ବାଲେଶ୍ୱର,୨୪/୮: ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଉତ୍ସବ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ବଳୀଦାନ ଦିବସ ତତ୍ସହ ବିଶ୍ୱ ହିନ୍ଦୁପରିଷଦର ପ୍ରତିଷ୍ଠା ଦିବସ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ପଣ୍ଡିତ ରବି ନାରାୟଣ ମିଶ୍ର ଭଗବାନ ଶ୍ରୀକୃଷ୍ଣ ଓ ଗୋମାତାଙ୍କ ଉପରେ ସାରଗର୍ଭକ ତଥ୍ୟ ଆଲୋକପାତ କରିଥିଲେ । ସମ୍ମୀନୀତ ଅତିଥି ଭାବେ ମାନସ କୁମାର ମହାନ୍ତି ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଜୀବନୀ ବୃତାନ୍ତ ଉପରେ ବକ୍ତବ୍ୟ ରଖିଥିଲେ । ପୂର୍ବରୁ ବିଭିନ୍ନ ସ୍କୁଲ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ଗୀତାପାଠନ ଓ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ଉକ୍ତ ଉତ୍ସବରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର, ଉପସଭାପତି ଜ୍ଞାନରଞ୍ଜନ ବାଗ୍, ଜନ୍ମାଷ୍ଟମୀ କମିଟିର ଅଧ୍ୟକ୍ଷ ତୁଷାରକାନ୍ତ ପଣ୍ଡା, ସମ୍ପାଦକ ସଂଜୟ ମହାପାତ୍ର, ଧରଣୀଧର ନନ୍ଦ, ରଜନୀକାନ୍ତ ଶତପଥୀ, ସୁଧାକର ପାଢୀ, ବିନୋଦ ନାୟକ, ପ୍ରଫୁଲ୍ଲ ଦାସ, ଜିତେନ୍ଦ୍ର ସ୍ୱାଇଁ ତଥା ବିଶ୍ୱ ହିନ୍ଦୁ ପରିଷଦର ବହୁ କାର୍ଯ୍ୟକର୍ତା, ବଜରଙ୍ଗଦଳ, ଦୁର୍ଗାବାହିନୀ ଏବଂ ମାତୃଶକ୍ତିମାନଙ୍କ ଦ୍ୱାରା କାର୍ଯ୍ୟକ୍ରମକୁ ସଫଳ କରାଯାଇଥିଲା ।

Comments
Post a Comment