କଟକ, ୨୨/୮ କଟକ ମହାନଗର ଧର୍ମ ଜାଗରଣ ସମନ୍ୱୟ ତରଫରୁ ମହାନଗର ପ୍ରମୁଖ ମନୋହର ପ୍ରମୁଖଙ୍କ ସଭାପତିତ୍ୱରେ ଖାନନଗରଠାରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ସ୍ମୃତି ସମାରୋହ ପାଇଁ ଏକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୫ ତାରିଖରେ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ହେବାକୁ ଥିବା ଲକ୍ଷ୍ମଣାନନ୍ଦଙ୍କ ସ୍ମୃତି ସମାରୋହକୁ ବଳିଦାନ ଦିବସ ଭାବେ ପାଳନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ, ଗୋପାଳନ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୁଖ୍ୟବକ୍ତା ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ପଂଚଜନ୍ୟର ପ୍ରାକ୍ତନ ସମ୍ପାଦକ ତରୁଣ ବିଜୟ (ଦିଲ୍ଲୀ), ଧର୍ମ ଜାଗରଣ ସମନ୍ୱୟର ରାଜ୍ୟ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ଏବଂ କ୍ଷେତ୍ର ପ୍ରମୁଖ ବିନୟ କୁମାର ଭୂୟାଁ ଯୋଗଦେବା ସଙ୍ଗେ ସଙ୍ଗେ ମାର୍ଗଦର୍ଶନ କରିବା ପାଇଁ ପୂଜ୍ୟ ସାଧୁ, ସନ୍ଥମାନେ ଉପସ୍ଥିତ ରହିବେ ବୋଲି ସଭାପତି ପ୍ରକାଶ କରିଥିଲେ । କଟକର ସମସ୍ତ ସାହି ପୂଜା କମିଟି, ମଠ, ମନ୍ଦିର, ଧାର୍ମିକ ତଥା ସାଂସ୍କୃତିକ ଅନୁଷ୍ଠାନ, ବୁଦ୍ଧିଜୀବୀ, ସାହି, ବସ୍ତିର ମୁଖିଆ ତଥା ବାସିନ୍ଦାମାନଙ୍କୁ ନିମନ୍ତ୍ରଣ କରାଯିବାର ସ୍ଥିରୀକୃତ ହୋଇଛି । ଉକ୍ତ ବୈଠକରେ ଆଶିଷ ସାହୁ, ସାର୍ଥକ ନାୟକ, ଦୀପକ ସାହୁ ଚିନ୍ମୟ ସାହୁ ପ୍ରମୁଖ ଯୋଗଦେଇଥିଲେ ।

Comments
Post a Comment