ଦେଶର ସୀମା ମାଆର ପଣତକାନୀ ପରି ପବିତ୍ର: ଡା.କୃଷ୍ଣଗୋପାଳ


ନୂଆଦିଲ୍ଲୀ: ଦେଶର ସୁରକ୍ଷା ପାଇଁ ସେନାବାହିନୀ ସହିତ ଦେଶବାସୀ ସହଯୋଗ କରିବା ଉଚିତ । ଜାଗ୍ରତ ଦେଶ  ନିଜ ଦେଶର ସୀମାପ୍ରତି ସଦାବେଳେ ଜାଗ୍ରତ ରହିଥାଏ । ଦେଶର ଜାଗ୍ରତ ନାଗରୀକମାନେ ଦେଶର ସୀମାକୁ ପବିତ୍ର ରୂପେ ମାନନ୍ତି । ଦେଶର ସୀମା ମାଆର ପଣତପରି ପବିତ୍ର । ଆମର ପୂର୍ବ ପୁରୁଷମାନେ ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି । ସେଲୁକାସ ଭାରତ ଆକ୍ରମଣ ସମୟରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଝେଲମ ନଦୀ କୂଳରେ ତାକୁ ଅଟକାଇ ଥିଲେ । ପ୍ରାୟ ଦୁଇ ହଜାର କି.ମି. ଦୂରରେ ତା ସହିତ ଯୁଦ୍ଧକରି ତାକୁ ପରାଜିତ କରିଥିଲେ ଏବଂ ରାଷ୍ଟ୍ରର ସୀମାକୁ ସୁରକ୍ଷିତ ରଖିଥିଲେ । ଏଥିପାଇଁ ସମସ୍ତ ରାଜ୍ୟ ଓ ରାଜାଙ୍କୁ ମଧ୍ୟ ଏକାଠି କରିଥିଲେ ବୋଲି \nନେହେରୁ ମେମୋରିୟାଲ ପୁସ୍ତକାଳୟ ସଭାଗୃହରେ ସୀମା ଜାଗରଣ ମଂଚର ପତ୍ରିକା ‘ସୀମା ସଂଘର୍ଷ’ ର ବାର୍ଷିକ ବିଶେଷାଙ୍କ ସୀମା ସୁରକ୍ଷାର ଉନ୍ମୋଚନ ଉତ୍ସବରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହସରକାର୍ଯ୍ୟବାହ ଡା. କୃଷ୍ଣଗୋପାଳଜୀ ଏହା ପ୍ରକାଶ କରିଛନ୍ତି । \nଡା. କୃଷ୍ଣଗୋପାଳଜୀ କହିଲେ ଯେ, ଆମର ପୂର୍ବପୁରୁଷମାନେ ସୀମାର ମହତ୍ୱକୁ ଧ୍ୟାନରେ ରଖି ହଜାର ହଜାର ବର୍ଷ ପୂର୍ବରୁ ସୀମାନ୍ତବର୍ତୀ ଅଂଚଳରେ ପବିତ୍ର ତୀର୍ଥ ସ୍ଥାନ ପ୍ରତିଷ୍ଠା କରିଥିଲେ । ଯେପରି ଉତରରେ ବଦ୍ରିନାଥ, ଦକ୍ଷିଣରେ ରାମେଶ୍ୱରମ, କନ୍ୟାକୁମାରୀ, ପଶ୍ଚିମରେ ଦ୍ୱାରିକା, ପୂର୍ବରେ ଜଗନ୍ନାଥ ଧାମ, ଗଙ୍ଗାସାଗର, ପର୍ଶୁରାମ କୁଣ୍ଡ ଆଦି ତୀର୍ଥ ସ୍ଥାପନା କରି ଦେଶର ସୀମାକୁ ଆସ୍ଥାର ସୂତ୍ର ସହିତ ଚିହ୍ନିତ କରିଥିଲେ ।  \n ସେ କହିଲେ ସୀମା ପ୍ରତି ଏହି ଜାଗରଣ କାର୍ଯ୍ୟ   ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବିଦ୍ୟା ଭାରତୀ, ସେବା ଭାରତୀ  ମାଧ୍ୟମରେ କରୁଅଛି । ବଦ୍ରିନାଥ ନିକଟସ୍ଥ ମାଣା ଗାଁ ପରି ଦୁର୍ଗମ ସୀମାନ୍ତ କ୍ଷେତ୍ରରେ ପିଲାଙ୍କୁ ପାଠ ପଢାଇବା, ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଆଦି କାର୍ଯ୍ୟ  ଦେଶ ସୁରକ୍ଷିତ ରଖିବା କାର୍ଯ୍ୟ । ସୀମାର ସୁରକ୍ଷା କେବଳ ସେନା କରି ପାରିବ ନାହିଁ । ସେଥିପାଇଁ ସ୍ଥାନୀୟ ବାସୀନ୍ଦାଙ୍କ ମଧ୍ୟରେ ରାଷ୍ଟ୍ରୀୟତା ଭାବ ଜାଗ୍ରତ ହେବା ଉଛିତ । ସେହି ଜାଗ୍ରତ କରିବା କାର୍ଯ୍ୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏବଂ ସୀମା ଜାଗରଣ  ମଂଚ କରୁଅଛି । \nସହସରକାର୍ଯ୍ୟବାହ ଜୀ କହିଲେ ଯେ, ଦେଶରେ ପ୍ରାୟ ୧୨ ହଜାର  ଗାଁ ସୀମାରେ ଅବସ୍ଥିତ । ସେଠାରେ ଶିକ୍ଷା, ରୋଜଗାର, ଚିକିତ୍ସା ଯୋଗାଇ ଦେବାର କାମ କେବଳ ସରକାର କରି ପାରିବେ ନାହିଁ । ସୀମାନ୍ତ ଅଂଚଳକୁ ଯାଇ ସେଠାରେ ଅଭାବରେ ଥିବା  ଲୋକଙ୍କୁ ସହାୟତା କରିବା ହେଉଛି ଦିଲ୍ଲୀ ପରି ମହାନଗରୀରେ  ବସିଥିବା ପ୍ରତ୍ୟେକ ନାଗରୀକର କର୍ତବ୍ୟ । ବିଦେଶ ଭ୍ରମଣରେ ଯାଉଥିବା ଲୋକ ଦେଶର ସୀମାକୁ ମଧ୍ୟ  ଦର୍ଶନ କରିବା ଉଚିତ । କାଶ୍ମୀର ଘାଟିରେ ମୁସଲମାନ ମହିଳାଙ୍କୁ ତାଙ୍କ ଘରେ ଶାଲ ତିଆରି କରିବାର ପ୍ରଶିକ୍ଷଣ ଦିଆଯାଇ ରୋଜଗାର ଯୋଗାଇ ଦିଆଯାଇଛି । ଯେଉଁଥି ପାଇଁ ତାଙ୍କୁ ଲାଗୁଛି ଦିଲ୍ଲୀରେ ଏପରି ଲୋକ ଅଛନ୍ତି ଯେଉଁମାନେ କି ତାଙ୍କର ଚିନ୍ତା କରୁଛନ୍ତି । ଏହି ଭାବନା ଦେଶର ପ୍ରତ୍ୟେକ ନାଗରୀକଙ୍କର ହେବା ଉଚିତ । ଦେଶର ଦୁର୍ଗମ ଅଂଚଳରେ  ରହୁଥିବା ପ୍ରତ୍ୟେକ ନାଗରୀକଙ୍କର କଷ୍ଟ ଆମକୁ ହୃଦୟଙ୍ଗମ କରିବାକୁ ହେବ । ଆମେ ସେମାନଙ୍କର ସମସ୍ୟାକୁ ଦୂର କରିବା ପାଇଁ  ଯଦି ଯଥା ସମ୍ଭବ ପ୍ରୟାସ କରିବା ତେବେ ସେହି ନାଗରୀକମାନେ ସୈନିକମାନଙ୍କ ସହିତ ଦେଶର ସୀମାକୁ ସୁରକ୍ଷିତ ରଖିବା ପାଇଁ ଅଧିକ ଶକ୍ତିର ସହିତ ଲଢିବେ ଏବଂ ସୀମା ସୁରକ୍ଷିତ ରହିବ । 

Comments