କୃଷ୍ଣବେଶ ପ୍ରତିଯୋଗିତା ଓ ଜନ୍ମାଷ୍ଟମୀ ପାଳିତ


ଚନ୍ଦ୍ରଶେଖରପୁର, ୨୫/୦୮ : ନୀଳାଦ୍ରିବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇ ଯାଇଅଛି । ଏହି ଅବସରରେ ଭାରତୀୟ ସଂସ୍କୃତିକୁ ବଜାୟ ରଖିବା ପାଇଁ ବିଦ୍ୟାଳୟର ସଭାଗୃହରେ ଭାଗବତ ପଠନ କରାଯାଇଥିଲା ତଥା ପ୍ରାରମ୍ଭ ବୋଧ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୃଷ୍ଣବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ଶେଷରେ ସମସ୍ତ ପ୍ରତିଭାଗୀଙ୍କୁ ବିଦ୍ୟାଳୟର ସଂପାଦକ ଇନ୍ଦ୍ରମଣି ଷେଣ୍ଡ ଏବଂ ପ୍ରଧାନ ଆଚାର୍ଯ୍ୟ କେଦାରନାଥ ସେଠୀ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀଗୁରୁମା ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ପ୍ରତିଯୋଗିତା ପ୍ରାୟ ୧୦୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

Comments