ମୋଦିଙ୍କୁ ସମ୍ମାନ ନେଇ ପାକିସ୍ତାନ କ୍ଷୁବ୍ଧ


ଇସଲାମାବାଦ୍ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇ ପକ୍ଷରୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ଏହା ପାକିସ୍ତାନ ପାଇଁ ଅସହ୍ୟ ହୋଇଛି । ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ପାକିସ୍ତାନ କ୍ଷୁବ୍ଧ ହୋଇଛି । ଏହାର ପ୍ରତିବାଦ ସ୍ୱରୂପ ପାକ୍ ସିନେଟ ଅଧ୍ୟକ୍ଷ ସାଦ୍ଦିକ୍ ସଞ୍ଜରାନସ୍ତାଙ୍କ ୟୁଏଇ ଗସ୍ତ ବାତିଲ୍ କରିଛନ୍ତି । ରବିବାର ଦିନ ସେ ଏଠାରୁ ଆବୁଧାବି ଅଭିମୁଖେ ଯାତ୍ରା କରିବାର ଥିଲା । ତାଙ୍କ ସହ ଯିବାକୁ ଥିବା ପାକ୍ ସଂସଦୀୟ ଦଳର ଗସ୍ତ ମଧ୍ୟ ବାତିଲ୍ ହୋଇଛି । ନିକଟରେ ମୋଦି ସରକାର ଧାରା ୩୭୦ ଉଚ୍ଛେଦ କରି କାଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବା ସହ ଏହାର ବିଭାଜନ କରିଛନ୍ତି । ପାକିସ୍ତାନ ଏହାକୁ ସହଜରେ ଗ୍ରହଣ କରିପାରୁନାହିଁ । ପାକିସ୍ତାନ କାଶ୍ମୀରବାସୀଙ୍କ ସହ ରହିଛି । କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଦମନଲୀଳା ଚାଲିଥିବା ଏବଂ ସେଠାରେ ମାନବାଧିକାର ଉଲ୍ଲଂଘନ କରାଯାଉଥିବା ଅଭିଯୋଗ କରି ପାକିସ୍ତାନ ଜାତିସଂଘ ସମେତ ଆଇସିଜେରେ ମଧ୍ୟ ଫେରାଦ୍ ହୋଇଛି । ତେବେ ପାକିସ୍ତାନର ଏହି ଅଭିଯୋଗ ପ୍ରତି କୋ÷ଣସି ରାଷ୍ଟ୍ର ସମର୍ଥନ କରିବା ଦୂରେ ଥାଉ ଭାରତ ପ୍ରତି ଦୃଢ଼ ସମର୍ଥନ ପ୍ରକାଶ କରି ଆସୁଛନ୍ତି ।

Comments