ଅନୁଗୋଳ-୨୬.୦୮.୨୦୧୯ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବେଦାନ୍ତ କେଶରୀ ବ୍ରହ୍ମଲୀନ ପୂଜ୍ୟସ୍ୱାମୀଙ୍କ ୧୧ତମ ଶ୍ରଦେ୍ଧାତ୍ସବ ତଥା ବଳିଦାନ ଦିବସ ପାଳିତ ହୋଇଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ କାର୍ଯ୍ୟବାହ ଡ଼. ଅନିଲ ମିଶ୍ର, ଜିଲା ସଂଘ ଚାଳକ ବିଜୟ ସାହୁ ଶିକ୍ଷା ବିକାଶ ସମିତି ମଧ୍ୟ ସମ୍ଭାଗର ସଭାପତି ବନବିହାରୀ ପଟ୍ଟନାୟକ, ନାଲକୋନଗର ସରସ୍ୱତୀ ବିଦ୍ୟାମନ୍ଦିରର ସମ୍ପାଦକ ପ୍ରଭାତ ଧିର ଏଥିରେ ମଞ୍ଚାସୀନ ଥିଲେ । ଗୁରୁଜୀ ବୈଦ୍ୟନାଥ ସାମଲ ସଭା ପରିଚାଳନା କରିଥିଲେ । ବାବାଜୀ ସାହୁ, ରଞ୍ଜନ ବିଶୋଇ ଓ ଭବନୀଶଙ୍କର ମିଶ୍ର ସ୍ୱାମୀଜୀଙ୍କ ସ୍ମୃତିଚାରଣ କରିଥିଲେ । ବକ୍ତାମାନେ ସ୍ୱାମୀଜୀଙ୍କ ସମାଜସେବା, ଆଦିବାସୀ ଅଞ୍ଚଳରେ ଜନଜାଗରଣ, ଧର୍ମରକ୍ଷା, ସ୍ପଷ୍ଟବାଦିତା ଆଦି ଉପରେ ଆଲୋକପାତ କରିଥିଲେ । ଫୁଲବାଣୀ ଭଳି ଆଦିବାସୀ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଧର୍ମଜାଗରଣ, ସଚେତନତା ସୃଷ୍ଟି ଆଦି ଅବଦାନ ପାଇଁ ସ୍ୱାମୀଜୀଙ୍କୁ ପଦ୍ମ ପୁରସ୍କାର ଦେବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ପ୍ରସ୍ତାବ ଆସିଥିଲା । ଚନ୍ଦ୍ରଶେଖର ବେହେରା, ଅଭୟ ରାୟ, ବିମଳ ମିଶ୍ର, ଦେବେନ୍ଦ୍ର ଆଚାର୍ଯ୍ୟ, ବିଶ୍ୱନାଥ ପଣ୍ଡା, ପ୍ରକାଶ ମଙ୍ଗରାଜ, ଲମ୍ବୋଦର ବେହେରା, ସଞ୍ଜୟ ଦେହୁରୀ, ବିନୟ ସାହୁ, ସୁଶାନ୍ତ ନାଥ, ସଞ୍ଜୀବ ସନ୍ତୋଷ ରାୟ, ଅନିଲ ବେହେରା, ଖଗେଶ୍ୱର ଭୂତିଆ, ରଶ୍ମିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments
Post a Comment