କଲେଜ ପରିସରରେ ପାକିସ୍ତାନ ପତାକା ଉଡାଇଲା ମୁସଲିମ ଛାତ୍ର ମୋର୍ଚ୍ଚା

କୋଝିକୋଡ: କେରଳର ଏକ କଲେଜ ପରିସରରେ ପାକିସ୍ତାନ ପତାକା ଉଡାଇବା ଅଭିଯୋଗରେ ୩୦ରୁ ଉଦ୍ଧ୍ୱର୍ ଛାତ୍ରଙ୍କ ବିରୋଧରେ ମାମଲା ଦାୟର ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ଏ ଘଟଣା ଅଗଷ୍ଟ ୨୯ ତାରିଖରେ ଘଟିଛି । ମୁସଲିମ ଛାତ୍ର ମୋର୍ଚ୍ଚା (ଏମ୍ଏସ୍ଏଫ୍)ର ଛାତ୍ରମାନେ ପି ସି କଲେଜ ପରିସରରେ ଛାତ୍ର ସଂଘ ନିର୍ବାଚନ ପାଇଁ  ଶୋଭାଯାତ୍ରା ବାହାର କରିଥିଲେ । ଏହି ଶୋଭାଯାତ୍ରାରେ ପାକିସ୍ତାନର ପତାକା ଉଡାଯାଇଥିଲା । ୧୪୩, ୧୪୭, ୧୫୩ ଏବଂ ୧୪୯ ଆଇପିସି ଧାରା ଅନୁସାରେ ଏହି ଘଟଣାରେ ସଂପୃକ୍ତ ମୁସଲିମ ଛାତ୍ର  ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କ ବିରୋଧରେ  ମାମଲା ଦାୟର କରାଯାଇଛି । ପୋଲିସ କହିଛି ଏ ଘଟଣାରେ ସଂପୃକ୍ତ ସମସ୍ତ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  

Comments