୍ୟା ଦମୟନ୍ତୀ ନନ୍ଦ ଓ ବୈଦେହୀ ସାହୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟ ପ୍ରକାଶ ଚନ୍ଦ୍ର ପ୍ରଧାନ,ରବିନ କୁମାର ବରାଳ, କମଳ ଲୋଚନ ପ୍ରଧାନ, ଦୁର୍ଯ୍ୟୋଧନ ନାୟକ ବୀଣାପାଣି ବାରିକ,ମୋନାଲିସା ମହାନ୍ତି ପ୍ରମୁଖଙ୍କ ସହ ସମସ୍ତ ଗୁରୁଜୀ,ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।
Comments
Post a Comment