ଗାନ୍ଧୀ ନଗର,୨୯।୮: ଗୁଜରାଟର କାଣ୍ଡଲା ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଗୁପ୍ତ ସୂଚନା ଅନୁଯାୟୀ, ପାକିସ୍ତାନୀ କମାଣ୍ଡୋ ଜଳଭାଗ ଦେଇ ଭାରତ ସୀମାରେ ଥିବା ଗୁଜରାଟର କଚ୍ଛ ଅଞ୍ଚଳରେ ପ୍ରବେଶ କରି ପାରନ୍ତି। ସେଠାରେ ସେମାନେ ସାମ୍ପ୍ରଦାୟିକ ହିଂସା କରିବା ଲକ୍ଷ୍ୟରେ ପ୍ରବେଶ ଉଦ୍ୟମ କରୁଥିବା ଜଣାପଡିବା ପରେ ଏବେ କାଣ୍ଡଲା ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ସୂଚନା ମିଳିଛି।
ଜଳପଥରେ ପାକ୍ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରି ହିଂସାକାଣ୍ଡ ଭିଆଇବାକୁ ଷଡ଼ଯନ୍ତ୍ର କରୁଥିବା ଗୁଇନ୍ଦା ରିପୋର୍ଟ ପାଇବା ପରେ ଆରବ ସାଗର ଉପକୂଳରେ ବିଶେଷ କରି ଗୁଜରାଟର ବିଭିନ୍ନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କାନ୍ଦଲା ଓ ମୁନ୍ଦ୍ରା ବନ୍ଦରରେ ଏଥିପାଇଁ ହାଇଆଲର୍ଟ ଜାରି କରାଯାଇଛି । ଗୁଇନ୍ଦା ରିପୋର୍ଟ ଅନୁଯାୟୀ ପାକିସ୍ତାନରୁ କିଛି ସ୍ୱତନ୍ତ୍ର ତାଲିମପ୍ରାପ୍ତ ଆତଙ୍କବାଦୀ ସମୁଦ୍ର ଭିତରେ ଆସି କଚ୍ଛ ଉପତ୍ୟକାରେ ପହଞ୍ôଚବାର ଆଶଙ୍କା ରହିଛି । ଭାରତର ଉପକୂଳ ଅଞ୍ଚଳରେ କେବଳ ସେମାନେ ଆକ୍ରମଣ କରିବାର ଆଶଙ୍କା ନୁହେଁ, ଭାରତୀୟ ନୋ÷ବାହିନୀ ଏବଂ ଶକ୍ତି କେନ୍ଦ୍ର ଉପରେ ବଡ଼ ଧରଣର ଆକ୍ରମଣ କରିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଗୁଜରାଟ ଓ ମହାରାଷ୍ଟ୍ର ଉପକୂଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗୁଜରାଟ କଚ୍ଛ ଉପସାଗରରେ ଥିବା ମୁନ୍ଦ୍ରା ଓ କାନ୍ଦଲା ବନ୍ଦରରେ ଏବେ ଦିନ ରାତି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କାନ୍ଦଲା ବନ୍ଦ ଏକ ସରକାରଙ୍କ ଦ୍ୱାରା ପରିଚାଳିତ ବନ୍ଦର ହୋଇଥିବା ବେଳେ ମୁନ୍ଦ୍ରା ଆଦାନୀ ଗ୍ରୁପ୍ ଦ୍ୱାରା ପରିଚାଳିତ । ବାଣିଜ୍ୟିକ ଦୃଷ୍ଟି କୋଣରୁ ଉଭୟ ବନ୍ଦରର ଗୁରୁତ୍ୱ ଯଥେଷ୍ଟ ଅଧିକ । ଏହା କ୍ଷତିଗ୍ରସ୍ତ ହେଲେ ଭାରତର ବ୍ୟାପକ କ୍ଷତି ହେବ । ଭାରତର ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରି ପାକିସ୍ତାନ ଏହାର ପ୍ରତିରକ୍ଷା ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଭାବ ପକାଇବାକୁ ଯୋଜନା କରୁଛି । ପାକ୍ ଆତଙ୍କବାଦୀଙ୍କ ଜଳପଥରେ ଅନୁପ୍ରବେଶ ଉଦ୍ୟମ ସମ୍ପର୍କିତ ଗୁଇନ୍ଦା ରିପୋର୍ଟ ଆସିବା ପରେ ନୋ÷ବାହିନୀ ପକ୍ଷରୁ ଆରବ ସାଗର ଓ କଚ୍ଛ ଉପସାଗରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।
Comments
Post a Comment