ଛାତ୍ର ସଂସଦ ନିର୍ବାଚନ ବାତିଲ ନିଷ୍ପତି ବିରୁଦ୍ଧରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିିପି


ଭୁବନେଶ୍ୱର :ଚଳିତ ବର୍ଷ ଛାତ୍ରସଂସଦ ନିର୍ବାଚନ ବାତିଲ କରିବା ପାଇଁ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମାହୋଲରେ ଏହାକୁ ଦୃଢ଼ ନିନ୍ଦା କରାଯାଇଛି । କ୍ୟାମ୍ପସର ବିଭିନ୍ନ ପ୍ରକାର ନେତୃତ୍ୱକୁ ବିକାଶ କରୁଥିବା ଏହି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରବାରେ ସରକାରଙ୍କ୍ ରାଜନୈତିକ ଫାଇଦା ରହିଛି ବୋଲି ଛାତ୍ରଛାତ୍ରୀ ମତ ପ୍ରକାଶ କରିଛନ୍ତି । ଏହି ଘଟଣା ଗଣତନ୍ତ୍ରର ହତ୍ୟା ବୋଲି ଅଖିଳ ଭାରତୀୟ ବିଦ୍ୟାର୍ôଥ ପରିଷଦର ରାଜ୍ୟ ସମ୍ପାଦକ ଶଶୀକାନ୍ତ ମିଶ୍ର ମତ ରଖିଛନ୍ତି । ଆଜି ଏହି ଘଟଣାକୁ ନେଇ ବିଦ୍ୟାର୍ଥୀ ପରିଷଦର ଶତାଧିକ କାର୍ଯ୍ୟକର୍ତା ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ଏଥବରେ ପ୍ରାୟ ୩୫ ରୁ ଅଧିକ ଛାତ୍ରନେତା ଓ ୫ ଜଣ ଛାତ୍ରୀଙ୍କୁ ପୋଲିସ ଅଟକ ରଖିଥିଲା । ସରକାରଙ୍କ ଏହିଭଳି ପଦକ୍ଷେପକୁ ପୁନଃବିଚାର କରାଯାଉ ବୋଲି ଏବିଭିି ଦାବି ରଖିଛି । କ୍ୟାମ୍ପସରେ\nନିଜର ଛାତ୍ର ସଂଗଠନର ଦୁର୍ବଳତା ତଥା ଗୋଷ୍ଠୀ କନ୍ଦଳକୁ ଘୋଉଡ଼ାଇବାକୁ ଯାଇ ବିଜୁ ଛାତ୍ର ଜନତା ଦଳ ଏହିଭଳି ଏକ ପଦକ୍ଷେପ ନେଇଛି ବୋଲି ବାଣୀବିହାରର ଛାତ୍ର ନେତା ସଂଜୟ ମଲ୍ଲିକ କହିଛନ୍ତି । ବିଭିନ୍ନ କ୍ୟାମ୍ପସରେ ବିଦ୍ୟାର୍ଥୀ ପରିଷଦର ଉତଥାନ ଦେଖି ସରକାର ଭୟଭୀତ ବୋଲି ଆଶା କରାଯାଏ, ଏହା ବିରୋଧରେ ସାରା ରାଜ୍ୟରେ ଆଜି ଆନ୍ଦୋଳନ କରାଯାଇଥିଲା । ବିଦ୍ୟାର୍ଥୀ ପରିଷଦ ଆଜି ସମସ୍ତ ବିଶ୍ୱ ବିଦ୍ୟାଳୟ ଓ ପ୍ରମୁଖ ମହାବିଦ୍ୟାଳୟ ସାମ୍ନାରେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିଛନ୍ତି । ଯଦି ଏହାର ତୁରନ୍ତ ପୁନର୍ବିଚାର ନ କରାଯାଇ କିଛି ସମାଧାନ ନ କରାଯାଏ ତେବେ ସାରା ରାଜ୍ୟରେ ଏହି ଆନ୍ଦୋଳନ ତୀବ୍ର ରୂ ଧାରଣ କରିବ ବୋଲି ରାଜ୍ୟ ସମ୍ପାଦକ ଶଶୀକାନ୍ତ ମିଶ୍ର ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନରେ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ ପଣ୍ଡା ଉପସ୍ଥିତ ରହିଥିଲେ, ଏବଂ ଛାତ୍ରନେତା ସୌଭାଗ୍ୟ ରାଉତ, କିରଣ ପ୍ରଧାନ, ମହାନଗର ସହ-ସମ୍ପାଦକ ସମ୍ବିତ ରାଉତ, ପିଂଟୁ ପ୍ରତୀକ ନାଏକ, ସୋମୁ ଦେ, ଲୀନା ନନ୍ଦିତା ପରିଡ଼ା, ମିଲନ ମହାପାତ୍ର, ମହର୍ଷି ଶବର, ପଦ୍ମା ରାଓ, ବର୍ଷା ଦାସ, ସରୋଜ ମହାପାତ୍ର, ଦେବବ୍ରତ ଦାସ, ଶୁଭମ୍ ସାହୁ, ବିଶ୍ୱଶ୍ରୀ ସ୍ୱାଇଁ, ମାନସ ସେଠୀ ଉପସ୍ଥିତ ରହିଥିଲେ ।

Comments