ଭାରତୀୟ ସମ୍ବିଧାନର ଅସ୍ଥାୟୀ ଅନୁଚ୍ଛେଦ ୩୭୦କୁ ସମାପ୍ତ କରିବା ଏବଂ ଜାମ୍ମୁକାଶ୍ମୀର ରାଜ୍ୟର ପୁନଃ ଗଠନ ବିଷୟରେ ପରମ ପୂଜନୀୟ ସରସଂଘଚାଳକ ଏବଂ ମାନନୀୟ ସରକାର୍ଯ୍ୟବାହଙ୍କ ବକ୍ତବ୍ୟ --
ରାଷ୍ଟ୍ରୀୟ ଏକାତ୍ମତା ଅଖଣ୍ଡତାକୁ ପୁଷ୍ଟ କରୁଥିବା ପ୍ରଚେଷ୍ଠାକୁ ଅଭିନନ୍ଦନ କରାଯିବା ଉଚିତ
ଭାରତୀୟ ସମ୍ବିଧାନର ଅସ୍ଥାୟୀ ଅନୁଚ୍ଛେଦ ୩୭୦କୁ ସମାପ୍ତ କରିବା ଏବଂ ଜାମ୍ମୁକାଶ୍ମୀର ରାଜ୍ୟର ପୁନଃ ଗଠନ ବିଷୟରେ ପରମ ପୂଜନୀୟ ସରସଂଘଚାଳକ ଏବଂ ମାନନୀୟ ସରକାର୍ଯ୍ୟବାହଙ୍କ ବକ୍ତବ୍ୟ --
ଭାରତୀୟ ସମ୍ବିଧାନର ଅସ୍ଥାୟୀ ଅନୁଚ୍ଛେଦକୁ ସମାପ୍ତ କରି ଭାରତର ସମ୍ବିଧାନ ଅନ୍ୟ ରାଜ୍ୟଭଳି ଜାମ୍ମୁ-କାଶ୍ମୀରରେ ପୂର୍ଣ୍ଣ ରୂପରେ ଲାଗୁ କରିବା ଏବଂ ଜାମ୍ମୁ କାଶ୍ମୀର ରାଜ୍ୟର ପୁର୍ନଗଠନ ନିମନ୍ତେ ଭାରତ ସରକାରଙ୍କର ସାହସୀକ ତଥା ଐତିହାସୀକ ନିର୍ଣ୍ଣୟକୁ ଆମେ ସ୍ୱାଗତ କରୁଛୁ । ଏହାର ଅଭିନନ୍ଦନ କରୁଛୁ ।
ସମ୍ବିଧାନ ନିର୍ମାତାମାନେ ପ୍ରଥମରୁ ପରିକଳ୍ପନା କରିଥିଲେ ଯେ, ଭାରତର ସମ୍ବିଧାନ ସଂପୂର୍ଣ୍ଣ ଦେଶରେ ସମସ୍ତ ରାଜ୍ୟରେ ସମାନ ଭାବରେ ଲାଗୁ ହେବ । କିନ୍ତୁ ବିଶେଷ ପରିସ୍ଥିତି ଜନିତ କାରଣ ଗୁଡିକ ଯୋଗୁଁ ଧାରା ୩୭୦କୁ ଏକ ଅସ୍ଥାୟୀ ପ୍ରସ୍ତବ ଭାବରେ ଭାରତୀୟ ସମ୍ବିଧାନରେ ଯୋଡା ଯାଇଥିଲା । ବର୍ତମାନ ସରକାରଙ୍କର ନିର୍ଣ୍ଣୟ ଯୋଗୁଁ ସମ୍ବିଧାନ ନିର୍ମାତାମାନଙ୍କର ଏହି ଇଛା ଏବେ ପୁରଣ ହୋଇଛି । ସାମ୍ବିଧାନିକ ଦୃଷ୍ଟିରୁ ଜାମ୍ମୁ କାଶ୍ମୀର ରାଜ୍ୟ ଏବେ ଭାରତର ଅନ୍ୟ ରାଜ୍ୟଙ୍କ ସହିତ ସମାନ ହୋଇଛି । ରାଜ୍ୟ ପୁର୍ନ ଗଠନ ଯୋଗୁଁ ଲଦାଖର ଲୋକଙ୍କ ଦୀର୍ଘ ଦିନର ଅଭିଳାଷ ପୂର୍ଣ୍ଣ ହୋଇ ପାରିଛି । ବର୍ତମାନ ସେମାନଙ୍କ ସମନ୍ୱୀତ ବିକାଶ ଯୋଗୁଁ ଦେଶକୁ ସହଯୋଗ ମାର୍ଗ ମଧ୍ୟ ପ୍ରଶସ୍ତ ହୋଇଛି ।
ଧାରା-୩୭୦ର ଦୂରୁପଯୋଗ ଦ୍ୱାରା ଉତ୍ପନ ସାମ୍ବିଧାନିକ ବିସଙ୍ଗତିକୁ ଦୂର କରିବା ନିମନ୍ତେ ଡ.ଶ୍ୟାମାପ୍ରସାଦ ମୁଖାର୍ଜି, ପଣ୍ଡିତ ପ୍ରେମନାଥ ଡୋଗ୍ରାଙ୍କ ନେତୃତ୍ୱରେ ପ୍ରଜା ପରିଷଦର ଐତିହାସିକ ଆନ୍ଦୋଳନ ଜାମ୍ମୁକାଶ୍ମୀର ସହିତ ଭାରତ ଦେଶଭକ୍ତମାନଙ୍କ ନିରନ୍ତର ସଂଘର୍ଷ ଜାରୀ ରହିଥିଲା । ଅନେକ ଲୋକ ବଳିଦାନ ଦେଇଥିଲେ ଏବଂ ନିର୍ଯ୍ୟାତନା ସହିଥିଲେ । ଆଜି ଆମେ ଏ ସମସ୍ତଙ୍କୁ କୃତଜ୍ଞତା ପୂର୍ବକ ସ୍ମରଣ କରୁଛୁ । ଜାମ୍ମୁକାଶ୍ମୀର ସମସ୍ତ ନିବାସୀମାନଙ୍କ ପାଇଁ ଏହା ଅତ୍ୟନ୍ତ ଖୁସିର ବିଷୟ ଯେ,ଏହି ନିର୍ଣ୍ଣୟ ଦ୍ୱାରା ସେମାନଙ୍କୁ ଦେଶର ଅନ୍ୟ ରାଜ୍ୟମାନଙ୍କ ଭଳି ଭାରତୀୟ ସମ୍ବିଧାନ ଅଧିନରେ ସୁଶାସନ ଏବଂ ସମଗ୍ର ବିକାଶର ଅବସର ପ୍ରାପ୍ତ ହେବ । ଆମେ ବିଶ୍ୱାକ କରୁ ଯେ, ଭାରତର ଜନତା ଜାମୁ କଶ୍ମୀରର ସାମାଜିକ ବିକାଶ ଓ କଲ୍ୟାଣ ନିମନ୍ତେ ପୂର୍ଣ୍ଣ ସହଯୋଗ କରିବେ । ସମଗ୍ର ଦେଶବାସୀଙ୍କୁ ସଂକିର୍ଣ୍ଣ ସ୍ୱାର୍ଥ ଏବଂ ରାଜନୈତିକ ମତଭେଦ ଠାରୁ ଉଦ୍ଧ୍ୱର୍୍କୁ ଯାଇ ସମ୍ବିଧାନର ସର୍ବୋଚ୍ଚତା ଏବଂ ମୂଳ ଭାବନାକୁ ସ୍ଥାପିତ କରି ରାଷ୍ଟ୍ରୀୟ ଏକାତ୍ମତା ଅଖଣ୍ଡତାକୁ ପୁଷ୍ଟ କରୁଥିବା ଏହି ପ୍ରଚେଷ୍ଠାର ଅଭିନନ୍ଦନ କରିବା ଉଚିତ ।
ମୋହନ ଭାଗବତ ସୁରେଶ (ଭାୟାଜୀ) ଯୋଶୀ
ସରସଂଘଚାଳକ ସରକାର୍ଯ୍ୟବାହ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

ଅଖଣ୍ଡ ଭାରତ ଆଡକୁ ଗୋଟିଏ କଦମ୍ ।🙏
ReplyDeleteIt will be better for the people of India as well as Jammu and kashmir people
ReplyDelete